ମଲା ବେଳେ ସୁଲେମାନୀ ଯାଉଥିଲେ କୁଆଡ଼େ ? କହିଲା ଇରାନ୍
Advertisement

ମଲା ବେଳେ ସୁଲେମାନୀ ଯାଉଥିଲେ କୁଆଡ଼େ ? କହିଲା ଇରାନ୍

ସମ୍ପର୍କ ଯୋଡ଼ି ଯାଉଥିଲେ, ରକ୍ତରେ ଭିଜେଇ ଥିଲା ଆମେରିକା

ଫାଇଲ ଫଟୋ

ନୂଆଦିଲ୍ଲୀ: ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ କରି ମାରିବା ପରେ ଏବେ ଚରମ ସୀମାରେ ପହଞ୍ଚିଛି ଉଭୟ ଦେଶର ବିବାଦ । ଉଉୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଇରାକ ସ୍ଥିତ ଆମେରିକା ଏୟାରବେସ ଉପରେ ମଙ୍ଗଳବାର ରାତିରେ ହମଲା କରିଛି ଇରାନ । ଯେଉଁଥିରେ ୮୦ଜଣଙ୍କ ମୃତ୍ୟୁ ହୋଇଥିବା ଇରାନ ଗଣମାଧ୍ୟମ ଏବଂ ସରକାରୀ ଖବର ସରବରାହ ସଂସ୍ଥା ଦାବି କରିଛି । ଆଉ ଏହାରି ଭିତରେ ସାମନାକୁ ଆସିଛି ଜେନେରାଲ କସିମ ସୁଲେମାନୀଙ୍କୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଖବର ।  

ଯେତେବେଳେ ବାଗଦାଦ ବିମାନ ବନ୍ଦରରେ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ କରି ମାରିଥିଲା, ସେତେବେଳେ ସୁଲେମାନୀ କରୁଥିଲେ କ'ଣ ? ଯାଉଥିଲେ କୁଆଡ଼େ ? କେଉଁ କାମରେ ସେ ଥିଲେ ? ଏବେ ଏନେଇ କିଛି ତଥ୍ୟ ଇରାନ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଉଛି । ଏହି ବିବୃତ୍ତିରେ କୁହାଯାଇଛି, ଇରାନର ସନ୍ଦେଶ ନେଇ ସାଉଦି ଆରବ ଯାଉଥିଲେ ସୁଲେମାନୀ । ଅର୍ଥାତ ମଧ୍ୟସ୍ଥତା ପାଇଁ ସାଉଦି ଆରବ ଗସ୍ତରେ ଥିଲେ ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀ । ସାଉଦି ସମସ୍ୟା ହାଲକା କରିବା ନେଇ ସେ ଇରାନର ସନ୍ଦେଶ ନେଇ ଯାଉଥିଲେ । ହେଲେ ବାଗଦାଦ ବିମାନ ବନ୍ଦରରୁ ସେ ବାହାରୁଥିବା ବେଳେ ଡ୍ରୋନ ମାଧ୍ୟମରେ ଏୟାରଷ୍ଟ୍ରାଇକ କରି ଆମେରିକା ହତ୍ୟା କରିଥିଲା ।

ସେପଟେ ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ କରି ମାରିବା ପରେ ପ୍ରତିଶୋଧ ନିଆଁରେ ଜଳୁଥିବା ଇରାନ ବଦଲା ନେଇଛି । ଇରାକ୍ ସ୍ଥିତ ଆମେରିକାର ଏୟାରବେସ ଉପରେ ରକେଟ ମାଡ଼ କରିଛି ଇରାନ । ଦୁଇଟି ପୃଥକ ସ୍ଥାନରେ ଏକ ଡର୍ଜନରୁ ଅଧିକ ରକେଟ ମାଡ଼ ହୋଇଥିବା ବେଳେ ଏଥିରେ ୮୦ରୁ ଉର୍ଦ୍ଧ୍ୱ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଇରାନର ପ୍ରେସ ଟିଭିରୁ ଏହି ସୂଚନା ମିଳିଛି । 

ଆହୁରି ପଢ଼ନ୍ତୁ; ରକ୍ତମୁଖା ଇରାନ୍, ରକ୍ତରଞ୍ଜିତ ଇରାକ୍

ରକ୍ତମୁଖା ଇରାନ । ରକ୍ତରଞ୍ଜିତ ଇରାକ୍ । ଇରାକ ସ୍ଥିତ ଆମେରିକା ଏୟାରବେସ ଉପରେ ଇରାନର ହମଲା । ୧୨ରୁ ଉର୍ଦ୍ଧ୍ୱ ରକେଟ ମାଡ଼ । ଥରି ଉଠିଲା ଆମେରିକା ସେନା କ୍ୟାମ୍ପ । ଧ୍ୱସ୍ତବିଧ୍ୱସ୍ତ ଆମେରିକାର ଲଢ଼ୁଆ ବିମାନ । ଇରାନର ସରକାରୀ ଖବର ସରବରାହ ସଂସ୍ଥା ଇସଲାମିକ ରିପବ୍ଲିକ ନ୍ୟୁଜର ସୂଚନା ଏଭଳି କିଛି କହୁଛି । ଯାହା କୁହାଯାଉଛି, ଇରାନର ରକେଟ ମାଡ଼ ପରେ ଇରାକ ସ୍ଥିତ ଆମେରିକାର ଏୟାରବେସରେ ଥିବା କିଛି ଲଢ଼ୁଆ ବିମାନରେ ନିଆଁ ଲାଗିଯାଇଥିଲା । 

ଆହୁରି ପଢ଼ନ୍ତୁ; ବିଶ୍ୱ ବିମାନକୁ 'ପ୍ରତିଶୋଧ ଆକାଶ' ଭୟ