Weather Update: ଲଘୁଚାପ ଆଣିବ ବଡ଼ ବର୍ଷା, ବିଜୁଳି ଘଡ଼ଘଡି଼ ସହ ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ଆଲର୍ଟ ଜାରି!
Advertisement
Article Detail0/zeeodisha/odisha2439635

Weather Update: ଲଘୁଚାପ ଆଣିବ ବଡ଼ ବର୍ଷା, ବିଜୁଳି ଘଡ଼ଘଡି଼ ସହ ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ଆଲର୍ଟ ଜାରି!

Weather Update: ଗତ କିଛି ଦିନ ହେବ ରାଜ୍ୟରେ ବର୍ଷାର ପରିମାଣ କମିଛି । ଏବଂ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ସୂଚନା ଦେଇଛି।  ଉତ୍ତର  ଆଣ୍ତାମାନ ସାଗର ଉପରେ ୨୨ ତାରିଖରେ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। 

Weather Update: ଲଘୁଚାପ ଆଣିବ ବଡ଼ ବର୍ଷା, ବିଜୁଳି ଘଡ଼ଘଡି଼ ସହ ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ଆଲର୍ଟ ଜାରି!

Weather Update: ଗତ କିଛି ଦିନ ହେବ ରାଜ୍ୟରେ ବର୍ଷାର ପରିମାଣ କମିଛି । ଏବଂ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ସୂଚନା ଦେଇଛି।  ଉତ୍ତର  ଆଣ୍ତାମାନ ସାଗର ଉପରେ ୨୨ ତାରିଖରେ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଆସନ୍ତା ୨୩ ତାରିଖରେ  ଉତ୍ତର-ପଶ୍ଚିମ ବଙ୍ଗୋପସାଗର  ଓ ସଂଲଗ୍ନ  ପଶ୍ଚିମ କେନ୍ଦ୍ରୀୟ  ବଙ୍ଗୋପସାଗରରେ ଏକ  ଲଘୁଚାପ ସୃଷ୍ଟି ହୋଇପାରେ। ୨୪ ତାରିଖରେ  ଉତ୍ତର ଓଡି଼ଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

 

ALSO READ: Today Horoscope: ଆଜି ଏହିସବୁ ରାଶି ପାଇଁ ବଢିପାରେ ଅଡୁ଼ଆ, ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ALSO READ: Guru Shani Yuti 2024: ବୃହସ୍ପତି-ଶନି ବଦଳାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ଅକ୍ଟୋବରରୁ ଆରମ୍ଭ ହେବ ଶୁଭ ସମୟ!

ଭାରତୀୟ ପାଣିପାଗ ବିଭାଗ ଏଭଳି ଭାବରେ ପୂର୍ବାନୁମାନ କରିଛି। ୨୩ ତାରିଖରେ,  ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ତି, ରାୟଗଡା, କୋରାପୁଟ୍, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଘଡ଼ଘଡି଼ ସହ ପ୍ରବଳ ବର୍ଷା ହୋଇପାରେ। ୨୪ ତାରିଖରେ ମାଲକାନଗିରି, କୋରାପୁଟ୍, ବାଲେଶ୍ବର, ଭଦ୍ରକ,କେନ୍ଦୁଝର, ମୟୂରଭଂଜ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର,ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ମାଲକାନଗିରିରେ ୪୨.୨ ମିମି ବର୍ଷା ରେକର୍ଡ଼଼ ହୋଇଛି। ଏବଂ ଦାରିଙ୍ଗିବାଡିରେ ୩୨ ମିମି ବର୍ଷା ରେକର୍ଡ଼ ହୋଇଛି।