ରାଷ୍ଟ୍ରପତି ଭବନର ଦ୍ୱାରକୁ ଠକ୍ ଠକ୍ କଲା ଅକ୍ଷୟ
Advertisement

ରାଷ୍ଟ୍ରପତି ଭବନର ଦ୍ୱାରକୁ ଠକ୍ ଠକ୍ କଲା ଅକ୍ଷୟ

୨ ଦୋଷୀ ନିରାଶ ପରେ ଏବେ ଅକ୍ଷୟ ପାଳି !

ଫାଇଲ ଫଟୋ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା । କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ରାଜକ୍ଷମା ଆବେଦନ କଲା ଦୋଷୀ ଅକ୍ଷୟ ଠାକୁର । ଗୁରୁବାର ଅକ୍ଷୟର କ୍ୟୁରେଟିଭ ପିଟିସନ ଖାରଜ ହୋଇଥିଲା । ସେହିପରି ବିନୟର ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି । ପୂର୍ବରୁ ମୁକେଶର ମଧ୍ୟ ରାଜକ୍ଷମା ଖାରଜ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ପବନ ରାଜକ୍ଷମା ଆବେଦନ କରିନାହିଁ । 

ଆଜି ଫାଶୀ ହୋଇଥାନ୍ତା । ହେଲେ ନ୍ୟାୟିକ ପ୍ରକ୍ରିୟାର ଦ୍ୱାଦି ଦେଇ ଫାଶୀକୁ ଘୁଞ୍ଚାଇବାରେ ସଫଳ ହେଲେ ନିର୍ଭୟା ଦୋଷୀ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶୁକ୍ରବାର ଫାଶୀ ଉପରେ ରୋକ୍ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଆଉ ଏହା ପରେ ଦୋଷୀଙ୍କ ନ୍ୟାୟିକ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇଛି । ବିନୟର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ମହାମହିମ । ସେହିପରି ଅକ୍ଷୟ ରାଜକ୍ଷମା ପାଇଁ ଏବେ ଆବେଦନ କରିଛି । 

ଜାନୁଆରୀ ୨୨ ଓ ଫେବୃଆରୀ ୧ । ଦୁଇ ଦୁଇ ଥର ଫାଶୀ ଟାଳିବାରେ ସମର୍ଥ ହୋଇଥିବା ନିର୍ଭୟ ଦୋଷୀଙ୍କ ପାଇଁ ଏବେ ଗୁରୁତ୍ୱପୂର୍ଣ୍ଣ ସମୟ । କାହିଁକିନା ମୁକେଶ ଓ ବିନୟର ମୃତ୍ୟୁ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ସେହିପରି ଅକ୍ଷୟ ପାଇଁ ରାଜକ୍ଷମା ଶେଷ ବିକଳ୍ପ । ଏପଟେ ପବନ ଏପର୍ଯ୍ୟନ୍ତ ରାଜକ୍ଷମା ଆବେଦନ କରିନି । ତା ପାଇଁ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା, ଉଭୟ ବିକଳ୍ପ ବାକି ଅଛି । ଅବଶ୍ୟ ନାବଳକ ନେଇ ସେ ଯେଉଁ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଚ କରିଥିଲା, ତାହା ଖାରଜ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । 

ଆହୁରି ପଢ଼ନ୍ତୁ; 'କେଜ୍ରିୱାଲଙ୍କ ସତ୍ତାକୁ ଭସ୍ମ କରିଦେବ ନିର୍ଭୟା ମା'ଙ୍କ ଟୋପା ଟୋପା ଲୁହ'