ଅନ୍ଧାରରେ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ବିଦ୍ୟାଳୟକୁ ଶିକ୍ଷକ ଶିକ୍ଷୟତ୍ରୀ ଠିକ ସମୟରେ ଆସୁନଥିବା ବେଳେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ମଧ୍ୟ ନିମ୍ନମାନର ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି
ପ୍ରେମାନନ୍ଦ ପୁଜାରୀ, ମୋହନା: ଆଜିର ପିଲା କାଲିର ଭବିଷ୍ୟତ I ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ସରକାର ଗାଁ ଠାରୁ ସହର ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ସ୍ଥାପନ କରି ଆନୁସାଙ୍ଗିକ ବ୍ୟବସ୍ଥା ସାଙ୍ଗକୁ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତ କରୁଛନ୍ତି I ଏଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟ ରାଜ କୋଷରୁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା I ହେଲେ ଗ୍ରାମାଞ୍ଚଳର ଚାଲୁଥିବା ବିଦ୍ୟାଳୟର ଅବସ୍ଥା ପୁରା ଓଲଟା, ବିଦ୍ୟାଳୟରେ ପିଲା ତୁଳନାରେ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତ ହୋଇଥିଲେ ବି ସରକାର ନିୟମକୁ ଫୁ କରି ଆସୁନାହାନ୍ତି ବିଦ୍ୟାଳୟ I ଗଜପତି ଜିଲ୍ଲା ମୋହନା ବ୍ଲକ ବିରିକୋଟ ପଞ୍ଚାୟତର ଲୁଥୁରୀ ପ୍ରାଥମିକ ବିଦ୍ୟାଳୟରେ ଏପରି ଅବସ୍ଥା ଦେଖିବାକୁ ମିଳିଛି I