Junior Teacher Recruitment 2024: ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଧା କନିଷ୍ଠ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି
Advertisement
Article Detail0/zeeodisha/odisha2439733

Junior Teacher Recruitment 2024: ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଧା କନିଷ୍ଠ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି

Junior Teacher Recruitment 2024: ଖୁବଶିଘ୍ର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। କଳିଙ୍ଗ ଷ୍ଟାଡିୟମରେ ଏକ ସମାରୋହରେ ନିଯୁକ୍ତି ପତ୍ର ବଣ୍ଟାଯିବ।  ଅକ୍ଟୋବର ଦ୍ବୀତିୟ ସପ୍ତାହରେ  ଏହି କାର୍ଯ୍ୟକ୍ରମ ରହିଛି। ୧୬ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ( ସ୍କିମାଟିକ୍)ଙ୍କୁ ନିଯୁକ୍ତି ଦିଆଯିବ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ନିଯୁକ୍ତିପତ୍ର ବାଣ୍ଟିବେ।  

Junior Teacher Recruitment 2024: ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଧା କନିଷ୍ଠ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି

Junior Teacher Recruitment 2024: ଖୁବଶିଘ୍ର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। କଳିଙ୍ଗ ଷ୍ଟାଡିୟମରେ ଏକ ସମାରୋହରେ ନିଯୁକ୍ତି ପତ୍ର ବଣ୍ଟାଯିବ।  ଅକ୍ଟୋବର ଦ୍ବୀତିୟ ସପ୍ତାହରେ  ଏହି କାର୍ଯ୍ୟକ୍ରମ ରହିଛି। ୧୬ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ( ସ୍କିମାଟିକ୍)ଙ୍କୁ ନିଯୁକ୍ତି ଦିଆଯିବ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ନିଯୁକ୍ତିପତ୍ର ବାଣ୍ଟିବେ।  କନିଷ୍ଠ ଶିକ୍ଷକ  ନିଯୁକ୍ତି ୭ ବର୍ଷ ପରେ ହେଉଛି।  ଗତବର୍ଷ କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ଓଡି଼ଶା ରାଜ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପରୀକ୍ଷା ହୋଇଥିଲା। 

ALSO READ:Guru Vakri 2024: ବୃହସ୍ପତିଙ୍କ ଓଲଟା ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ଆଶାତିତ ଲାଭ ସହ...

ରେଜଲ୍ଟ ପ୍ରକାଶ ପରେ ଏଥିରେ ତ୍ରୃଟି ଦର୍ଶାଇ  କିଛି ପରୀକ୍ଷାର୍ଥୀ  ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ଫଳରେ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା  ହୋଇଥିଲା।  ଓସେପା ପକ୍ଷରୁ ଜାରି ହୋଇଥିବା ମେରିଟ୍ ଲିଷ୍ଟ ଆଧାରରେ ନିଯୁକ୍ତି ଦିଆଯିବା ନେଇ ସଙ୍କେତ ମିଳିବା ପରେ  ଏହି ନିଯୁକ୍ତି ପ୍ରକ୍ରିୟା ଆଗେଇଛି। ଅଗଷ୍ଟ ମାସରୁ କାଉନସେଲିଂ ପ୍ରକ୍ରିୟା ଶେଷ ହୋଇଛି। ଅନେକ ଜିଲ୍ଲାରେ ଜିଲ୍ଲା ପରିଷଦ ବୌଠକ ବସି ଚୁଡାନ୍ତ ତାଲିକାକୁ ଅନୁମୋଦନ ଦିଆଯାଇଛି।  ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,  ଅକ୍ଟୋବର ୫ରୁ ୯ ମଧ୍ୟରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ।