ଦେଶର ଏହି ସହର ଗୁଡ଼ିକରେ ବୈଠକ କରୁଥିଲା ISIS
ଚମକେଇ ଦେଲା ଧରା ପଡ଼ିଥିବା ଆତଙ୍କୀଙ୍କ ବୟାନ
ନୂଆଦିଲ୍ଲୀ: ଭାରତରେ ଆଇଏସଆଇଏସ କାୟାବିସ୍ତାର କରିବାକୁ ଉଦ୍ୟମ କରୁଛି । ଦେଶର ବିଭିନ୍ନ ସହରରେ ଗଲା ୩ ମାସ ହେଲା ବୈଠକ ମଧ୍ୟ କରୁଥିଲା ଏହି ଆତଙ୍କବାଦୀ ସଙ୍ଗଠନ । ଏବେ ବି ସଙ୍ଗଠନର କିଛି ସଦସ୍ୟ ସକ୍ରିୟ ଅଛନ୍ତି । ଗତ ଗୁରୁବାର ଦିଲ୍ଲୀ ପୋଲିସ ୩ ଆଇଏସଆଇଏସ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ଏବେ ସାମ୍ନାକୁ ଆସୁଛି ଏଭଳି କିଛି ଚମକାଇଦେବା ଭଳି ତଥ୍ୟ । ଏପରିକି ଏହି ନେଟୱାର୍କରେ ସାମିଲ ଥିବା ଅନ୍ୟ ଏକ ଆତଙ୍କବାଦୀକୁ ମଧ୍ୟ ଗୁଜୁରାଟରୁ ଗିରଫ କରାଯାଇଛି ।
ଆତଙ୍କବାଦୀମାନଙ୍କୁ ପଚରା ଉଚରା ପରେ ଜଣାପଡ଼ିଛି, ମହାରାଷ୍ଟ୍ର, ବେଙ୍ଗାଲୁରୁ, କେରଳ ଏବଂ ତାମିଲନାଡ଼ୁରେ ଗଲା ୩ ମାସ ହେଲା ବୈଠକ ପରେ ବୈଠକ କରୁଥିଲା ଆଇଏସଆଇଏସ । ଏକ ବଡ଼ ଧରଣର ହମଲା କରିବା ପାଇଁ ପ୍ରସ୍ତୁତି ଚାଲିଥିଲା । ଏହା ମଧ୍ୟ ଜଣାପଡ଼ିଛି, ଭାରତରେ ଆଇଏସଆଇଏସ ଆତଙ୍କୀ ସଙ୍ଗଠନ ନେଟୱାର୍କକୁ ଜଣେ ହ୍ୟାଣ୍ଡେଲ କରୁଛି । ତେବେ ତାକୁ ଧରିବା ପାଇଁ ଦିଲ୍ଲୀ, ଗୁଜୁରାଟ, ତାମିଲନାଡ଼ୁ ସମେତ ଅନ୍ୟ କିଛି ସ୍ଥାନରେ ପୋଲିସ ରେଡ଼ କରୁଛି । ତଦନ୍ତରୁ ଏହା ଜଣାପଡ଼ିଛି, ଏହି ନେଟୱାର୍କରେ ୮ରୁ ୧୦ ଜଣ ସଦସ୍ୟ ଅଛନ୍ତି ।
କହିରଖୁଛୁ, ଗତ ଗୁରୁବାର ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆଇଏସଆଇଏସର ୩ ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇଥିଲେ । ପଶ୍ଚିମ ଉତ୍ତର ପ୍ରଦେଶରେ ଏକ ବଡ଼ ଧରଣର ହମଲା କରିବା ଚକ୍କରରେ ଏମାନେ ଥିବା ପୋଲିସ କହିଥିଲା । ଆଇଏସଆଇଏସର ନିର୍ଦ୍ଦେଶ ମିଳିବା ମାତ୍ରେ ଏମାନେ ହମଲା କରିଥାନ୍ତେ । ତେବେ ଅଘଟଣ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ଼ ସଫଳତା ମିଳିଥିଲେ । ଆଉ ଏହା ପରେ ଚତୁର୍ଥ ଆତଙ୍କବାଦୀକୁ ବି ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
ଆହୁରି ପଢ଼ନ୍ତୁ; ଯୁଦ୍ଧର ଛାୟା ତଳେ ଇରାନର ଅମାନବୀୟ ଭୁଲ...