ପୁରୁଷଙ୍କ ତୁଳନାରେ ମହିଲା ପ୍ରତିଯୋଗୀଙ୍କ ସଂଖ୍ୟା ଅଧିକା ରହିଥିବା କହିଛନ୍ତି ଆୟୋଜକ
Trending Photos
ଜଗନ୍ନାଥ ପାତ୍ର, କଟକ: ଆସନ୍ତା ୨୮ ତାରିଖରୁ କଟକରେ ଆରମ୍ଭ ହେବ ଜାତୀୟ ଯୋଗ ପ୍ରତିଯୋଗୀତା । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗୀତା ଇଣ୍ଡୋର ଷ୍ଟାଡିୟମ ପରିସରେ ଆୟୋଜନ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାରବାଟୀ ଯୋଗ ସଂଘ । ଏହି ପ୍ରତିଯୋଗୀତାରେ ଦେଶର ବିଭିନ୍ନ ରାଜ୍ୟରୁ ଶତାଧିକ ପରିମାଣରେ ପ୍ରତିଯୋଗୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ପୁରୁଷଙ୍କ ତୁଳନାରେ ମହିଲା ପ୍ରତିଯୋଗୀଙ୍କ ସଂଖ୍ୟା ଅଧିକା ରହିଥିବା କହିଛନ୍ତି ଆୟୋଜକ । ପୁଣିଥରେ ଓଡିଶାରେ ଜାତୀୟ ସ୍ତରର ପ୍ରତିଯୋଗିତା ଆୟୋଜନ କରାଯାଉଥିବାରୁ ଓଡିଶାରେ ଯୋଗର ପ୍ରଚାର ପ୍ରସାର ହୋଇପାରିବ ବୋଲି ଆଶା ରହିଥିବା କହିଛନ୍ତି ବାରବାଟୀ ଯୋଗ ସଂଘର ସଂପାଦକ ଗୌର ମୋହନ କର ।