ନଈ ଆରପାରି ଗାଁ...
ବିକାଶରେ ବାଧକ ସାଜୁଛି ଗୋବରି ପାଟନଈ
କଟକ: ସାଲେପୁରର ମିର୍ଜାପୁର ଗାଁ । ଗାଁ ନିକଟ ଦେଇ ବୋହି ଯାଇଛି ଗୋବରି ପାଟନଈ । ନଈର ଗୋଟିଏ ପାର୍ଶ୍ୱରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ୟପଟେ ସାଲେପୁର ନିର୍ବାଚନ ମଣ୍ଡଳୀ । ମିର୍ଜାପୁର ଗାଁର ଲୋକଙ୍କ ଚାଷଜମି ରହିଛି ନଈ ଆର ପଟେ । ନଈରେ ପୋଲଟିଏ ନଥିବାରୁ ଲୋକେ ୪ କିଲୋ ମିଟର ବୁଲି ଯାତାୟାତ କରୁଛନ୍ତି । କେବଳ ବିଲବାଡି ନୁହେଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପନିପରିବା ହାଟ ଓ ପିଲାମାନେ ପାଠପଢା ପାଇଁ ଅଧିକ ବାଟ ବୁଲି ଯିବାକୁ ପଡୁଛି ।
ବର୍ଷକର ଅନ୍ୟ ଦିନ ଚଳି ଯାଉଥିବା ବେଳେ ବର୍ଷା ଦିନେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଉଛି । ପୂର୍ବରୁ ଗାଁ ଲୋକେ ବାଉଁଶ ପୋଲକରି ଯାତାୟାତ କରୁଥିଲେ । ନଈ ଖନନ ସମୟରେ ବାଉଁଶ ପୋଲଟିକୁ ଭାଙ୍ଗି ଦିଆଯାଇଥିବାରୁ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି ।
ମିର୍ଜାପୁର ଗାଁର ଲୋକସଂଖ୍ୟା ପାଖାପାଖି ୨ହଜାର । ଗୋବରି ନଦୀ ଉପରେ ପୋଲ ନିର୍ମାଣ ହେଲେ ଉଭୟ ନିର୍ବାଚନ ମଣ୍ଡଳୀର ଦୁଇ ତିନୋଟି ପଞ୍ଚାୟତର ଲୋକମାନେ ଉପକୃତ ହୋଇପାରିବେ । ପୋଲ ନିର୍ମାଣ ପାଇଁ ଗ୍ରାମବାସୀମାନେ ବାରମ୍ୱାର ଡ୍ରେନେଜ୍ ବିଭାଗ ଓ ସ୍ଥାନୀୟ ଜନ ପ୍ରତିନଧିଙ୍କୁ ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ଓ ସ୍ୱେଚ୍ଛାସେବୀ ।
ଆହୁରି ପଢନ୍ତୁ; ପୁଣିଥରେ ଓଡିଶାରେ ଜାତୀୟ ଯୋଗ ପ୍ରତିଯୋଗିତା