ସ୍ୱାସ୍ଥ୍ୟ ଅଧିକାରୀଙ୍କ ବିଶ୍ୱାସ Pfizer ଦ୍ୱାରା ନିର୍ମିତ ଔଷଧକୁ ଅନୁମୋଦନ ଦ୍ୱାରା ମହାମାରୀ କବଳରୁ ଶୀଘ୍ର ମୁକ୍ତି ମିଳିଯିବ।
Trending Photos
ଜେନେଭା: ମଙ୍ଗଳବାର ଆମେରିକୀୟ ଔଷଧ ନିର୍ମାତା କମ୍ପାନୀ Pfizer ପକ୍ଷରୁ କରାଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ଏନେଇ କୁହାଯାଇଛି କମ୍ପାନୀ ଏକ ଆଣ୍ଟିଭାଇରାଲ୍ କୋଭିଡ୍୧୯ ଔଷଧ ବିକଶିତ କରିବ। ଏହି ଔଷଧ ପରୀକ୍ଷା ଏବଂ ନିୟାମକ ଅନୁମୋଦନ ପାଇବା ପରେ ଏହା ଖୁବ୍ କମ୍ ମୂଲ୍ୟରେ ଉପଲବ୍ଧ କରାଯିବ।
ଆମେରିକୀୟ ଔଷଧ ନିର୍ମାତା କମ୍ପାନୀ Pfizer ପକ୍ଷରୁ କୁହାଯାଇଛି ଏହି ଔଷଧକୁ ବିଶ୍ୱର ଅର୍ଦ୍ଧେକ ଜନସଂଖ୍ୟା ପାଇଁ ଉପଲବ୍ଧ କରାଯିବ। କୋରାନା ମହାମାରୀର ମୁକାବିଲା ପାଇଁ ନିର୍ମିତ ହେଉଥିବା ଏହି ଔଷଧ ସାରା ବିଶ୍ୱରେ ପ୍ରାୟ ୯୫ ଦେଶରେ ବ୍ୟବହାର କରାଯିବ। ଯେଉଁଠାରେ ବିଶ୍ୱର ମୋଟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ ଲୋକ ବସବାସ କରିଥାନ୍ତି।
Pfizer ସହ କୋରୋନା ଟିକା ନିର୍ମାଣ କରୁଥିବା ଜର୍ମାନ ଲ୍ୟାବ ବାୟୋ ଆଣ୍ଡ୍ ଟେକ୍ (German Lab BioNTech) ପକ୍ଷରୁ କୁହାଯାଇଛି କୌଣସି ରୟାଲ୍ଟି (Royalty) ନେବା ବିନା ସେମାନଙ୍କ ପ୍ୟାକ୍ସଲୋଭିଡ୍ ବଟିକାର (Paxlovid Pill) ଉତ୍ପାଦନ ପାଇଁ ଔଷଧ ନିର୍ମାତା ସହ ଚୁକ୍ତି ସ୍ୱାକ୍ଷର କରିଛି।
Also Read: Chinese ପରୀକ୍ଷାଗାରରୁ ସାରା ବିଶ୍ୱକୁ ବ୍ୟାପିଥିଲା Corona Virus: US Republican Report
Pfizer ପକ୍ଷରୁ କୁହାଯାଇଛି ଆଣ୍ଟି ଭାଇରସ୍ ଔଷଧ (Anti Virus Medicine) ପାଇଁ Medicines Patent Pool (MPP) ସଂସ୍ଥାକୁ ଲାଇସେନ୍ସ, ପ୍ରଦାନ କରିବ ଯାହା ଦ୍ୱାରା ଔଷଧ ଉତ୍ପାଦନକାରୀ କମ୍ପାନୀ ଏହାର ଉତ୍ପାଦନ କରିବେ।
ସ୍ୱାସ୍ଥ୍ୟ ଅଧିକାରୀଙ୍କ ବିଶ୍ୱାସ Pfizer ଦ୍ୱାରା ନିର୍ମିତ ଔଷଧକୁ ଅନୁମୋଦନ ଦ୍ୱାରା ମହାମାରୀ କବଳରୁ ଶୀଘ୍ର ମୁକ୍ତି ମିଳିଯିବ। ଏନେଇ Medicines Patent Pool ପକ୍ଷରୁ କୁହାଯାଇଛି ପ୍ରାୟ ୪ ବିଲିୟନରୁ ଅଧିକ ଲୋକଙ୍କୁ ଏଭଳି ଏକ ଔଷଧ ଯୋଗାଇଦେବା ପ୍ରଭାବଶାଳୀ ମନେହୁଏ ଏବଂ ବର୍ତ୍ତମାନ ଏହାକୁ ବିକଶିତ କରାଯାଇଛି। କିଛି ମାସ ମଧ୍ୟରେ ଅନ୍ୟ ଔଷଧ କମ୍ପାନୀ ଏହାର ଉତ୍ପାଦନ ଆରମ୍ଭ କରିବେ ହେଲେ ଏହି ଚୁକ୍ତି ଦ୍ୱାରା କିଛି ଲୋକ ନିରାଶ ହେବେ।
Also Read: Wuhan Laboratory: ପରୀକ୍ଷାଗାରର ସନ୍ଦେହଜନକ ଭୂମିକାକୁ ନେଇ ଏପରି କହିଲେ ବିଦେଶୀ ବୈଜ୍ଞାନିକ
ଏନେଇ ଚାଲୁଥିବା ପରୀକ୍ଷଣର ମଧ୍ୟବର୍ତ୍ତୀକାଳୀନ ତଥ୍ୟରୁ ଜଣାପଡି଼ଛି କୋଭିଡ୧୯ ଲକ୍ଷଣ ଆରମ୍ଭ ହେବାର ୩ ଦିନ ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇନଥିବା ଉଚ୍ଚ ବିପଦପୂର୍ଣ୍ଣ ବୟସ୍କ ଲୋକଙ୍କ ଠାରେ ପ୍ଲେସେବୋ ତୁଳନାରେ କୋରୋନା ସମ୍ବନ୍ଧୀୟ ଚିକତ୍ସାଳୟରେ ଭର୍ତ୍ତି ହେବା ପରେ ମୃତ୍ୟୁ ହେବାର ଆଶଙ୍କା ୮୯ ପ୍ରତିଶତ ହ୍ରାସ ପାଇଛି ବୋଲି Pfizer ପକ୍ଷରୁ କୁହାଯାଇଛି।
Also Read: ବାଂଲାଦେଶକୁ ଔକାତ ଦେଖାଇଦେଲା ଚୀନ, କୋରୋନା ଟୀକା ପରୀକ୍ଷଣ ପାଇଁ ମାଗିଲା ଟଙ୍କା
ଜେନେଭା (Geneva) ଭିତ୍ତିକ MPP ହେଉଛି ମିଳିତ ଜାତିସଂଘ ସମର୍ଥିତ ଆନ୍ତର୍ଜାତୀୟ ସଙ୍ଗଠନ ଯାହା ସ୍ୱଳ୍ପ ଏବଂ ମଧ୍ୟବିତ୍ତ ଦେଶଙ୍କ ପାଇଁ ଔଷଧ ବିକାଶ କରିବା ପାଇଁ କାର୍ଯ୍ୟ କରିଥାଏ। ଯଦି ଏହି ଔଷଧ ଅନୁମୋଦିତ ହୁଏ ତାହେଲେ ଏହି ବଟିକା କିଛି ମାସ ମଧ୍ୟରେ ବଜାରକୁ ଆସିପାରେ ବୋଲି MPP ନୀତି ମୁଖ୍ୟ ଏଷ୍ଟବେନ ବୁରୋନ (MPP policy chief Esteban Burrone) କହିଛନ୍ତି।