ସଞ୍ଜୟ ମହାପାତ୍ର, ପୁରୀ: Nagarjuna Besa: ରତ୍ନ ସିଂହାସନରେ ଝଲସୁଛନ୍ତି ମହାପ୍ରଭୁ। ଦୁର୍ଲଭ ନାଗାର୍ଜୁନ (Nagarjuna Besa) ବେଶରେ ସୁସଜ୍କିତ ହୋଇଛନ୍ତି କାଳିଅ ସାଆନ୍ତେ (Lord Jagannath)। ସେପଟେ ସିଂହାରୀ ସେବାୟତ (Sinhari Sebayat) ଓ ଖୁଣ୍ଟିଆ ମେକାପ (Khuntia-mekapa Sebayat) ସେବାୟତଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଯୋଗୁଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ (Nagarjuba Besa) ନୀତିରେ ଦେଖାଦେଇଥିଲା ବିଶୃଙ୍ଖଳା। ଉଭୟଙ୍କ ମଧ୍ୟରେ ବିବାଦ ଘନେଇବା ପୂର୍ଵରୁ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଜିଲ୍ଲାପାଳଙ୍କ (Collector) ହସ୍ତକ୍ଷେପ ପରେ ବେଶ ନୀତି ଆଗକୁ ବଢିଥିଲା। ସେପଟେ କିଛି ଡ୍ଯୁଟି ନଥିବା ଅଧିକାରୀ ଓ ଭକ୍ତ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ବେଶ ଦର୍ଶନ କରିଥିବା ଅଭିଯୋଗ ଆସିଛି । ଯାହାର ତଦନ୍ତ ପାଇଁ ସିସିଟିଭି (CCTV) ଯାଞ୍ଚ କରିବ ପ୍ରଶାସକ । ଏଥିସହ ସେବାୟତଙ୍କ ବିବାଦ ଯୋଗୁଁ ନୀତି ବିଳମ୍ବ ନେଇ ଆଜି ବୈଠକ ବସିବ ବୋଲି ସୂଚନା ଦେଲେ ମୁଖ୍ୟ ପ୍ରଶାସକ। ସେପଟେ କୋଭିଡ (Covid Guideline) କଟକଣା ପାଇଁ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: LPG ସବସିଡି ଉପରେ ୭ କୋଟି ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି


ବିବେକ ହରାଇଲେ ନିର୍ଦ୍ଦିଷ୍ଟ ନିଯୋଗର ସେବାୟତ। ସିଂହାରୀ ବନାମ ଖୁଣ୍ଟିଆ ମେକାପଙ୍କ କଳିରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ନୀତିରେ ବିଶୃଙ୍ଖଳା। ଭୋର ୪ଟାରେ ବେଶ ଆରମ୍ଭ ପରିବର୍ତ୍ତେ ହେଲା ୪.୪୫ରେ। ସାତଟାରେ ବେଶ ଶେଷ ହେବା ପରିବର୍ତ୍ତେ ୧୦.୧୫ରେ ବେଶ ଲାଗି ଶେଷ ହୋଇଥିଲା । ୩ ଘଣ୍ଟା ନୀତି ବିଳମ୍ବ ଯୋଗୁଁ ଭକ୍ତ ଓ ସେବକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିଲା। ବେଶ କରିବା ସମୟରେ ସିଂହାରୀ ସେବକ ଓ ଖୁଣ୍ଟିଆ ମେକାପଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ମହାପ୍ରଭୁଙ୍କ ସ୍ୱର୍ଣ୍ଣାଳଙ୍କାର ସିଂହାରୀ ସେବକଙ୍କ ହାତକୁ ବଢାଇବାକୁ ମନାକଲେ ଖୁଣ୍ଟିଆ ମେକାପ। ଫଳରେ ଗର୍ଭଗୃହରେ ନୀତିରେ ହେଲା ଚରମ ବିଶୃଙ୍ଖଳା। ଜିଲ୍ଲାପାଳ ଓ ନୀତି ପ୍ରଶାସକଙ୍କ ହସ୍ତକ୍ଷେପ ପରେ ବିବାଦ ତୁଟିଥିଲେ ମଧ୍ୟ ନୀତିରେ ତିନିଘଣ୍ଟା ବିଳମ୍ବ ହୋଇଥିଲା। 


ଅଧିକ ପଢନ୍ତୁ: ପାକିସ୍ତାନକୁ ବଡ ଝଟକା ଦେଲା ଏହି ଦେଶ


ଏମିତିକି ଆଜି ୧୪୪ଧାରା ମଧ୍ୟରେ ନାଗାର୍ଜୁନ ବେଶ ଚାଲିଥିବା ବେଳେ ଡ୍ଯୁଟିରେ ନଥିବା କିଛି ଅଧିକାରୀ ଓ ବ୍ଯକ୍ତି ବିଶେଷ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ଆସିଛି ଅଭିଯୋଗ। ସେପଟେ ବିନା ଭକ୍ତରେ ଦୀର୍ଘ ୨୫ ବର୍ଷ ପରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ।ନିର୍ଦ୍ଧାରିତ ନୀତି ଠାରୁ ପ୍ରାୟ ୩ ଘଣ୍ଟା ବିଳମ୍ବରେ ସରିଥିଲେ ମଧ୍ୟ ବେଶ ଅତି ଚମତ୍କାର ରହିଥିଲା। ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦେଖି ସେବାୟତ, ଅଣସେବାୟତ ଓ ସାଧୁସନ୍ଥମାନେ ଆତ୍ମତୃପ୍ତି କରିଛନ୍ତି। ଏଭଳି ଦର୍ଶନ ଆଗରୁ କେବେ ଦେଖିନାହାନ୍ତି। ବୀର ଯୋଦ୍ଧା ସାଧୁ ଭାବେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଚର୍ମଚକ୍ଷୁରେ ଦର୍ଶନ କରି ବେଶ କୃତାର୍ଥ ହୋଇଥିବା କହିଛନ୍ତି। ଗତକାଲି ରାତି ୨.୪୫ ରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ହରଚଣ୍ଡୀ ସାହିସ୍ଥିତ ଚକ୍ରକୋଟ ଯାଗାରେ ନାଗାର୍ଜୁନ ବେଶ ପୂଜାର୍ଚ୍ଚନା କରାଯାଇ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କଡା ସୁରକ୍ଷା ମଧ୍ୟରେ ବେଶ ଅଣାଯାଇଥିଲା। ବେଶ କାରିଗରମାନେ ନିଜ ହାତରେ ଗଢିଥିବା ବେଶକୁ ଆଜି ଯେତେବେଳେ ମହାପ୍ରଭୁ ପରିଧାନ କରିଥିବା ଦେଖିଲେ ତାଙ୍କ ଆଖିରୁ ଝରିପଡିଥିଲା ଅଶ୍ରୁ।


ଅଧିକ ପଢନ୍ତୁ: ମମତାଙ୍କୁ ଗୋଟିଏ ଦିନରେ ଦ୍ୱିତୀୟ ଝଟକା


ଶ୍ରୀକ୍ଷେତ୍ରରେ ସାହିଯାତର ପରମ୍ପରା ସହିତ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସାଦୃଶ୍ୟ।ପୌରାଣିକ ମତ ଅନୁଯାୟୀ  ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଦୀର୍ଘ ୨୬ବର୍ଷ ପରେ ଏହି ଦୁର୍ଲଭ ନାଗାର୍ଜୁନ ବେଶ ହୋଇଥିଲେ ହେଁ କରୋନା ମହାମାରୀ ପାଇଁ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇ ଭାବ ବିହ୍ୱଳ ହୋଇପଡିଥିଲେ। ଜଗନ୍ନାଥ ବଲ୍ଲଭ ମଠରେ ଭକ୍ତଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା ହୋଇଥିଲା। ଅପରାହ୍ନ ୩.୫୫ରୁ ୫ଟା ମଧ୍ୟରେ ବେଶ ଓଲାଗି ହୋଇଛି। ଏହି ବେଶକୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଅକ୍ଷୂର୍ଣ୍ଣ ଭାବେ ଦାଖଲ କରାଯାଇଛି। ଅବଢା ଯୋଜନାରେ ଶ୍ରୀମନ୍ଦିର ଭିତରେ ଥିବା ମ୍ଯୁଜିୟମରେ ରଖାଯିବ। ସେପଟେ ଆଜିର ବିଶୃଙ୍ଖଳାକୁ ଅତି ଗମ୍ଭୀରତାର ନିଆଯାଇଛି। ସିସିଟିଭି ଯାଞ୍ଚ କରାଯାଇ କଡା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।