ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କ ମୃତ୍ୟୁ ପରଓ୍ୱାନା ପାଇଁ ନୂଆ ତାରିଖ ଘୋଷଣା କରିବେ। ତେବେ ନିର୍ଭୟା ଦୋଷୀମାନଙ୍କ ପାଇଁ ଫାଶୀରୁ ବର୍ତ୍ତିବା ପାଇଁ ସବୁରାସ୍ତା ଏକ ପ୍ରକାର ବନ୍ଦ ହୋଇ ସାରିଲାଣି। ତେବେ ଫାଶୀରୁ ବର୍ତ୍ତିବା ପାଇଁ ଅଭିଯୁକ୍ତମାନେ ବିଭିନ୍ନ ଉପାୟ ଜାରି ରଖିଛନ୍ତି। ପ୍ରଥମ ମୃତ୍ୟୁ ପରଓ୍ୱାନା ଜାରି ହେବା ପରଠାରୁ ହିଁ ନ୍ୟାୟିକ ବ୍ୟବସ୍ଥାକୁ ଢାଲ କରି ଫାଶୀରୁ ବର୍ତ୍ତିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଥିଲେ।  


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ : ଥକି ପଡ଼ିଲିଣି, ନ୍ୟାୟ ଦିଅନ୍ତୁ...


ତେବେ ସମସ୍ତ ନ୍ୟାୟିକ ବ୍ୟବସ୍ଥାକୁ ସାତ ଦିନ ମଧ୍ୟରେ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଉ ଏହି ସାତ ଦିନ ମଧ୍ୟରେ କୌଣସି ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିନଥିଲେ ନିର୍ଭୟା ଅଭିଯୁକ୍ତ। ତେବେ ଫାଶୀରୁ ବର୍ତ୍ତିବା ପାଇଁ ନୂଆ ପନ୍ଥା ଆପଣାଇଛନ୍ତି ଏହି ନିର୍ଭୟା ଅଭିଯୁକ୍ତ। ଅଭିଯୁକ୍ତଙ୍କ ଓକିଲ ଫାଶୀରୁ ବର୍ତ୍ତିବା ପାଇଁ କୋର୍ଟରେ ଏକ ଅଦ୍ଭୁତ ଯୁକ୍ତି ବାଢିଛନ୍ତି। ଓକିଲ କହିଛନ୍ତି କି, ଅଭିଯୁକ୍ତ ବିନୟ ଶର୍ମାଙ୍କ ମାନସିକ ସ୍ଥିତି ଠିକ ନାହିଁ। ସେ କହିଛନ୍ତି କି, ମାନସିକ ସ୍ଥିତିରେ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଛି ବିନୟ। ଫଳରେ ସେ ବର୍ତ୍ତମାନ ମେଣ୍ଟାଲ ଟ୍ରମା ରୋଗରେ ଆକ୍ରାନ୍ତ ହୋଇ ସମୟ ଅତିବାହିତ କରୁଛି। ଫଳରେ ତାଙ୍କୁ ଏହି ସମୟରେ ଫାଶୀ ଦିଆଯାଇପାରିବ ନାହିଁ ବୋଲି ଓକିଲ ଏପି ସିଂ କହିଛନ୍ତି।  


ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି, ମୋର କ୍ଲାଏଣ୍ଟ ବିନୟକୁ ଏକାଧିକ ବାର ଜେଲ କର୍ତ୍ତୃପକ୍ଷ ମେଣ୍ଟାଲ ହସ୍ପିଟାଲକୁ ନେଇ ଚିକିତ୍ସା କରିଛନ୍ତି। ଏହା ସହିତ ତାଙ୍କୁ ଚିକିତ୍ସା କରାଇ ଔଷଧ ମଧ୍ୟ ଦେଇଛନ୍ତି। ତେବେ ମେଣ୍ଟାଲ ଡାକ୍ତରଖାନା ସେତେବେଳେ ପଠାଇ ଯାଇଥାଏ, ଯେତେବେଳେ ଜଣେ ମାନସିକସ୍ତରରେ  ଦୁର୍ବଳ ଥାଏ। ଓକିଲ ଏପି ସିଂ ଆହୁରି ମଧ୍ୟ କହିଥିଲେ କି, ବିନୟର ମାନସିକ ସ୍ଥିତି ମଧ୍ୟ ଠିକ ନାହିଁ। ଫଳରେ ତାଙ୍କୁ ଏବେ ଫାଶୀରେ ଚଢାଯାଇ ପାରିବ ନାହିଁ ବୋଲି ସେ କହିଥିଲେ। ତେବେ ଏହି କାରଣରୁ ଜଣେ ଅଭିଯୁକ୍ତ ଧାରା ୨୧ ଅନୁଯାୟୀ ବଞ୍ଚିବାର ଅଧିକାର ପାଇଛି, ଯାହା ବିନୟର ଅଧିକାର ବୋଲି ଲେ ଯୁକ୍ତି ବାଢିଥିଲେ।  


ଅଧିକ ପଢନ୍ତୁ: ଆପର ଚାଣକ୍ୟ କିଏ...


ସେପଟେ ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହୋଇଥିବା ରାଜକ୍ଷମା ଯାଚିକାକୁ ଖାରଜ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ଓକିଲ ଏପି ସିଂ। ସେ କହିଛନ୍ତି କି ମୁଁ ଅନ୍ୟାୟକୁ ଅଟକାଇବାକୁ ଚାହୁଁଛି। ସରକାରୀସ୍ତରରେ ହୋଇଥିବା ସମସ୍ତ କାଗଜପତ୍ରକୁ ମୁଁ ମଗାଇଛି। ତେବେ ଏହି ଫାଇଲ ଓ କାଗଜ ପତ୍ରରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଓ ଗୃହମନ୍ତ୍ରୀଙ୍କ ଦସ୍ତଖତ ରହିଛି କି ନାହିଁ ତାହା ଦେଖିବାକୁ ଚାହୁଁଛି। ଏହା ସହିତ ଏହି କାଗଜ ପତ୍ରପାଇଁ ମଧ୍ୟ ଆରଟିଆଇରେ ମଧ୍ୟ ତଥ୍ୟ ମଗାଇଛି ବୋଲି ସେ ସୂଚନା ଦେଇଥିଲେ।  


ଏ ସବୁ ଦସ୍ତାବିଜ ଓ୍ୱାଟସଅପ ମାଧ୍ୟମରେ ମଗା ଯାଇଛି। ଜଷ୍ଟିସ ଭାନୁମତି କହିଛନ୍ତି କି, ଏ ସବୁ ଦସ୍ତାବିଜ ଆପଣଙ୍କର କୌଣସି କାମରେ ଆସିବ ନାହିଁ। ଏସବୁ ଦସ୍ତାବିଜ କୋର୍ଟର ସନ୍ତୁଷ୍ଟ ପାଇଁ ରହିଛି। ଏହାର ଜବାବରେ ଏପି ସିଂ କହିଛନ୍ତି କି ମୋର ମହକିଲ ବିନୟକୁ ଫାଶୀ ଖୁଣ୍ଟରେ ଝୁଲାଯିବ। ଏହା କୌଣସି ବେସରକାରୀ ଚାକିରି ପାଇଁ ସାକ୍ଷାତକାର ନୁହେଁ ଯେ, ଏହାକୁ ମଗାଯିବ ନାହିଁ ବୋଲି ସେ କହିଥିଲେ।