କୋରୋନାକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଏଥର ମହା ଆଡ଼ମ୍ବରପୂର୍ଣ୍ଣ ଭାବେ ଯାତ୍ରା ନ କରିବାକୁ ନିଷ୍ପତ୍ତି ହୋଇଛି ।
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ପ୍ରସିଦ୍ଧ ଚୈତ୍ର ଯାତ୍ରା ଉପରେ ପଡ଼ିଲା କୋରୋନା ପ୍ରଭାବ । ଗଞ୍ଜାମ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି । ଏଥର ମହା ଆଡ଼ମ୍ବରପୂର୍ଣ୍ଣ ଭାବେ ଯାତ୍ରା ନ କରିବାକୁ ନିଷ୍ପତ୍ତି ହୋଇଛି । ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ମଧ୍ୟ ରୋକ୍ ଲଗାଇଲା ଜିଲ୍ଲା ପ୍ରଶାସନ ।
ଜିଲ୍ଲା ପକ୍ଷରୁ ହୋଇଥିବା ନିଷ୍ପତ୍ତି ଅନୁସାରେ, ଏଥର ଯାତ୍ରାରେ ଯେପରି ଅଧିକ ଲୋକଙ୍କ ସମାଗମ ନହେବ, ସେଉପରେ ଗୁରୁତ୍ୱାରୋପ କରାଯାଇଛି । ପୂର୍ବ ବର୍ଷ ଗୁଡ଼ିକରେ ଯେପରି ଭକ୍ତଙ୍କ ପାଇଁ ଗମନା ଗମନଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ହୋଇଥାଏ, ଚଳିତ ବର୍ଷ ସେମିତି କିଛି କରାଯିବ ନାହିଁ । ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥାକୁ ଜିଲ୍ଲା ପ୍ରଶାସନ ପ୍ରତ୍ୟାହର କରିନେଇଛି ।
ପୋଲିସ, ବସ ମାଲିକ ସଂଘ , ମନ୍ଦିର କମିଟି ଓ ପ୍ରଶାସନର ମିଳିତ ବୈଠକରେ ଏଭଳି ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏପରିକି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରାକୁ ମଧ୍ୟ ବାତିଲ କରିବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।
ଆହୁରି ପଢ଼ନ୍ତୁ; 'ମହାଭାରତ'ରେ ଫୁଟିଲା ବାଣ, ୮ ଗୁରୁତର