ନୂଆଦିଲ୍ଲୀ:  କିଛିଦିନ ପୂର୍ବେ ଗ୍ରାହକଙ୍କୁ ବଡ ଝଟକା ଦେଇଥିଲା ରିଲାଏନ୍ସ ଜିଓ । ମାଗଣା କଲ୍ ସେବାକୁ ବନ୍ଦ କରିବାର ଘୋଷଣା କରିଥିଲା କମ୍ପାନୀ । ଯାହା ଫଳରେ ଜିଓ ଗ୍ରାହକ ଅନ୍ୟ ନେଟୱର୍କକୁ କଲ୍ କଲେ ଶୁଲ୍କ ଆଦାୟ କରିବ । ବର୍ତ୍ତମାନ ନିଜ ଗ୍ରାହକଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ କମ୍ପାନୀ ୩୦ ମିନିଟର ମାଗଣା କଲ୍ ସେବା ପ୍ରଦାନ କରିବ । ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ଜିଓ ଏପରି କରିବାକୁ ଯାଉଛି ବୋଲି ଜଣାପଡିଛି । ଅନ୍ୟପକ୍ଷେ ଏହି ଅଫର ସୀମିତ ସମୟ ପାଇଁ ରହିବ ।


COMMERCIAL BREAK
SCROLL TO CONTINUE READING

ରିପୋର୍ଟ ଅନୁସାରେ, ରିଲାଏନ୍ସ ଜିଓର ଏହି ନିଷ୍ପତ୍ତି ପରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଗ୍ରାହକମାନେ ଅନଲାଇନ ପିଟିସନ ମଧ୍ୟ ଦାଖଲ କରିଛନ୍ତି। ଯାହାକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷେ ଏହି ମାଗଣା କଲ ଟକ ଟାଇମ ରିଚାର୍ଜ କରିବା ପରେ ହିଁ ମିଲିବ ।


ଏଠାରେ କହି ରଖୁଛୁ ଯେ,  ଗ୍ରାହକ ଅନ୍ୟ ନେଟୱର୍କରେ କଲ କଲେ ଜିଓ ଶୁଲ୍କ ଆଦାୟ କରିବାର ଘୋଷଣା କରିବା ପରେ କମ୍ପାନୀ ତରଫରୁ କିଛି ଫ୍ୟାକ୍ସ ଜାରି କରାଯାଇଛି । ଯାହା ସମସ୍ତ ଗ୍ରାହକଙ୍କୁ କରିବାକୁ ପଡ଼ିବ। ଜିଓ ଗ୍ରାହକଙ୍କୁ ମେସେଜ  ମାଧ୍ୟମରେ ନୋଟିଫିକେଶନ ଦିଆଯାଉଛି । ଜିଓ ସେହି ଗ୍ରାହକଙ୍କୁ ୩୦ ମିନିଟର ମାଗଣା କଲ ପ୍ରଦାନ କରିବ, ଯିଏ ଏହି ଘୋଷଣାର ୭ ଦିନ ମଧ୍ୟରେ ରିଚାର୍ଜ କରିବେ । ଅର୍ଥାତ ଗ୍ରାହକଙ୍କ ହାତରେ ମାତ୍ର ୩ ଦିନ ବା ଅକ୍ଟୋବର ୧୭ ଯାଏ ସମୟ ରହିଛି । 


ବର୍ତ୍ତମାନର ପ୍ଲାନ ଚାଲୁଥିବା ଯାଏ ଆପଣ ଅନ୍ୟ ନେଟୱର୍କକୁ ମାଗଣା କଲ କରି ପାରିବେ, କିନ୍ତୁ ଯେମିତି ପୁରୁଣା ଭେଲେଡିଟି ଶେଷ 
ହେବ ଆପଣଙ୍କୁ ନୂଆ ପ୍ଲାନ ନେବାକୁ ପଡିବ । ସେତେବେଳେ ଅନ୍ୟ ନେଟୱର୍କକୁ କଲ କଲେ ଆପଣଙ୍କ ଠାରୁ ଶୁଲ୍କ ଆଦାୟ କରିବ କମ୍ପାନୀ । ଯଦି ଆପଣଙ୍କ ଭେଲେଡିଟି କିଛିଦିନ ପରେ ଶେଷ ହେବାକୁ ଯାଉଛି, ତେବେ ଆପଣ ୩୦ ମିନିଟ ମାଗଣା କଲର ସୁବିଧା ପାଇ ପାରିବେ ନାହିଁ ।