Advertisement
Article Detail0/zeeodisha/odisha2517193
Zee OdishaOdisha Stateଓମଫେଡର ହେବ ନବୀକରଣ; ଏହି ୩ଟି ଜିଲ୍ଲାରେ ଖୋଲିବ ନୂଆ ପ୍ଲାଣ୍ଟ

ଓମଫେଡର ହେବ ନବୀକରଣ; ଏହି ୩ଟି ଜିଲ୍ଲାରେ ଖୋଲିବ ନୂଆ ପ୍ଲାଣ୍ଟ

Omfedplant: ଓମଫେଡର କ୍ରେଡିଟ ବା ବକେୟା ଅର୍ଥକୁ ଆଦାୟ କରିବାକୁ ବିଭାଗ ଯୋଜନ କରିଛି। ୭ ଦିନ ମଧ୍ୟରେ ବକେୟା ଅର୍ଥକୁ ପଇଠ କରିବାକୁ ବିଭିନ୍ନ ସଂସାକୁ ନୋଟିସ ହୋଇଛି। ଏପର୍ଯ୍ୟନ୍ତ ପାଖାପାଖି ୮୨ ଲକ୍ଷ ଆଦାୟ ହୋଇଛି। ଯେଉଁମାନେ ଖିଲାପ କରିବେ ସେମାନଙ୍କ ବିରୋଧରେ ଆଇନଗତ କାଯ୍ୟନୁଷ୍ଠାନ ଗ୍ରହଣ କରାଯିବ। 

ଓମଫେଡର ହେବ ନବୀକରଣ; ଏହି ୩ଟି ଜିଲ୍ଲାରେ ଖୋଲିବ ନୂଆ ପ୍ଲାଣ୍ଟ

ଭୁବନେଶ୍ଵର: ଆଗାମୀ ଦିନରେ ଓମ୍‌ଫେଡକୁ ସୃଦୁଢ଼ କରିବା ସହ କ୍ୱାଲିଟି କ୍ଵାଣ୍ଟିଟିରେ କମ୍ପ୍ରମାଇଜ କରାଯିବନି ବୋଲି ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ପ୍ଲାଣ୍ଟ ଗୁଡିକରେ ସିସିଟିଭି ଲାଗିବ। ରାଜ୍ୟରେ ଖୋଲିବ ନୂଆ ୩ଟି କ୍ଷୀର ପ୍ଲାଣ୍ଟ। ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱର ଠାରେ ଖୋଲିବ ନୂଆ ପ୍ଲାଣ୍ଟ। ଚାଷୀଙ୍କୁ ପ୍ରୋତ୍ସାହନ ରାଶି ମିଳିବ। ଏଥିପାଇଁ ପାଖାପାଖି ୨୯ କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ। ଖୁବଶୀଘ୍ର ଚାଷୀଙ୍କୁ ଏହି ଅର୍ଥ ମିଳିବ। ପୋଟାଲ ମାଧ୍ୟମରେ ଫିଡ଼ବ୍ୟାକ ଗ୍ରହଣ କରିବ ଓମଫେଡ। ଆଗାମୀ ଦିନରେ ଆଇସକ୍ରିମ୍, ପାଣି, ଚକୋଲେଟ ଭଳି ଓମଫେଡର ନୂଆ ସାମଗ୍ରୀ ବଜାରକୁ ଆସିବ। ଅଧିକ ଚାହିଦା ଥିବା ସ୍ଥାନରେ ଓମଫେଡ ପାର୍ଲର ଖୋଲିବ। 

ଗ୍ରାମାଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ କ୍ଷୀର ଧାର ମିଶନ ମାଧ୍ୟମରେ କ୍ଷୀର ଧାର କେନ୍ଦ୍ର ଖୋଲାଯିବ। ସମସ୍ତ ମନ୍ଦିରରେ ଓମ୍‌ଫେଡ ଘିଅ ବ୍ୟବହାର ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ଜଗନ୍ନାଥ ମନ୍ଦିରରେ ଦିନକୁ ୪ ଟନ୍ ଘିଅ ଆବଶ୍ୟକ ରହିଛି। ପ୍ରତି ଦିନ ୮ରୁ ୧୦ ଟନ୍ ଘିଅ ଉତ୍ପାଦନ ହେଉଛି। ଓମଫେଡର କ୍ରେଡିଟ ବା ବକେୟା ଅର୍ଥକୁ ଆଦାୟ କରିବାକୁ ବିଭାଗ ଯୋଜନ କରିଛି। ୭ ଦିନ ମଧ୍ୟରେ ବକେୟା ଅର୍ଥକୁ ପଇଠ କରିବାକୁ ବିଭିନ୍ନ ସଂସାକୁ ନୋଟିସ ହୋଇଛି। ଏପର୍ଯ୍ୟନ୍ତ ପାଖାପାଖି ୮୨ ଲକ୍ଷ ଆଦାୟ ହୋଇଛି। ଯେଉଁମାନେ ଖିଲାପ କରିବେ ସେମାନଙ୍କ ବିରୋଧରେ ଆଇନଗତ କାଯ୍ୟନୁଷ୍ଠାନ ଗ୍ରହଣ କରାଯିବ। 

Add Zee News as a Preferred Source
About the Author