ନୂଆଦିଲ୍ଲୀ: ରାଜଧାନୀରେ ବଡ ଧରଣର ଅଗ୍ନିକାଣ୍ଡ । ରାଣୀ ଝାନସୀ ରୋଡରେ ଥିବା ଅନାଜ ମଣ୍ଡିରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଯୋଗୁଁ ୩୫ ଲୋକଙ୍କୁ ମୃତ୍ୟୁ ହୋଇଛି । ଅନ୍ୟପଟେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି । ନିଆଁଲିଭା କାର୍ଯ୍ୟରେ ୨୭ ଦମକଳ ବାହିନୀ ଲାଗିଛନ୍ତି । କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ । 



COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ ଆଜି ଭୋରରୁ ଏହି ଅଗ୍ନିକାଣ୍ଡ ଘଟିଛି । ଶ୍ୱାସରୁଦ୍ଧ ହୋଇ ଅନେକଙ୍କ ଜୀବନ ଯାଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ସମସ୍ତ ଆହତଙ୍କୁ ଲୋକ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ଦିଲ୍ଲୀ ଅଗ୍ନିଶମ ବିଭାଗର ମୁଖ୍ୟ ଅଧିକାରୀ ଅତୁଲ ଗର୍ଗ କହିଛନ୍ତି । 


ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ତେବେ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ କେଉଁ କାରଣରୁ ଏତେବଡ ଅଗ୍ନିକାଣ୍ଡ ହେଲା ତାହା ସ୍ପଷ୍ଟ ହୋଇପାରିନାହିଁ ।