ଖୁବଶୀଘ୍ର ଜେଲରୁ ବାହାରିବେ ପି. ଚିଦାମ୍ବରମ, ମିଳିଲା ଜାମିନ
Advertisement

ଖୁବଶୀଘ୍ର ଜେଲରୁ ବାହାରିବେ ପି. ଚିଦାମ୍ବରମ, ମିଳିଲା ଜାମିନ

ଆଇଏନଏକ୍ସ ମିଡିଆ ମାମଲାରେ ପି ଚିଦାମ୍ବରମଙ୍କୁ ଜାମିନ । ତାଙ୍କ ଜାମିନ ମଞ୍ଜୁର କଲେ ଦେଶର ସର୍ବୋଚ୍ଚ ଅଦାଲତ । ଫଳରେ ଉଭୟ ସିବିଆଇ ଏବଂ ଇଡି ମାମଲାରେ ଶହେରୁ ଉର୍ଦ୍ଧ୍ୱ ଦିନ ହେଲା ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଗତ ଗୁରୁବାର ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପି ଚିଦାମ୍ବରମଙ୍କୁ ଜାମିନ । ଇଡି ଦ୍ୱାରା ଦାୟର ହୋଇଥିବା ମନି ଲଣ୍ଡରିଂ ମାମଲାରରେ ଜାମିନ ମଞ୍ଜୁର କଲେ ଦେଶର ସର୍ବୋଚ୍ଚ ଅଦାଲତ । ଫଳରେ ଉଭୟ ସିବିଆଇ ଏବଂ ଇଡି ମାମଲାରେ ଶହେରୁ ଉର୍ଦ୍ଧ୍ୱ ଦିନ ହେଲା ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଗତ ଗୁରୁବାର ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବ୍ୟକ୍ତିଗତ ଭାବରେ ୨ ଲକ୍ଷ ଟଙ୍କାର ବେଲ ବଣ୍ଡ ଓ ଦୁଇ ଜଣ ଜାମିନଦାର ସମାନ ଟଙ୍କାର ବେଲ ବଣ୍ଡ ଭରିବେ । ଏହାପରେ ଜେଲରୁ ମୁକୁଳିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ । ତେବେ ଜାମିନ ଦେବା ବେଳେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ସର୍ବୋଚ୍ଚ ଅଦାଲତ । 

ଚିଦାମ୍ବରମଙ୍କ ଆଗରେ କ'ଣ ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ ?

  • ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ
  • ପ୍ରମାଣ ନଷ୍ଠ ପାଇଁ କୌଣସି ବି ଉଦ୍ୟମ କରିବେ ନାହିଁ
  • ଆଇଏନଏକ୍ସ ମିଡିଆ ମାମଲାରେ କୌଣସି ସାର୍ବଜନୀନ ମତ ଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ
  • କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଗସ୍ତ କରିପାରିବେ ନାହିଁ

ଏହି ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ଚିଦାମ୍ବରମକୁ ପ୍ରଥମେ ସିବିଆଇ ଗିରଫ କରିଥିଲା । ଯଦିଓ ଅକ୍ଟୋବରରେ ଜାମିନ ମିଳିଯାଇଥିଲା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ ହୋଇଥିଲେ ଚିଦାମ୍ବରମ । ତେବେ ଚିଦାମ୍ବରମଙ୍କୁ ଜାମିନ ମିଳିବ ନା ନାହିଁ, ଆଜି ସ୍ପଷ୍ଟ ହେବ । 

ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ । ଶୁଣାଣି ବେଳେ ହାଇକୋର୍ଟ କହିଥିଲେ, ''ଆଇଏନଏକ୍ସ ମିଡିଆ ଅର୍ଥ ନେଣଦେଣ ମାମଲାରେ ଚିଦାମ୍ବରମଙ୍କ ସମ୍ପୃକ୍ତି ନେଇ ଗୁରୁତର ଅଭିଯୋଗ ରହିଛି । ଯଦି ତାଙ୍କୁ ଜାମିନ ମିଳେ, ତେବେ ସମାଜକୁ ଏକ ଖରାପ ବର୍ତ୍ତା ଯିବ ।''

ଇଡିର ସମ୍ପତ୍ତି ଶୋଷଣ ନିବାରଣ ଅଧିନିୟମ(ପିଏମଏଲଏ) ଅନୁଯାୟୀ ପି। ଚିଦାମ୍ବରମଙ୍କ ନାଁରେ ମାମଲା ରୁଜୁ ହୋଇଛି । ଚିଦାମ୍ବରମ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଉପା ସରକାର(୧) ଓ ଉପା ସରକାର(୨) ଅମଳରେ କେନ୍ଦ୍ର ଗୃହ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଥିଲେ । ୨୦୦୭ ମସିହାରେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶ ପାଇଁ  ଏଫଆଇପିବି ମଞ୍ଜୁରୀ ଦେବାକୁ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । ୧୫ ମେ ୨୦୧୭ରେ ସିବିଆଇ ପି. ଚିଦାମ୍ବରମଙ୍କ ନାଁରେ ମାମଲା ରୁଜୁ କରିଥିଲା । ପରେ ଗତ ୨୧ ଅଗଷ୍ଟରେ ତାଙ୍କୁ ଗିରଫ କରାଯାଇଥିଲା। ଆଉ ଆଜି ଏହି ମାମଲାରେ ଚିଦାମ୍ବରମକୁ ଇଡି ଗିରଫ କରିଛି । 

ଆହୁରି ପଢନ୍ତୁ; 'ବିଜେପିର ବଳ ମୋଦି , ରାହୁଲ କଂଗ୍ରେସର ଏକ ଦୁର୍ବଳତା'