ଟିମ୍ ଇଣ୍ଡିଆ ପାଇଁ `ମିଷ୍ଟର ଭରସାଯୋଗ୍ୟ` ବନିଛନ୍ତି ଏହି କ୍ରିକେଟର...
୨୦୨୦ ଟି-20ରେ ସାନଦାର ଟ୍ୱିଷ୍ଟ ଆଣି ଖେଳର ମୋଡ଼ ବଦଳାଉଛନ୍ତି `ମିଷ୍ଟର ଭରସାଯୋଗ୍ୟ`
ତପସ୍ୱିନୀ ମହାଳିକ୍, ନୂଆଦିଲ୍ଲୀ: ଅଲରାଉଣ୍ଡର ରବିନ୍ଦ୍ର ଜାଡ଼ଜାଙ୍କ ଖେଳ ପ୍ରଦର୍ଶନର ଏକ ବଡ଼ ଧରଣର ପରିବର୍ତ୍ତନ ଆସିଛି । ଜାଡ଼େଜା ଏବେ ଟିମ ଇଣ୍ଡିଆ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ପ୍ରମାଣିତ ହେଉଛନ୍ତି । ସେ ଏବେ କ୍ରିକେଟର ତିନିଟି ଯାକ ଫର୍ମାଟରେ ନିଜର ସ୍ଥାନ ପକ୍କା କରି ସାରିଛନ୍ତି । ସେ ଖେଳୁଥିବା ସମୟରେ ଭାରତୀୟ କ୍ରିକେଟ ଦଳ ନିଜର ସନ୍ତୁଳନ ରକ୍ଷା କରିଥାଏ । ୨୦୧୯ ୱାର୍ଲଡକପ ପରଠାରୁ ହିଁ ଜାଡେଜଙ୍କ ପ୍ରଦର୍ଶନର ଢେର ପରିବର୍ତ୍ତନ ହୋଇଥିବା ନଜର ଆସୁଛି । ଆଉ ଗୋଟିଏ ପାଳି ହିଁ ଥିଲା ରବିନ୍ଦ୍ର ଜାଡ଼େଜାଙ୍କ ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୦୧୯ ୱାର୍ଲଡକପ ସେମିଫାଇନାଲରେ ସେ ୭୭ ରନ କରିଥିଲେ । ହଁ, ସେମିଫାନାଲରେ ସିନା ଭାରତୀୟ କ୍ରିକେଟ ଦଳ ପରାଜିତ ହୋଇଥିଲା, କିନ୍ତୁ ଜାଡ଼େଜା ତାଙ୍କ ସମାଲୋଚକଙ୍କୁ ଉଚିତ ଜବାବ ଦେଇଥିଲେ ।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଦୁଇଟି ଟି-20 ମ୍ୟାଚରେ ରବିନ୍ଦ୍ର ଡାଡ଼େଜା ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ସେ ଶାନଦାର୍ ବୋଲିଂ କରି ପ୍ରଥମ ଦୁଇଟି ଟି-20 ମ୍ୟାଚରେ ସର୍ବମୋଟ ୩ଟି୍ ୱିକେଟ ନେଇଛନ୍ତି । ୫ ମ୍ୟାଚ ବିଶିଷ୍ଟ ଟି-20 ସିରଜିର ଦ୍ୱିତୀୟ ମ୍ୟାଚରେ ୪ ଓଭରରେ ମାତ୍ର ୧୮ ରନ ଦେଇ ୨ଟି ୱିକେଟ ନେଇଥିଲେ ଜାଡ଼େଜା । ଏହି ମ୍ୟାଚ ପରେ ଟିମ ଇଣ୍ଡିଆର କ୍ୟାପ୍ଟେନ ବିରାଟ କୋହଲି କହିଥିଲେ ଯେ, " ମୋତେ ଲାଗୁଛି ଜାଡ଼େଜା ଅସାଧାରଣ ବୋଲିଂ କରିଛନ୍ତି ।"
ପୂର୍ବର ଟି-20 ମ୍ୟାଚରେ ମଧ୍ୟ ରବିନ୍ଦ୍ର ଜାଡ଼େଜାଙ୍କ ବୋଲିଂ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା । ୧୧ ଓଭର ବେଳେ କ୍ୟାପଟେନ କୋହଲି ଜାଡ଼େଜାକୁ ବୋଲିଂ ପାଇଁ ଡାକିଥିଲେ । ସେତେବେଳକୁ ନ୍ୟୁଜିଲ୍ୟାଣ୍ଡ ୧୦ ଓଭରରେ ୨ଟି ୱିକେଟ ହରାଇ ୭୪ ରନ କରିଥିଲା । ୧୧ ଓଭର ଦ୍ୱିତୀୟ ବୋଲରେ କୋଲିନ୍ ଡି.ଗ୍ରେଡହୋମଙ୍କୁ ପ୍ୟାଭିଲନ୍ ଫେରାଇ ଦେଇଥିଲେ 'ମିଷ୍ଟର ଭରସାଯୋଗ୍ୟ' ଜାଡ଼େଜା । ତାପରେ ନିଜର ପରବର୍ତ୍ତି ୱଭରରେ ୱିଲିୟମସନଙ୍କୁ ଆଉଟ କରି ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ । କୁହାଯାଏ ଯେ ନ୍ୟୁଜିଲ୍ୟାଣ୍ଡର ଛୋଟ ମୈଦାନ ସ୍ପିନ୍ ବୋଲରଙ୍କୁ ଆଦୌ ସୁହାଏ ନାହିଁ । ଏଠି କିନ୍ତୁ ଜାଡ଼େଜା ପୁରା ମ୍ୟାଚରେ ନିଜର କମାଲ ଦେଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । କହିବାକୁ ଗଲେ ନ୍ୟୁଜଲ୍ୟାଣ୍ଡର ଦ୍ରୁତ ରନ ଉପରେ ଏକ ପ୍ରକାର ରୋକ୍ ଲଗାଇଥିଲେ 'ମିଷ୍ଟର ଭରସାଯୋଗ୍ୟ' ଜାଡ଼େଜା ।
ଖାଲି ବୋଲିଂ ନୁହେଁ, ଫିଲ୍ଡିଂ ଓ କ୍ୟାଚିଂରେ ପ୍ରଦର୍ଶନରେ ବି ଜାଡ଼େଜାଙ୍କର ଉନ୍ନତ ପ୍ରଦର୍ଶନ ଦେଖିବାକୁ ମିଳିଛି । ତେଣୁ ସେ ନିଜର ଦମଦାର ବୋଲିଂ ଯୋଗୁ ଭାରତୀୟ କ୍ରିକେଟ ଦଳକୁ ଏକ ପ୍ରକାର ଶକ୍ତ କରୁଛନ୍ତି ବୋଲି କୁହାଯାଉଛି । ଏହି ଖେଳାଳିଙ୍କ ପ୍ରଦର୍ଶନର ସୁଧାର ଆସିବା ଆଗାମୀ ଦିନରେ ଟିମ ଇଣ୍ଡିଆ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ । ୨୦୨୦ ଟି-20 ରେ ରବିନ୍ଦ୍ର ଜାଡ଼େଜାଙ୍କର ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂର ଢେର କମାଲ ଦେଖିବା ପାଇଁ ମିଳିବ । ଆଉ ପ୍ରଥମ ଦୁଇଟି ମ୍ୟାଚକୁ ଦେଖି ତାଙ୍କୁ ଟିମ୍ ଇଣ୍ଡିଆର 'ମିଷ୍ଟର ଭରସାଯୋଗ୍ୟ' ବୋଲି କୁହାଯାଉଛି ।
ଆହୁରି ପଢ଼ନ୍ତୁ; ୧୧ ନମ୍ବରରେ ଆସି ଆଖି ଝଲସେଇ ଦେଲା ଓଡ଼ିଶା।।।