ଆପର ଚାଣକ୍ୟ କିଏ
Advertisement
Article Detail0/zeeodisha/odisha639377

ଆପର ଚାଣକ୍ୟ କିଏ

୮ ବର୍ଷର ଦଳୀୟ ରଣନୀତି ଆଗରେ ଫେଲ ମାରିଲେ ଅଭିଜ୍ଞ...

ଆପର ଚାଣକ୍ୟ କିଏ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଶେଷ ହୋଇଛି। ପୂର୍ଣ୍ଣ ବହୁମତ ପାଇଁ ତୃତୀୟ ଥର ପାଇଁ ଅରବିନ୍ଦ କେଜରିଓ୍ୱାଲ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୬୨ ଆସନ ହାତେଇବା ସହିତ ଶାସନ ଗାଦିକୁ ଫେରିବାକୁ ଯାଉଛି ଆମ ଆଦମୀ ପାର୍ଟି। ତେବେ ଆପର ଏହି ବିଶାଳ ବିଜୟ ପଛରେ ରହିଛି ମଜବୁତ ରଣନୀତି। ଯେଉଁ ରଣନୀତି ଦୀର୍ଘ ୨୧ ବର୍ଷରୁ ନିରାଶ ହୋଇଥିବା ୪୦ ବର୍ଷର ଗେରୁଆ ଦଳକୁ ଆହୁରି ୫ ବର୍ଷ ପାଇଁ ହତାଶ କରିପକାଇଛି। ଏପରିକି ଏହି କେନ୍ଦ୍ର ଶାସିତ ଅଞ୍ଚଳକୁ ନିଜର ଗଡ଼ କହୁଥିବା କଂଗ୍ରେସକୁ ମଧ୍ୟ ମୂଳପୋଛ କରିଛି।  

ତେବେ ଏହି ରଣନୀତିକୁ ପ୍ରସ୍ତୁତ କରିବା ପଛରେ ଚାଣକ୍ୟ ଜଣକ କିଏ। ଦଳର ଏହି ନିର୍ବାଚନୀ ରଣନୀତିକାରଙ୍କୁ ନେଇ ବେଶ ଆଲୋଚନା। କୁହାଯାଉଛି ଯେ, ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ ଭୂଷଣଙ୍କ ବ୍ୟତୀତ ଆହୁର ୬ ଜଣ ଚାଣକ୍ୟ ନିର୍ବାଚନ ପ୍ରଚାର କାର୍ଯ୍ୟଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟକୁ ତୁଲାଇଥିଲେ। ଯାହାର ଫଳ ଆଜି ସର୍ବସମ୍ମୁଖରେ।  

ତେବେ ଏହି ବିଶାଳ ବିଜୟ ପଛରେ ଆପର ଏକ ଦଳ ସମ୍ପୂର୍ଣ୍ଣ ଭାବେ ନିର୍ବାଚନକୁ ପରିଚାଳନା କରିଥିଲା। ସେ ଡିଜିଟାଲ ଓ ସୋସିଆଲ ମିଡ଼ିଆରେ ପ୍ରଚାର କାର୍ଯ୍ୟ ଠାରୁ ଆରମ୍ଭ କରି ତୃଣମୂଳସ୍ତରରେ ପ୍ରଚାର କାର୍ଯ୍ୟ ତୁଲାଇଥିଲେ। ଆଉ ଏହି ସଫଳତା ପଛରେ ବର୍ତ୍ତମାନ ଏହି ୬ ଜଣଙ୍କୁ ହିଁ ନିର୍ବାଚନୀ ହିରୋ ଭାବେ ପରିଗଣିତ କରାଯାଉଛି। ତେବେ ସବୁରି ମୂଳରେ ପ୍ରଶାନ୍ତ ଭୂଷଣଙ୍କ ନିର୍ବାଚନୀ ଷ୍ଟ୍ରାଟେଜି ବେଶ କାମ ଦେଇଥିଲା। ସେ ସୋସିଆଲ ମିଡ଼ିଆରେ ପ୍ରଚାର କାର୍ଯ୍ୟ ହେଉ ଅବା ଲୋକଙ୍କ ନିକଟରେ ପହଞ୍ଚିବାର ରଣନୀତିକୁ ପ୍ରସ୍ତୁତ ହୋଇଥିଲା ପ୍ରଶାନ୍ତ ଭୁଷଣଙ୍କ ନେତୃତ୍ୱରେ।  

ସେପଟେ ନିର୍ବାଚନ କାର୍ଯ୍ୟ ପାଇଁ ଗଠିତ ହୋଇଥିଲା ଏକ ୬ ଜଣିଆ ଟିମ। ଯେଉଁ ଟିମ ନିର୍ବାଚନ ସମୟରେ ବେଶ ପରିଶ୍ରମ କରି ଏହି ସଫଳତା ଆଣି ଦେଇଥିଲେ। ତେବେ ଏହି ଟିମ ମଧ୍ୟରେ ବ୍ୟବସାୟୀ, ଡିଜିଟାଲ କଣ୍ଟେଣ୍ଟ ସ୍ପେସିଆଲିଷ୍ଟ, ରଣନୀତିକାର, ଓ ଆରଟିଆଇ କର୍ମୀ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରେ ବ୍ୟବସାୟୀ ପୃଥ୍ୱୀ ରେଡ୍ଡୀ, ପ୍ରୀତି ଶର୍ମା ମେନନ, କପିଲ ଭରଦ୍ୱାଜ, ଜଶମୀନ ଶାହ, ହିତେଶ ପରଦେଶୀ ଓ ଅଶ୍ୱିନୀ ମୁରଲୀଧରନ ପ୍ରମୁଖ ସାମିଲ ହୋଇଥିଲେ।  

ପୃଥ୍ୱୀ ରେଡ୍ଡୀ

fallback
ବେଙ୍ଗାଲୁରୁର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେଉଛନ୍ତି ପୃଥ୍ୱୀ ରେଡ୍ଡୀ। ପୃଥ୍ୱୀ ରେଡ୍ଡୀ ଇଣ୍ଡିଆ ଏଗେନଷ୍ଟ କରପସନ ଆନ୍ଦୋଳନ ସମୟରେ ବେଶ ଲୋକଲୋଚନକୁ ଆସିଥିଲେ। ଏପରିକି ସେହି ସମୟରେ ସେ ଆମ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ। ଏପରିକି ଦଳ ପ୍ରତିଷ୍ଠାରେ ମଧ୍ୟ ତାଙ୍କର ଅବଦାନ ବେଶ ଗୁରୁତ୍ତ୍ୱପୂର୍ଣ୍ଣ ହୋଇ ପଡ଼ିଥିଲା। ପରେ ସେ କେଜ୍ରିଓ୍ୱାଲଙ୍କ ବିଶ୍ୱସ୍ତ ହେବା ପରେ କ୍ରାଉଡ ଫଣ୍ଡିଂ ଉପରେ ମଧ୍ୟ ନଜର ରଖିଛନ୍ତି। ଏହା ସହିତ ଭଲୁଣ୍ଟିୟର୍ସଙ୍କ ଗ୍ରୁପକୁ ମଧ୍ୟ ସେ ନେତୃତ୍ୱ ନେଉଥିବା ଜଣାପଡ଼ିଛି। ନିର୍ବାଚନ ସମୟରେ ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଦଳର ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସଫଳ ହୋଇଥିଲେ।  

ପ୍ରୀତି ଶର୍ମା ମେନନ

fallback
ଆମ ଆଦମୀ ପାର୍ଟିର ନ୍ୟାସନାଲ ଏକଜିକ୍ୟୁଟିଭ ମେମ୍ବର ତଥା ରାଷ୍ଟ୍ରୀୟ ପ୍ରବକ୍ତା ହେଉଛନ୍ତି ପ୍ରୀତି। ଦଳର ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଇ ଆସୁଛନ୍ତି ସେ। ଦଳୀୟ ଫଣ୍ଡିଂ ହେଉ ଅବା ଦେଶ ବାହାରେ ଦଳର ପ୍ରତିଛବିକୁ ଉନ୍ନତ କରିବାରେ ହେଉ, ଅବା ସୋସିଆଲ ମିଡ଼ିଆ କାର୍ଯ୍ୟ ହେଉ ସବୁ କାର୍ଯ୍ୟରେ ମୁଣ୍ଡ ଖଟାଇ ଥାନ୍ତି ପ୍ରୀତି। ସେ ମଧ୍ୟ ଇଣ୍ଡିଆ ଏଗେନଷ୍ଟ କରପସନ ଆନ୍ଦୋଳନ ସମୟରେ ଦଳରେ ସାମିଲ ହୋଇଥିଲେ। ଦଳରେ ସାମିଲ ହେବା ପରେ କଣ୍ଟ୍ରାକ୍ଟର୍ସ ଓ ବରିଷ୍ଠ ନେତାଙ୍କ କଳାକାରନାମାର ପର୍ଦ୍ଦାଫାସ କରିଥିଲେ।  

କପିଳ ଭରଦ୍ୱାଜ

fallback
କପିଳ ଭରଦ୍ୱାଜ ଦଳ ପରିଚାଳନା, ମିଡ଼ିଆ ମ୍ୟାନେଜମେଣ୍ଟ, ପବ୍ଲିସିଟି, ଲୋକ ସମ୍ପର୍କ ଆଦି କାର୍ଯ୍ୟ ତୁଲାଉଛନ୍ତି। ନିର୍ବାଚନ ପରିଚାଳନା ଠାରୁ ଆରମ୍ଭ କରି ଦଳକୁ ମଝବୁତ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତୁଲାଇ ଥାନ୍ତି ସେ। ଆମେରିକାରୁ ଶିକ୍ଷା ଗ୍ରହଣ କରିଥିବା କପିଲ ବୁଥ ମ୍ୟାନେଜମେଣ୍ଟ, ଷ୍ଟାର କ୍ୟାମ୍ପେନର୍ସ ମାନଙ୍କ ତାଲିକା ଓ ସେମାନଙ୍କ ସୂଚୀ ପ୍ରସ୍ତୁତ କରିଥିଲେ।  

ଜସମିନ ଶାହ

fallback
ନିର୍ବାଚନ ସମୟରେ ଗଣମାଧ୍ୟମ ସହିତ ସମ୍ପୃକ୍ତ ସମସ୍ତ ମାମଲା ଦାୟିତ୍ୱରେ ରହିଥିଲେ ଜସମିନ। ଏହା ବ୍ୟତୀତ ମେନିଫେଷ୍ଟ କମିଟିରେ ମଧ୍ୟ ସେ ସଦସ୍ୟ ରହିଥିଲେ। ଏହା ସହିତ ସେ ଆପ ସରକାରଙ୍କ ଉନ୍ନୟନ କମିଶନଙ୍କ ଭାଇସ ଚେୟାରମ୍ୟାନ ଦାୟିତ୍ୱରେ ମଧ୍ୟ ରହିଛନ୍ତି। ଲୋକଙ୍କ ମଧ୍ୟରେ ଆଦୃତି ଲାଭ ପଛରେ ଥିବା ରଣନୀତିର ମୂଖ୍ୟ ପୁରୋଧା ଜସମିନ ଅଟନ୍ତି। ବିଭିନ୍ନ ପ୍ରକାର ପଲିସି ଡିଜାଇନ କରି ଲୋକଙ୍କ ନିକଟରେ ପହଞ୍ଚିବାର ବାଟ କାଢିଥାନ୍ତି ଜସମିନ। ସେ ଆଇଆଇଟି ମାଡ୍ରାସରୁ ବିଟେକ ଓ ଏମଟେକ କରିଥିବା ବେଳେ ବିଦେଶରେ ମଧ୍ୟ ଶିକ୍ଷା ଗ୍ରହଣ କରିସାରିଛନ୍ତି। ଏହା ବ୍ୟତୀତ ସେ ବେସରକାରୀ ସଂସ୍ଥା ଓ ନନ ପ୍ରଫିଟ ସେକ୍ଟରରେ କାମ ମଧ୍ୟ କରିସାରିଛନ୍ତି। ପରେ ସେ ୨୦୧୬ ମସିହାରେ ଦଳ ସହିତ ସାମିଲ ହୋଇଥିଲେ।  

ହିତେଶ ପରଦେଶୀ

fallback
ତେବେ ନିର୍ବାଚନ ସମୟରେ ଆପ ନିଜର ପ୍ରଚାର କାର୍ଯ୍ୟକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ବେଶ ଜୋରଦାର କରିଥିଲା। ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକଙ୍କ ନିକଟରେ ଅଧିକରୁ ଅଧିକ ପହଞ୍ଚିବାର ପ୍ରୟାସ ମଧ୍ୟ କରିଥିଲା। ତେବେ ଏହା ପଛରେ ମୂଳ ନାୟକ ହେଉଛନ୍ତି ହିତେଶ ପରଦେଶୀ। ତାଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ହୋଇଥିବା ଜଣାପଡ଼େ। ହିତେଶ ମୂଳରେ ଲୋକଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଆପ ସୋସିଆଲ ମିଡ଼ିଆ କଣ୍ଟେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଏହି କାର୍ଯ୍ୟକ୍ରମମାଧ୍ୟମରେ ସେ ଦଳ ସହିତା ସାମିଲ ହୋଇଥିଲେ। ନିର୍ବାଚନ ସମୟରେ ସେ ମଧ୍ୟ ବେଶ ପରିଶ୍ରମ କରିଥିଲେ। ତାଙ୍କର କ୍ୟାମ୍ପେନ ମଧ୍ୟ ଲୋକଙ୍କ ଦ୍ୱାରା ବେଶ ଗ୍ରହଣୀୟ ହୋଇପାରିଛି।

ଅଶ୍ୱିନୀ ମୂରଲୀଧରନ

fallback
୨୦୦୯ ମସିହାରୁ ଆପ ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲଙ୍କ ସମ୍ପର୍କରେ ରହିଛନ୍ତି ଅଶ୍ୱିନୀ। ତେବେ ଇଣ୍ଡିଆ ଏଗେନଷ୍ଟ କରପସନରୁ ହିଁ ଦଳରେ ସାମିଲ ହୋଇଥିଲେ। ତେବେ ସେ ଦଳରେ ସାମିଲ ହେବା ପୂର୍ବରୁ ଆରଟିଆଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ନିର୍ବାଚନ ସମୟରେ ଟାଉନ ହଲ କାର୍ଯ୍ୟକ୍ରମକୁ ରୂପରେଖ ଦେବାରେ ଅଶ୍ୱିନଙ୍କ ଭୂମିକା ବେଶ ଗୁରୁତ୍ତ୍ୱପୂର୍ଣ୍ଣ ରହିଥିଲା। ତେବେ ଅଶ୍ୱିନୀ ଜଣେ ଗଣମାଧ୍ୟମ ଓ ଲୋକସମ୍ପର୍କ ବିଭାଗର ଛାତ୍ରୀ ରହିସାରିଛନ୍ତି। ଏହା ବ୍ୟତୀତ ସେ ଦିଲ୍ଲୀରେ ନିର୍ବାଚନ ପ୍ରଚାର ସମୟରେ ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟକ୍ରମ ଓ ଜନସଭାର ସୂଚୀ ପ୍ରସ୍ତୁତ କରୁଥିଲେ।