ନୂଆଦିଲ୍ଲୀ: ଦେଶରେ Omicron  Variant ବିପଦକୁ ନଜରରେ ରଖି ଦେଶରେ ୪୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ COVID19 ବୁଷ୍ଟର୍ ଡୋଜ୍ ପ୍ରଦାନ କରିବା ଉପରେ ବିଚାର କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି ୨୮ଟି ପରୀକ୍ଷାଗାର। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପ୍ରାୟ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। ପ୍ରଥମେ କର୍ଣ୍ଣାଟକରେ ଏହି ନୂଆ Variant ଚିହ୍ନଟ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ବିପଦସଙ୍କୁଳ ଅବସ୍ଥାରେ ଥିବା ସମସ୍ତ ଲୋକଙ୍କୁ ଟିକାକରଣ ଏବଂ ୪୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏକ ବୁଷ୍ଟର୍ ଡୋଜର ପ୍ରଦାନ କରିବା ଉପରେ ବିଚାର, ପ୍ରଥମେ ସର୍ବାଧିକ ବିପଦଗ୍ରସ୍ତଙ୍କୁ ଟାର୍ଗେଟ କରାଯାଇପାରେ। କାରଣ ବର୍ତ୍ତମାନର ଟିକାକରଣ ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଗ ପ୍ରତିରୋଧକ Omicron  Variant  ସହ ମୁକାବିଲା କରିବା ପାଇଁ ଯଥେଷ୍ଟ ମାତ୍ରାରେ ସମର୍ଥ ନୁହେଁ। ଯଦିଓ ଗୁରୁତର ରୋଗ ହେବାର ଆଶଙ୍କା ହ୍ରାସ ହେବାର ସମ୍ଭାବନା ରହିଛି ବୋଲି INSACOG ଏହାର ସାପ୍ତାହିକ ବୁଲେଟିନ (INSACOG Bulletin) ଜରିଆରେ କହିଛି।


Akso Read: ଦୁଇ ଡୋଜ ଟିକାକରଣ ପରେ ଦେଶରେ ଲଗାଯିବକି Booster Shot? ଜାଣନ୍ତୁ ବିଶ୍ୱର ସ୍ଥିତି


ସମଗ୍ର ଦେଶରେ କୋରୋନା ସଂକ୍ରମଣରେ ହେଉଥିବା ପରିବର୍ତ୍ତନକୁ ଯାଞ୍ଚ କରିଛି INSACOG ଏବଂ ଏହା କିପରି ବିସ୍ତାର ହୁଏ ଏବଂ ବିକଶିତ ହୁଏ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହାକୁ କିପରି ମୁକାବିଲା କରାଯିବ ସେ ନେଇ ଉଦ୍ୟମ ଜାର ରହିଛି।  


ଜାରି ହୋଇଥିବା Bulletin ଜରିଆରେ କୁହାଯାଇଛି Omicron  Variant  ର ଉପସ୍ଥିତିକୁ ଶୀଘ୍ର ଚିହ୍ନଟ କରି ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଏହା ଉପରେ ନିରୀକ୍ଷଣ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।। କୋରୋନା ସଂକ୍ରମିତ ଅଞ୍ଚଳ, Covid19 ଆକ୍ରାନ୍ତଙ୍କ Travel History ଯାଞ୍ଚ, Contact Tracing  ଉପରେ ନଜର ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।


Also Read: ଟିକାକରଣ ହୋଇପାରେ ପ୍ରଭାବିତ; ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନାହିଁ Sputnik V Covid19 Vaccine


ବ୍ରିଟେନ ଏବଂ ଆମେରିକା ଭଳି ଦେଶରେ ଲୋକଙ୍କୁ COVID19 ବୁଷ୍ଟର୍ ଡୋଜ୍ ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଏନେଇ ଆମେରିକୀୟ ସଂକ୍ରାମକ ରୋଗ ବିଶେଷଜ୍ଞ ଆଣ୍ଟୋନି ଫାଉସି କହିଛନ୍ତି ଯେ ସମ୍ପୂର୍ଣ୍ଣ ଟୀକାକରଣ ପ୍ରାପ୍ତ ବୟସ୍କ ବ୍ୟକ୍ତି  ନିଜକୁ ସର୍ବୋତ୍ତମ ସମ୍ଭାବ୍ୟ ସୁରକ୍ଷା ଦେବା ପାଇଁ ଯୋଗ୍ୟ ହେବାପରେ ଏକ ବୁଷ୍ଟର୍ ନେବା ଆବଶ୍ୟକ।


Omicron  Variant କାରଣରୁ ପୁନଃସଂକ୍ରମଣ ବିପଦ ବଢିଯାଇପାରେ ବୋଲି ଏହାର ପ୍ରାଥମିକ ଉପସ୍ଥିତିରୁ ଜଣାପଡୁଛି ବୋଲି INSACOG ପକ୍ଷରୁ କୁହାଯାଇଛି। ଦକ୍ଷିଣ ଆଫ୍ରିକା ଭଳି କେତେକ ଦେଶର ଏହାର ଉଦାହରଣ ଦେଖିବାକୁ ମିଳିସାରିଛି। ବିଶ୍ୱରେ  ଆଫ୍ରିକା ମହାଦେଶର ଏହି ନୂଆ Variant ପ୍ରଥମେ ଚିହ୍ନଟ ହୋଇଥିଲା।


Also Read: Covid19 ଔଷଧ ନିର୍ମାଣ କରିବା ଲାଗି ଅନ୍ୟ କମ୍ପାନୀକୁ ଅନୁମତି ଦେବ Pfizer


ଦେଶରେ  Omicron  ସଂକ୍ରମିତ ଚିହ୍ନଟ ହୋଇଥିବା ଦୁଇ ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବେଙ୍ଗାଲୁରୁର ୪୬ ବର୍ଷୀୟ ସମ୍ପୂର୍ଣ୍ଣ ଟୀକାକରଣ କରିଥିବା ଡାକ୍ତର। ଯାହାର କୌଣସି ଯାତ୍ରା ଇତିହାସ (Travel History) ନଥିଲା। ଗତ ନଭେମ୍ବର ୨୧ ତାରିଖରେ ତାଙ୍କ ଠାରେ ଜ୍ୱର ଏବଂ ଶରୀରରେ ଯନ୍ତ୍ରଣା ହେବାର ଲକ୍ଷଣ ବିକଶିତ ହୋଇଥିଲା। ଅନ୍ୟଜଣେ ହେଉଛନ୍ତି ଜଣେ ଦକ୍ଷିଣ ଆଫ୍ରିକୀୟ ନାଗରିକ ଯିଏ ଏକ Covid Negative Report  ନେଇ ଭାରତ ଆସିଥିଲେ।