ନୂଆଦିଲ୍ଲୀ: ଜେଏନୟୁର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଛି । କହ୍ନେୟା କୁମାର ଏବଂ ଅମର ଖଲିଦଙ୍କ ନାଁରେ ଦେଶଦ୍ରୋହ ମାମଲା ଥିବାରୁ ଦିଲ୍ଲୀ ସରକାର ଗାଇଡ଼ ଲାଇନ ଜାରି କରିବାକୁ ଯାଚିକାରେ ଆବେଦନ କରାଯାଇଛି । ବିଜେପି ନେତା ନନ୍ଦ କିଶୋର ଏହି ପିଟିସନ ଦାଖଲ କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏନେଇ ଯେଉଁ ନିଷ୍ପତ୍ତି ନେଇଥିଲେ, ତାକୁ ଚ୍ୟାଲେଞ୍ଜ କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଛନ୍ତି ବିଜେପି ନେତା । ହାଇକୋର୍ଟ ବିଜେପି ନେତାଙ୍କ ଯାଚିକାକୁ ଖାରଜ କରିଦେଇଥିଲେ । ଏହି ମାମଲାରେ ପୂର୍ବରୁ ହିଁ ଗାଇଡ଼ ଲାଇନ ଅଛି । ତେଣୁ ନୂଆ ଗାଇଡ଼ ଲାଇନ ଜାରି କରିବାର କୌଣସି ଆବଶ୍ୟକତା ନାହିଁ । ଏହି ମାମଲାରେ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାର କୌଣସି କାରଣ ମନେ ହେଉନାହିଁ ବୋଲି କହିଥିଲେ ହାଇକୋର୍ଟ । 


ଆହୁରି ପଢ଼ନ୍ତୁ; ଦିନେ ଆନ୍ନାଙ୍କୁ କହୁଥିଲ ପିତା, ସାଙ୍ଗକୁ କହୁଥିଲ ସାନ ଭାଇ...