ମିଳିଲାନି ଲୋକପ୍ରିୟତା, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେନି ଭାରତୀୟ ବଂଶୋଦ୍ଭବ
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେନି ଭାରତୀୟ ବଂଶୋଦ୍ଭବ କମଲା ହାରିଶ । ନିଜ ଲୋକପ୍ରିୟତା କମୁଥିବାରୁ ସେ ଏଥିରୁ ଓହରି ଯାଇଛନ୍ତି । ଆଉ ଏହାପରେ ଭାରତୀୟ ବଂଶୋଦ୍ଭୋବ ଆମେରିକା ରାଷ୍ଟ୍ରପତି ହେବା ନେଇ ଯେଉଁ ସମ୍ଭାବନାଟିଏ ସୃଷ୍ଟି ହୋଇଥିଲା, ସେଥିରେ ଗୋଟିଏ ପ୍ରକାର ପୁନଚ୍ଛେଦ ପଡିଛି ।
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେନି ଭାରତୀୟ ବଂଶୋଦ୍ଭବ କମଲା ହାରିଶ । ନିଜ ଲୋକପ୍ରିୟତା କମୁଥିବାରୁ ସେ ଏଥିରୁ ଓହରି ଯାଇଛନ୍ତି । ଆଉ ଏହାପରେ ଭାରତୀୟ ବଂଶୋଦ୍ଭୋବ ଆମେରିକା ରାଷ୍ଟ୍ରପତି ହେବା ନେଇ ଯେଉଁ ସମ୍ଭାବନାଟିଏ ସୃଷ୍ଟି ହୋଇଥିଲା, ସେଥିରେ ଗୋଟିଏ ପ୍ରକାର ପୁନଚ୍ଛେଦ ପଡିଛି ।
ଆସନ୍ତାବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ରାଷ୍ଟ୍ରପତି ପଦବୀ ପାଇଁ ପ୍ରମୁଖ ଦାବିଦାର ଥିଲେ କାଲିଫୋର୍ଣ୍ଣିଆର ଡେମୋକ୍ରାଟିକ ସାଂସଦ କମଲା ହାରିଶ ।
ଚଳିତବର୍ଷ ଜାନୁଆରୀରେ ରାଷ୍ଟ୍ରପତି ଦୌଡରେ ସାମିଲ ହେବେ ବୋଲି ଘୋଷଣା କରିଥିଲେ ୫୫ ବର୍ଷୀୟ କମଲା । ଆଉ ଏହାପରେ ଭାରତୀୟଙ୍କ ଭିତରେ ନୂଆ ଆଶା ସଞ୍ଚାର ହୋଇଥିଲା ।
ଏପରିକି ନିର୍ବାଚନ ଖର୍ଚ୍ଚ ପାଇଁ ଟଙ୍କା ଯୋଗାଡ ମଧ୍ୟ କରିଥିଲେ କମଲା । ଶୁଭେଚ୍ଛୁଙ୍କ ଦ୍ୱାରା ୨।୩ କୋଟି ଡଲାର ସଂଗ୍ରହ ହୋଇସାରିଥିଲେ । ତେବେ ବିଭିନ୍ନ ସଂସ୍ଥା ଦ୍ୱାରା ହୋଇଥିବା ସର୍ବେକ୍ଷଣରେ ନିଜ ଲୋକପ୍ରିୟତା ହ୍ରାସ ପାଉଥିବା ସେ ଜାଣିବାକୁ ପାଇଥିଲେ । ଶେଷରେ ପୂର୍ବ ନିଷ୍ପତ୍ତିରୁ ଓହରି ଯାଇଛନ୍ତି ଏହି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ ।
ଆହୁରି ପଢନ୍ତୁ; ଖୁବଶୀଘ୍ର ଜେଲରୁ ବାହାରିବେ ପି. ଚିଦାମ୍ବରମ