'ନିର୍ଭୟା' ଦୁଷ୍କର୍ମକାରୀର ଦାବି: 'ମୁଁ ରାଜକ୍ଷମା ଆବେଦନ କରିନାହିଁ'
Advertisement

'ନିର୍ଭୟା' ଦୁଷ୍କର୍ମକାରୀର ଦାବି: 'ମୁଁ ରାଜକ୍ଷମା ଆବେଦନ କରିନାହିଁ'

ରାଜକ୍ଷମା ଆବେଦନ କରିନାହିଁ ନିର୍ଭୟା ମାମଲାର ଦୁଷ୍କର୍ମକାରୀ ! ଦୁଷ୍କର୍ମକାରୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଏବେ ରାଷ୍ଟ୍ରପତିଙ୍କ ପାଖରେ ବିଚରାଧୀନ ରହିଛି । ହେଲେ ସେ ଏହି ଆବେଦନ କରିନଥିବା ନିଜ ଓକିଲଙ୍କ ଜରିଆରେ କହିଛି । ଏନେଇ ରାଷ୍ଟ୍ରପତିଙ୍କ ପାଖକୁ ଏକ ପତ୍ର ଲେଖି ଏହାକୁ ପ୍ରତ୍ୟାହାର କରିବାକୁ ଆଗ୍ରହ ପ୍ରକାଶ କରିଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ରାଜକ୍ଷମା ଆବେଦନ କରିନାହିଁ ନିର୍ଭୟା ମାମଲାର ଦୁଷ୍କର୍ମକାରୀ ! ଦୁଷ୍କର୍ମକାରୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଏବେ ରାଷ୍ଟ୍ରପତିଙ୍କ ପାଖରେ ବିଚରାଧୀନ ରହିଛି । ହେଲେ ସେ ଏହି ଆବେଦନ କରିନଥିବା ନିଜ ଓକିଲଙ୍କ ଜରିଆରେ କହିଛି । ଏନେଇ ରାଷ୍ଟ୍ରପତିଙ୍କ ପାଖକୁ ଏକ ପତ୍ର ଲେଖି ଏହାକୁ ପ୍ରତ୍ୟାହାର କରିବାକୁ ଆଗ୍ରହ ପ୍ରକାଶ କରିଛି । 

ଶନିବାର ବିନୟ ଦାବି କରିଛି ଯେ, ସେ ରାଜକ୍ଷମା ଆବେଦନ କରିନାହିଁ । ଏଭଳି କୌଣସି ଦସ୍ତାବିଜରେ ସେ ଦସ୍ତଖତ କରିନାହିଁ । ଏହା ତା ବିରୋଧରେ ଏକ ପ୍ରକାର ଷଡଯନ୍ତ୍ର ।  ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କିପରି ଏହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଛି ବୋଲି ପ୍ରଶ୍ନ କରିଛି ଏହି ଦୁଷ୍କର୍ମକାରୀ । ବିନୟ ଆହୁରି ମଧ୍ୟ କହିଛି, ତାକୁ ମିଳିଥିବା ଫାଶୀ ଦଣ୍ଡାଦେଶ ବିରୋଧରେ ସେ ଏପର୍ଯ୍ୟନ୍ତ କ୍ୟୁରେଟିଭ୍ ପିଟିସନ ଦାୟର କରିନାହିଁ । ରାଜକ୍ଷମା ଆବେଦନ କରିବା ପାଇଁ ସେ ଇଚ୍ଛୁକ ମଧ୍ୟ ନୁହେଁ । 

fallback

ସୂଚନାଯୋଗ୍ୟ, ଗତ ୨୦୧୨ ମସିହାରେ ଦିଲ୍ଲୀର ଜଣେ ୨୩ ବର୍ଷୀୟ ଯୁବତୀ ଚଳନ୍ତାବସରେ ଗଣଦୁଷ୍କର୍ମର ଶୀକାର ହୋଇଥିଲେ । ଦୁଷ୍କର୍ମକାରୀମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସେହି ସମୟରେ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । 

ଆହୁରି ପଢନ୍ତୁ; ଉନ୍ନାଓ ଦୁଷ୍କର୍ମ ଅଭିଯୁକ୍ତକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବିଜେପି ସାଂସଦ, ଟ୍ରୋଲ ପରେ ହଟାଇଲେ ଟ୍ୱିଟ