ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ମାମଲାରେ ଅଭିଯୁକ୍ତ ଅକ୍ଷୟର ରାଜକ୍ଷମାକୁ ଖାରଜ କରିଦେଇଛନ୍ତି ରାଷ୍ଟ୍ରପତି। ଫଳରେ ଫାଶୀରୁ ବର୍ତ୍ତିବା ପାଇଁ ସମସ୍ତ ରାସ୍ତା ଏକ ପ୍ରକାର ବନ୍ଦ ହୋଇଯାଇଛି। ଏହା ପୂର୍ବରୁ ମୁକେଶ ଓ ବିନୟର ରାଜକ୍ଷମାକୁ ମଧ୍ୟ ରାଷ୍ଟ୍ରପତି ଖାରଜ କରିସାରିଛନ୍ତି। ତେବେ କେବଳ ପବନ ଗୁପ୍ତା ହିଁ କେବଳ ରାଜକ୍ଷମା ଆବେଦନ କରିନାହିଁ। 


COMMERCIAL BREAK
SCROLL TO CONTINUE READING

ସେପଟେ ନିର୍ଭୟା ଅଭିଯୁକ୍ତମାନଙ୍କୁ ଯଥା ଶୀଘ୍ର ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଆବେଦନ କରିଥିଲେ। ଯାହାକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ହାଇକୋର୍ଟ ମାମଲାକୁ ନିନ୍ଦା କରିବା ସହିତ ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବାକୁ ଦୋଷୀମାନଙ୍କୁ ସାତ ଦିନ ସମୟ ଦେଇଛନ୍ତି। ସେପଟେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି କରି କେନ୍ଦ୍ର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା କାଲି ହେବ ବୋଲି ଜଣାପଡ଼ିଛି। 


ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି କି, ନିର୍ଭୟା ଅଭିଯୁକ୍ତଙ୍କୁ ଏକ ସଂଗେ ଫାଶୀଖୁଣ୍ଟରେ ଝୁଲାଯିବ। ଅଲଗା ଅଲଗା ଏମାନଙ୍କୁ ଫାଶୀ ଦିଆ ଯାଇପାରିବ ନାହିଁ। ଏହା ସହିତ ନିର୍ଭୟା ଦୋଷୀଙ୍କୁ ସମସ୍ତ ନ୍ୟାୟିକ ପ୍ରକ୍ରିୟା ଏକ ସପ୍ତାହ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ସେମାନଙ୍କୁ ଦିଆଯାଇନଥିବାରୁ ସେମାନେ ନ୍ୟାୟିକ ବ୍ୟବସ୍ଥାର ଫାଇଦା ଉଠାଇବାରେ ବ୍ୟସ୍ତ ରହୁଛନ୍ତି। ମାତ୍ର ସେମାନଙ୍କୁ ଏହି ଲୁଚକାଳି ଖେଳ ଆଉ ଖେଳିବାକୁ ଦିଆଯିବ ନାହିଁ ବୋଲି ସେ କହିଥିଲେ। ଏକ ସପ୍ତାହ ପରେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ନୂତନ ତାରିଖ ଧାର୍ଯ୍ୟ କରାଯିବାକୁ ସେ କହିଥିଲେ। 


ନିର୍ଭୟା ଅଭିଯୁକ୍ତଙ୍କ ଆଇନ ବ୍ୟବସ୍ଥାକୁ ନେଇ ଖେଳୁଥିବା ଖେଳକୁ ନିନ୍ଦା କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ସେ କହିଛନ୍ତି କି ନିର୍ଭୟା ଦୋଷୀଙ୍କୁ ଖୁବ ଶୀଘ୍ର ଫାଶୀ ହେବା ଉଚିତ। ଫାଶୀରୁ ବର୍ତ୍ତିବା ପାଇଁ ସେମାନେ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି।