୧୧ ନମ୍ବରରେ ଆସି ଆଖି ଝଲସେଇ ଦେଲା ଓଡ଼ିଶା...
Advertisement
Article Detail0/zeeodisha/odisha630524

୧୧ ନମ୍ବରରେ ଆସି ଆଖି ଝଲସେଇ ଦେଲା ଓଡ଼ିଶା...

ଦିଲ୍ଲୀ ରାଜପଥରେ ଲିଙ୍ଗରାଜ !

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ୧୬ ରାଜ୍ୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଛି । ଆଉ ଏହାରି ଭିତରେ ସଭିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଓଡ଼ିଶାର ରୁକୁଣା ରଥ । କିଛି ସମୟ ପାଇଁ ଓଡ଼ିଶାର କଳା, ସଂସ୍କୃତି ଓ ଐତିହରେ ସମସ୍ତେ ହଜି ଯାଇଥିଲେ । ଲିଙ୍ଗରାଜ ମନ୍ଦିରର ପ୍ରତିକୃତି ସହ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ନୃତ୍ୟ ଧ୍ୟାନ ଆକର୍ଷଣ କରୁଥିଲା । 

ଦିଲ୍ଲୀରେ ଚମକିଲା ଓଡ଼ିଶାର ରୁକୁଣା ରଥ । ଘଣ୍ଟ ବାଜୁଥିଲା । ଓଡ଼ଶୀ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରୁଥିଲେ । ରୁକୁଣା ରଥ ଓ ପଛରେ ଲିଙ୍ଗରାଜ ମନ୍ଦିରର ପ୍ରତିକୃତି । ସମୁଦାୟ ୧୬ ପ୍ରଜ୍ଞାପନ ମେଢ଼ ମଧ୍ୟରୁ ଓଡ଼ିଶା ପ୍ରଜ୍ଞାପନ ମେଢ଼ ୧୧ ନମ୍ବରରେ ପ୍ରଦର୍ଶିତ ହୋଇଥିଲା । ହେଲେ ସଭିଙ୍କ ମନ ମୋହିନେଇଥିଲା । 

କହିରଖୁଛୁ, ଓଡ଼ିଶାର ପ୍ରଜ୍ଞାପନ ମେଢ଼ର ପରିକଳ୍ପନା କରିଥିଲେ ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ । ସୂଚନା  ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୧୫ ଡିଜାଇନ ପଠାଯାଇଥିବା ବେଳେ ଗଜେନ୍ଦ୍ରଙ୍କ ଡିଜାଇନ ଚୟନ କରାଯାଇଥିଲା । 

ଆହୁରି ପଢ଼ନ୍ତୁ; ଜମ୍ମୁ-କାଶ୍ମୀରବାସୀଙ୍କୁ ଏମିତି କହିଲେ ଉପ-ରାଜ୍ୟପାଳ