ନୂଆଦିଲ୍ଲୀ: ଉଦ୍ଧବ କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେବା ପରେ ଦିଲ୍ଲୀ ଗସ୍ତରେ ଦଳୀୟ ନେତା । ମହା କ୍ୟାବିନେଟରେ ସ୍ଥାନ ପାଇଥିବା ସମସ୍ତ କଂଗ୍ରେସ ମନ୍ତ୍ରୀ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ସୋମବାର ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଥିଲା । ଏଥିରେ କଂଗ୍ରେସର ୧୦ଜଣଙ୍କୁ ସ୍ଥାନ ମିଳିଛି । ସେହିପରି ପୂର୍ବରୁ ଦଳର ୨ ଜଣ ମନ୍ତ୍ରୀ ଶପଥ ନେଇଥିଲେ । 


COMMERCIAL BREAK
SCROLL TO CONTINUE READING

ଆଜି ସକାଳୁ ଦଳର 'ମହା' ମନ୍ତ୍ରୀଗଣ ରାହୁଲଙ୍କ ବାସଭବନକୁ ଯାଇ ସାକ୍ଷାତ କରିଥିଲେ । ଏହି ସମୟରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ କେସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ ।  



ପୂର୍ବରୁ କଂଗ୍ରେସର ଦୁଇ ମନ୍ତ୍ରୀ ଶପଥ ନେଇଥିବା ବେଳେ ସୋମବାର ଅନ୍ୟ ୧୦ ଜଣ ଶପଥ ନେଇଥିଲେ । ଏମାନେ ହେଲେ ଅଶୋକ ଚହ୍ୱାନ, କେସି ପାଡୱୀ, ବିଜୟ ବଡେଟ୍ଟୀୱାର, ଅମିତ ଦେଶମୁଖ, ସୁନୀଲ ଛତ୍ରପାଳ କେଦାର, ଯଶୋମତି ଠାକୁର, ବର୍ଷା ଏକନାଥ ଗାୟକୱାଡ, ଅସଲମ ଶେଖ୍, ସତେଜ ଉର୍ଫ ବଣ୍ଟି ପାଟିଲ, ବିଶ୍ୱଜିତ ପତଙ୍ଗ ରାଓ କଦମ । 


ଆହୁରି ପଢ଼ନ୍ତୁ; ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ କାହିଁକି ଅନୁପସ୍ଥିତ ରହିଲେ ସଞ୍ଜୟ ରାଉତ ?