ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ନାଗରିକତା ଆଇନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ପୂର୍ବୋତ୍ତରରେ ଏହା ଉଗ୍ରରୂପ ଧାରଣ କରିଛି । ମୋ ଶବ ଉପରେ ଏହି ଆଇନ ଲାଗୁ ହେବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଉ ଏହାରି ଭିତରେ ମହାରାଷ୍ଟ୍ରରେ ୧୨ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି ପୋଲିସ । 


COMMERCIAL BREAK
SCROLL TO CONTINUE READING

ସୋମବାର ମହାରାଷ୍ଟ୍ର ବୋଇସରରୁ ପାଲଘର ଆଣ୍ଟି ଟେରୋରିଜିମ ସେଲ((ATC) ଏମାନଙ୍କୁ ଗିରଫ କରିଛି । ଭାରତରେ ଏମାନେ ବେଆଇନ ଭାବରେ ରହୁଥିଲେ । ଏମାନଙ୍କ ପାଖରେ କୌଣସି ଆବଶ୍ୟକ ଦସ୍ତାବିଜ ନଥିଲା । ଗିରଫ ହୋଇଥିବା ୧୨ ବାଂଲାଦେଶୀ ନାଗରିକଙ୍କ ମଧ୍ୟରେ ୯ ଜଣ ମହିଳା ଅଛନ୍ତି । ପୋଲିସ ଏମାନଙ୍କୁ ନେଇ ଆହୁରି ତଦନ୍ତ କରୁଛି । ବାଂଲାଦେଶରୁ ଏମାନେ ଭାରତ କିପରି ଆସିଲେ, ସେନେଇ ପଚରା ଉଚରା କରୁଛି । 



ଆହୁରି ପଢନ୍ତୁ; ଈଶ୍ୱରଙ୍କ ଶରଣ ନେବାର ସମୟ ଆସିଛି !