ଥକି ପଡ଼ିଲିଣି, ନ୍ୟାୟ ଦିଅନ୍ତୁ...
Advertisement
Article Detail0/zeeodisha/odisha639660

ଥକି ପଡ଼ିଲିଣି, ନ୍ୟାୟ ଦିଅନ୍ତୁ...

କୋର୍ଟ ଭିତରେ ଭାବ ବିହ୍ୱଳ ହୋଇ ପଡ଼ିଲେ ଆଶାଦେବୀ...

ଥକି ପଡ଼ିଲିଣି, ନ୍ୟାୟ ଦିଅନ୍ତୁ...

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତମାନେ ନ୍ୟାୟିକ ବ୍ୟବସ୍ଥାର ଛତ୍ରଛାୟା ତଳେ ଜୀବନ ମୃତ୍ୟୁ ମଧ୍ୟରେ ସଂଘର୍ଷ ଜାରି ରଖିଛନ୍ତି। ଅନୁରୂପ ଭାବେ ନିର୍ଭୟାଙ୍କ ମା' ମଧ୍ୟ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଏ କୋର୍ଟରୁ ସେ କୋର୍ଟକୁ ମଧ୍ୟ ଦୌଡ଼ିବାରେ ବ୍ୟସ୍ତ ରହିଛନ୍ତି। ତେବେ ନିଜର ସଂଘର୍ଷ ମଧ୍ୟରେ ବେଶ ଥକି ପଡ଼ିଥନ୍ତି ନିର୍ଭୟାଙ୍କ ମା ଆଶା ଦେବୀ। ଯାହା ଆଜି କୋର୍ଟରେ ଦେଖିବାକୁ ମିଳିଥିଲା।  

ଅଭିଯୁକ୍ତମାନଙ୍କୁ ସମସ୍ତ ନ୍ୟାୟିକ ବ୍ୟବସ୍ଥାକୁ ଶେଷ କରିବା ପାଇଁ କୋର୍ଟ ସାତ ଦିନ ସମୟ ଦେଇଥିଲେ। ଆଉ ସେହି ସମୟ ଆଜି ଶେଷ ହୋଇଛି। ଆଉ ସମୟ ଶେଷ ହେବା ସହିତ ସେମାନଙ୍କ ପାଇଁ ଡେଥ ଓ୍ୱାରେଣ୍ଟ ତଥା ମୃତ୍ୟୁ ପରଓ୍ୱାନା ଜାରି କରିବା ପାଇଁ ଦାବି କରିଥିଲେ ନିର୍ଭୟାଙ୍କ ମା ଆଶାଦେବୀ। ଆଉ ଏହି ସମୟରେ ସେ ନିଜର କୋହ ସମ୍ବରଣ କରି ନପାରି କୋର୍ଟ ପରିସରରେ କାନ୍ଦି ପକାଇଥିଲେ।  

ଅଧିକ ପଢନ୍ତୁ: ଅଭିଯୁକ୍ତଙ୍କୁ ଫାଶୀରେ ଝୁଲାଇବା ପାପ

ଆଶା ଦେବୀ କୋର୍ଟରେ କହିଥିଲେ କି, ନିର୍ଭୟାକୁ ନ୍ୟାୟ ଦେବା ପାଇଁ ପ୍ରାୟ ୭ ବର୍ଷ ହେଲାଣି ଏ କୋର୍ଟରୁ ସେ କୋର୍ଟକୁ ଧାଉଁଛନ୍ତି। ମାତ୍ର ନ୍ୟାୟ ମିଳିବା ପରିବର୍ତ୍ତେ କେବଳ ସମୟ ମିଳୁଛି। ସେ ବିଚାରପତିଙ୍କୁ କହିଥିଲେ କି, ମୁଁ ଆପଣଙ୍କୁ ହାତ ଯୋଡ଼ୁଛି କି, ଦୋଷୀମାନଙ୍କ ବିରୋଧରେ ଡେଥ ଓ୍ୱାରେଣ୍ଟ ଜାରି କରନ୍ତୁ ବୋଲି ଅତ୍ୟନ୍ତ ଭାବ ବିହ୍ୱଳ ହୋଇ କାନ୍ଦି ପକାଇଥିଲେ। ସେହିପରି କୋର୍ଟ ପରିସରରୁ ବାହାରକୁ ଆସି ଗଣମାଧ୍ୟମକୁ ମଧ୍ୟ ସାକ୍ଷାତକାର ଦେଉଥିବା ସମୟରେ ମଧ୍ୟ ସେ କ୍ୟାମେରା ସାମ୍ନାରେ କାନ୍ଦି ପକାଇଥିଲେ ।

ସୂଚନା ଯୋଗ୍ୟ ନିର୍ଭୟା ଦୋଷୀମାନଙ୍କ ବିରୋଧରେ ନୂଆ ଡେଥ ଓ୍ୱାରେଣ୍ଟ ଜାରି କରିବା ପାଇଁ ଆଶା ଦେବୀ ଓ ଦିଲ୍ଲୀ ସରକାରଙ୍କ ଯାଚିକା ଉପରେ ଦିଲ୍ଲୀ କୋର୍ଟ ଶୁଣାଣି କରିଥିଲେ। ତେବେ ଉଭୟ ପକ୍ଷର ଶୁଣିବା ପରେ ଶୁଣାଣିକୁ ଗୁରୁବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ଏହି ନିଷ୍ପତ୍ତି ଆସିବା ପରେ ଆଶା ଦେବୀ ବେଶ ଭାବ ବିହ୍ୱଳ ହୋଇ ପଡ଼ିଥିଲେ। ସେ ବିଚାରପତିଙ୍କୁ ହାତ ଯୋଡ଼ି କହିଥିଲେ କି, ବିଗତ ବର୍ଷେ ଧରି ଝିଅକୁ ନ୍ୟାୟ ଦେବା ପାଇଁ ପ୍ରୟାସ ଜାରି ରଖିଛି। ନ୍ୟାୟ କରନ୍ତୁ ବୋଲି ସେ କହିଥିଲେ।  

ଶୁଣାଣି ସମୟରେ ନିର୍ଭୟାଙ୍କ ବାପା ମଧ୍ୟ ବେଶ ଭାବ ବିହ୍ୱଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେ କହିଥିଲେ କି ବର୍ତ୍ତମାନ ସମୟରେ ଯଦି ନିର୍ଭୟା ଦୋଷୀଙ୍କୁ ଆଇନଜୀବୀ ଦିଆଯାଉଛି, ତେବେ ନିର୍ଭୟାଙ୍କ ପ୍ରତି ଅନ୍ୟାୟ ହେବ। ତାଙ୍କୁ ବୁଝାଇବାକୁ ଯାଇ ବିଚାରପତି କହିଥିଲେ କି, ଭାରତର ନ୍ୟାୟିକ ବ୍ୟବସ୍ଥା ସେମାନଙ୍କୁ କିଛି ସୁବିଧା ମଧ୍ୟ ଯୋଗାଇ ଦେଇଛି। ଯଦି ସେହି ସୁବିଧା ସେମାନଙ୍କ ଠାରୁ ଛଡ଼ାଇ ଅଣାଯିବ ତେବେ ଅନ୍ୟାୟ ହେବ ବୋଲି ବିଚାରପତି କହିଥିଲେ।

ଅଧିକ ପଢନ୍ତୁ: ଆପର ଚାଣକ୍ୟ କିଏ

ସେହିଭଳି ତିହାର ଜେଲର କର୍ତ୍ତୃପକ୍ଷ ତଳ କୋର୍ଟରେ ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ଦାଖଲ କରିଥିଲେ। ଉକ୍ତ ରିପୋର୍ଟରେ ଅଧିକାରୀମାନେ କହିଥିଲେ କି, ବିଗତ ୭ ଦିନ ମଧ୍ୟରେ ଅଭିଯୁକ୍ତମାନେ କୌଣସି ନ୍ୟାୟିକ ବିକଳ୍ପର ବ୍ୟବସ୍ଥା ଆପଣେଇନାହାନ୍ତି।  

ସୂଚନା ଯୋଗ୍ୟ ହାଇକୋର୍ଟ ଗତ ୫ ତାରିଖରେ ନିର୍ଦ୍ଦେଶ ଦେଇ କହିଥିଲେ କି, ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ ନ୍ୟାୟିକ ପ୍ରକ୍ରିୟାକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଆହୁରି ମଧ୍ୟ କହିଥିଲେ ଏଭଳି ଫାଶୀ ଦେଲେ ପାପ ହେବ, ଯେଉଁଠାରେ ଆଇନ ସେମାନଙ୍କୁ ବଞ୍ଚିବାର ଅଧିକାର ଦେଉଛି।