ସୁଜିତ ବିଶୋଇ, ଗଜପତି:  ଗଜପତି ଏସ୍ପି ସାରା ଶର୍ମାଙ୍କ ପୁଣି ଏକ ଜନହିତକର ପଦକ୍ଷେପ । ସମାଜରେ ଏକ ଭିନ୍ନ ଦୃଷ୍ଟିରେ ଚଳିଆସୁଥିବା କିନ୍ନରଙ୍କୁ ସ୍ଵରୋଜଗାର କ୍ଷମ ହେବାକୁ ପନ୍ଥା ଯୋଗାଇ ଦେଇଛନ୍ତି ସେମାନଙ୍କ ନିମନ୍ତେ ମୁଖ୍ୟ  ଚିକିତ୍ସାଳୟ ନିକଟରେ ଖୋଲିଛନ୍ତି ସୁରଭି ଓମଫେଡ ପାରଲର । ବିଧାୟକ ନାରାୟଣ ରାଓ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଓମଫେଡ ପାରଲରକୁ ଉଦଘାଟନ କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଏସପି ସାରା ଶର୍ମାଙ୍କ ପ୍ରୋତ୍ସହନରେ କିଛି ବାଦାନ୍ୟ ବ୍ୟକ୍ତି ଏଥିପାଇଁ ଅନୁଦାନ ପ୍ରଦାନ କରିଛନ୍ତି । ଆଠ ଜଣ କିନ୍ନର ଦିବାରାତ୍ର ପାର୍ଲରେ ରହି ରୋଗୀ ତଥା ସମ୍ପର୍କୀୟଙ୍କୁ କ୍ଷୀର  ଦହି ତଥା ଓମଫେଡ ନିର୍ମିତ ସାମଗ୍ରୀ ବିକ୍ରି  କରିବା ସହ ରୋଗୀଙ୍କୁ ଗରମ ପାଣି ଓ ସାହାଯ୍ୟ ସହଯୋଗ କରିବେ ବୋଲି କହିଛନ୍ତି । କିନ୍ନର ମାନଙ୍କ ସମସ୍ୟା ବୁଝି ସେମାନଙ୍କୁ ଭିକ୍ଷା ବୃତ୍ତି ଠାରୁ ନିବୃତ କରିବାକୁ ଏହିପରି ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ ସ୍ୱାବଲମ୍ବୀ ଓ ସମ୍ମାନ ସହ ସମାଜରେ ବଞ୍ଚିବାକୁ ସହଯୋଗ କରିଥିବାରୁ କିନ୍ନରମାନେ ଖୁସି ବ୍ୟକ୍ତ କରିଛନ୍ତି ।   କିନ୍ନର ମାନଙ୍କୁ ଥଇଥାନ ପାଇଁ ପଦକ୍ଷେପ  ନିମନ୍ତେ ଏସ୍ପି ସାରା ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି କିନ୍ନରମାନେ । ଅପରପକ୍ଷରେ ବିଧାୟକ ତାଙ୍କ ପାଣ୍ଠିରୁ ୩ଲକ୍ଷ, ଏବଂ ସାଂସଦ ୨ଲକ୍ଷ ଦେଇ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ନେଇ ଆଗରୁ ବଢ଼ିବା ଲକ୍ଷ୍ୟ ରଖିଛନ୍ତି କିନ୍ନର ।