କୋରୋନାରୁ କେମିତି ପାଇବେ ରକ୍ଷା? WHO କହିଲା କ’ଣ ଖାଇବେ ଓ କ’ଣ ନୁହେଁ

ଟ୍ରାନ୍ସ ଫ୍ୟାଟ୍ ଠାରୁ ଦୂରରେ ରୁହନ୍ତୁ । ପ୍ରୋସେସ୍ଡ ଖାଦ୍ୟ, ଫାଷ୍ଟଫୁଡ୍, ଭଜା ଖାଦ୍ୟ, ଫ୍ରୋଜନ ପିଜ୍ଜା ଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ, କାରଣ କୌଣସି ପ୍ରକାରର ରୋଗ କୋରୋନା ଭୂତାଣୁ (Coronavirus) ହେବାର ସମ୍ଭାବନାକୁ ବଢ଼ାଇଥାଏ । ମେଦବହୁଳତା, ହୃଦ୍‌ରୋଗ, ଷ୍ଟ୍ରୋକ୍, ମଧୁମେହ ଏବଂ କେତେକ ପ୍ରକାର କର୍କଟ ରୋଗକୁ ଏଡ଼ାଇବା ପାଇଁ ଅଧିକ ପରିମାଣରେ ଲୁଣ ଓ ଚିନି ଖାଆନ୍ତୁ ନାହିଁ ।

Jan 25, 2022, 11:54 AM IST
1/6

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ (COVID-19 Infection) ରୁ ରକ୍ଷା ପାଇବା ପାଇଁ ଏହା ଜରୁରୀ ଯେ ଆପଣଙ୍କର ଖାଇବା ପିଇବା ଭଲ ରହିବା ଆବଶ୍ୟକ, ଯାହା ଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି (immune power) ଦୃଢ଼ ହେବ । ନ୍ୟୁଟ୍ରିଶନ ଓ ହାଇଡ୍ରେସନରୁ ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ସହ ସଂକ୍ରାମକ ରୋଗର ଆଶଙ୍କା ହ୍ରାସ ପାଇବ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଆପଣଙ୍କୁ କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ ବୋଲି WHO କହିଛି ।

2/6

ପ୍ରୋସେସ୍ଡ ଖାଦ୍ୟରୁ ଦୂରେଇ ରୁହନ୍ତୁ

ଟ୍ରାନ୍ସ ଫ୍ୟାଟ୍ ଠାରୁ ଦୂରରେ ରୁହନ୍ତୁ । ପ୍ରୋସେସ୍ଡ ଖାଦ୍ୟ, ଫାଷ୍ଟଫୁଡ୍, ଭଜା ଖାଦ୍ୟ, ଫ୍ରୋଜନ ପିଜ୍ଜା ଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ, କାରଣ କୌଣସି ପ୍ରକାରର ରୋଗ କୋରୋନା ଭୂତାଣୁ (Coronavirus) ହେବାର ସମ୍ଭାବନାକୁ ବଢ଼ାଇଥାଏ । ମେଦବହୁଳତା, ହୃଦ୍‌ରୋଗ, ଷ୍ଟ୍ରୋକ୍, ମଧୁମେହ ଏବଂ କେତେକ ପ୍ରକାର କର୍କଟ ରୋଗକୁ ଏଡ଼ାଇବା ପାଇଁ ଅଧିକ ପରିମାଣରେ ଲୁଣ ଓ ଚିନି ଖାଆନ୍ତୁ ନାହିଁ ।

3/6

ଡାଇଟରେ ସାମିଲ କରନ୍ତୁ ଏହି ସବୁ ଜିନିଷ

ଆପଣଙ୍କ ଖାଦ୍ୟରେ ତାଜା ଫଳ ଓ ଅନପ୍ରୋସେସ୍ଡ ଖାଦ୍ୟ ସାମିଲ କରନ୍ତୁ । ଏଥିରୁ ଆପଣଙ୍କ ଶରୀରକୁ ଆବଶ୍ୟକୀୟ ଭିଟାମିନ୍, ମିନେରାଲ୍ସ, ଫାଇବର ପ୍ରୋଟିନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ମିଳିବ । ଖାଦ୍ୟରେ ଫଳ, ପନିପରିବା, ମସୁର ଡାଲି, ବିନ୍ସ ସାମିଲ କରନ୍ତୁ । ଅନପ୍ରୋସେସ୍ଡ ମକା, ମିଲେଟ, ଗହମ, ମୂଳ ପନିପରିବା, ଆଳୁ, ମିଠା ଆଳୁ ଏବଂ ସାରୁ ଖାଆନ୍ତୁ । ଫ୍ୟାଟି ମାଛ, ବଟର, ନଡ଼ିଆ, ତେଲ, କ୍ରିମ୍ ପନିର ଘି ଖାଇବା ପରିବର୍ତ୍ତେ ମାଛ, ଆଭୋକାଡୋ, ବାଦାମ, ଅଲିଭ୍ ସୋୟା ତେଲ, କାନୋଲା, ସୂର୍ଯ୍ୟମୁଖୀ ଏବଂ ମକା ତେଲ ଖାଦ୍ୟରେ ସାମିଲ କରନ୍ତୁ । ରେଡ୍ ମିଟ୍ ଓ ପ୍ରୋସେସ୍ଡି  ମାଂସ ଆଦୌ ଖାଆନ୍ତୁ ନାହିଁ ।

4/6

ରେଷ୍ଟୁରାଣ୍ଟ ଠାରୁ ଦୂରତା

ପରସ୍ପର ସହ ସଂସ୍ପର୍ଶ ଆସିବା କାରଣରୁ କୋରୋନା ଶୀଘ୍ର ବ୍ୟାପିଥାଏ । ତେଣୁ ବାହାରକୁ ଯାଇ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

5/6

୮ରୁ ୧୦ ଗ୍ଲାସ ପାଣି ପିଅନ୍ତୁ

ଜଳ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ୮ରୁ ୧୦ ଗ୍ଲାସ୍ ପାଣି ପିଅନ୍ତୁ । ପାଣି ବ୍ୟତୀତ ଆପଣ ଫଳ-ପନିପରିବା ରସ ଏବଂ ଲେମ୍ବୁ ପିଇପାରିବେ । ଥଣ୍ଡା ପାନୀୟ, ସୋଡା ଏବଂ କଫିରୁ ଦୂରେଇ ରୁହନ୍ତୁ ।

ଏହା ବି ପଢ଼ନ୍ତୁ:-କେବେ ଶେଷ ହେବ କୋରୋନା? WHO ମୁଖ୍ୟ ଦେଲେ ଏହି ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏହି ୫ଟି ଅଭ୍ୟାସ, ଯୌନ ସ୍ୱାସ୍ଥ୍ୟ ହୋଇଯିବ ଖରାପ!

ଏହା ବି ପଢ଼ନ୍ତୁ:-ପଞ୍ଜାବର ରାଜନୈତିକ ରଣକ୍ଷେତ୍ରରେ ଓହ୍ଲାଇଲେ ସୋନୁ ସୁଦ, ପ୍ରଚାର ସମୟରେ କହିଲେ ଏହି ବଡ଼ କଥା

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

 

6/6

ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା

ଆହୁରି ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ପୂର୍ବରୁ କୋରୋନା ଭୂତାଣୁ ସହିତ ଲଢୁଛନ୍ତି । ଏଭଳି ପରିସ୍ଥିତିରେ କରୋନା ରୋଗୀଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ଅଟେ । ଯଦି ଆପଣ ମାନସିକ ସ୍ତରରେ ସୁସ୍ଥ ଅନୁଭବ କରୁନାହାଁନ୍ତି ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link