ନୂଆଦିଲ୍ଲୀ: ଆମେରିକା-ଇରାନ ଉତ୍ତଜନାମୂଳକ ସ୍ଥିତି ଲାଗି ରହିଥିବା ବେଳେ ଆସିଲା ପାକ୍ ପ୍ରତିକ୍ରିୟା । କଥା କଥାରେ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନର ବୟାନ କିନ୍ତୁ ଏଥର ବେଶ ମପାଚୁପା । ମଧ୍ୟ-ପୂର୍ବରେ ବଢ଼ୁଥିବା ଉତ୍ତଜନାମୂଳକ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀ । ମଧ୍ୟପୂର୍ବରେ ବଢ଼ୁଥିବା ଉତ୍ତେଜନାରେ କାହାର ମଧ୍ୟ ହିତ ହେବ ନାହିଁ ବୋଲି ସେ କହିଛନ୍ତି । 


COMMERCIAL BREAK
SCROLL TO CONTINUE READING

କୁରେଶୀ କହିଛନ୍ତି, ''ଯୁଦ୍ଧ କାହାର ହିତ ପାଇଁ ନୁହେଁ । ବରଂ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଏହା ବିଗାଡ଼ି ଦେବ । ମୁଁ ସେଠାରେ ଥିବା ମୋ ସମକକ୍ଷଙ୍କ ସହ ଯୋଗାଯୋଗରେ ଅଛି । ସେଠାରେ କିପରି ସ୍ଥିତି ସାମାନ୍ୟ ହେବ, ତାହା ପାକ୍ ଚାହୁଁଛି । ମଧ୍ୟ-ପୂର୍ବରେ ସ୍ଥିତି ଉତ୍ତେଜନାମୂଳକ ରହୁ, ଏହା କେବେ ମଧ୍ୟ ପାକ୍ ଚାହିଁବନି । ଆଉ ଏକ ଯୁଦ୍ଧର ସାକ୍ଷୀ ସେହି କ୍ଷେତ୍ର ହୋଇପାରିବ ନାହିଁ ।'' 


ସେ ଆହୁରି ମଧ୍ୟ କହିଛନ୍ତି, ''ଆମେରିକା-ଇରାନ ମାମଲାର ସମାଧାନ ଆଲୋଚନା ମାଧ୍ୟମରେ ହେବାର ଆବଶ୍ୟକତା ଅଛି । ଜାତିସଂଘ ସୁରକ୍ଷା ପରିଷଦ ଏବଂ ଅନ୍ତରାଷ୍ଟ୍ରୀୟ ସମୁଦାୟ ଏହି ସ୍ଥିତି ସୁଧାରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବା ଦରକାର ।''


କହିରଖୁଛୁ, ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ କରି ମାରିବା ପରେ ଏବେ ଚରମ ସୀମାରେ ପହଞ୍ଚିଛି ଉଭୟ ଦେଶର ବିବାଦ । ଉଉୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଇରାକ ସ୍ଥିତ ଆମେରିକା ଏୟାରବେସ ଉପରେ ତୁହାକୁ ତୁହା ହମଲା କରୁଛି ଇରାନ୍ । ଏପଟେ ଆମେରିକା ମଧ୍ୟ ବଡ଼ ହମଲା ଚକ୍କରରେ ଥିବା ଚର୍ଚ୍ଚା ହେଉଛି । ଆଉ ଉଭୟ ଦେଶ ମଧ୍ୟରେ ଯୁଦ୍ଧର ସ୍ଥିତି ଦେଖି ବିଶ୍ୱ ସମୁଦାୟ ଚିନ୍ତାରେ ଅଛନ୍ତି । 


ଆହୁରି ପଢ଼ନ୍ତୁ; ମଲା ବେଳେ ସୁଲେମାନୀ ଯାଉଥିଲେ କୁଆଡ଼େ ? କହିଲା ଇରାନ୍