Advertisement
Article Detail0/zeeodisha/odisha2286876
Zee OdishaOdisha StateSitalasasthi: ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ଚଳଚଞ୍ଚଳ, ଆଜି ଶିବ ବିବାହ

Sitalasasthi: ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ଚଳଚଞ୍ଚଳ, ଆଜି ଶିବ ବିବାହ

ଶ୍ରଦ୍ଧାଳୁମାନଙ୍କୁ ଯୁଗଳ ବେଶରେ ଦର୍ଶନ ଦେବା ପାଇଁ ୧୧ ତାରିଖ ରାତିରେ  ଦେବ ଦମ୍ପତି ନଗର ପରିକ୍ରମାରେ ବାହାରିବେ। ୧୨ ତାରିଖ ଅପରାହ୍ଣରେ ଦେବ ଦମ୍ପତି ମନ୍ଦିର ପ୍ରବେଶ ସହିତ ଶୀତଳଷଷ୍ଠୀ ଯାତ୍ରା ସମାପନ ହେବ। 

Sitalasasthi: ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ଚଳଚଞ୍ଚଳ, ଆଜି ଶିବ ବିବାହ

Sitalasasthi: ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଚଳଚଞ୍ଚଳ ହୋଇଉଠିଛି। ଆଜି ସୋମବାର ରାତିରେ ଦେବଦେବ ମହାଦେବଙ୍କର ଜଗତଜନନୀ ମା ପାର୍ବତୀଙ୍କ ସହିତ ବିବାହ ଅନୁଷ୍ଠିତ ହେବ। ଶୀତଳଷଷ୍ଠୀ ଯାତ୍ରାକୁ ନେଇ ଏଥର ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। 

ଗତ ୬ ତାରିଖରେ ନନ୍ଦପଡ଼ାର ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ସହିତ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ପର୍ବ ଆରମ୍ଭ ହୋଇଥିଲା। ଶନିବାର ସନ୍ଧ୍ୟାରେ ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳଶ୍ୱର ବାବା, ଠାକୁରପଡ଼ାର ଶୀତଳେଶ୍ୱର ବାବାଙ୍କ ପତରପେଣ୍ଡି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ପ୍ରଚଳିତ ପରମ୍ପରା ଅନୁସାରେ ନନ୍ଦପଡ଼ାର ବାଲୁଙ୍କେଶ୍ୱର ବାବାଙ୍କ ବିବାହ ସାକ୍ଷୀ ରହିବା ପାଇଁ ସାକ୍ଷୀପଡାରୁ ସାକ୍ଷୀ ଗୋପିନାଥଙ୍କୁ ଘଣ୍ଟଘଣ୍ଟା, ଶଙ୍ଖଧ୍ୱନୀ ସହ ବାଜାଗାଜା ତାଳେ ତାଳେ ଶୋଭାଯାତ୍ରାରେ ନନ୍ଦପଡାକୁ ନିଆଯାଇଛି। ସେହିପରି ଝାଡ଼ୁଆପଡ଼ା ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ ବଜାରର ଶୀତଳେଶ୍ୱର ବାବା, ଠାକୁରପଡ଼ାର ଶୀତଳେଶ୍ୱର ବାବାଙ୍କ ବିବାହ ନିମନ୍ତେ ଦେବ ନିମନ୍ତ୍ରଣ ପରମ୍ପରା ସମ୍ପନ୍ନ ହୋଇଛି। ଶିବାଳୟରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ନିର୍ଦ୍ଦିଷ୍ଠ ଅଞ୍ଚଳରେ ମନ୍ଦିରଗୁଡିକୁ ଯାଇ ଦେବଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି। 

ଅପର ପକ୍ଷରେ ଆଜି ସୋମବାର ବିଳମ୍ବିତ ରାତିରେ ପାରମ୍ପରିକ ରୀତିନୀତିରେ ଶିବ ପାର୍ବତୀଙ୍କ ଦେବବିବାହ ଅନୁଷ୍ଠିତ ହେବ। ରାତିରେ ବିଭିନ୍ନ ପଡାରେ ଥିବା ଶିବାଳୟରୁ କନ୍ୟାପିତାମାତାଙ୍କ ବାସଭବନକୁ ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ବାହାରିବେ ଭଗବାନ ଶିବ। ବରାତି ଶୋଭାଯାତ୍ରାରେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକ କଳାକାରଙ୍କ ସହିତ ରେକର୍ଡ ଡ୍ୟାନ୍ସ ଦଳ ସାମିଲ ହେବେ। ଶ୍ରଦ୍ଧାଳୁମାନଙ୍କୁ ଯୁଗଳ ବେଶରେ ଦର୍ଶନ ଦେବା ପାଇଁ ୧୧ ତାରିଖ ରାତିରେ  ଦେବ ଦମ୍ପତି ନଗର ପରିକ୍ରମାରେ ବାହାରିବେ। ୧୨ ତାରିଖ ଅପରାହ୍ଣରେ ଦେବ ଦମ୍ପତି ମନ୍ଦିର ପ୍ରବେଶ ସହିତ ଶୀତଳଷଷ୍ଠୀ ଯାତ୍ରା ସମାପନ ହେବ। 

Add Zee News as a Preferred Source
About the Author