ସମ୍ବଲପୁର: ରେଳ ଷ୍ଟେସନରେ ସ୍ଥିତି ପରିଖିଲେ ସମ୍ବଲପୁର ଡିଆରଏମ ପ୍ରଦୀପ କୁମାର। ଖୁବ ଶୀଘ୍ର ଆରମ୍ଭ ହୋଇପାରେ ଉନ୍ନତି କରଣ କାର୍ଯ୍ୟ। ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ଉପରେ କରିଲେ ସମୀକ୍ଷା। ଗତକାଲି ସମ୍ବଲପୁର ମୁଖ୍ୟ ରେଳ ଷ୍ଟେସନ ପରିଦର୍ଶନ କରି ସ୍ଥିତି ନିରୀକ୍ଷଣ କରିଛନ୍ତି ସେ। 


COMMERCIAL BREAK
SCROLL TO CONTINUE READING

ସମ୍ବଲପୁର ରେଳ ମଣ୍ଡଳ (Sambalpur Railway Division) ବରିଷ୍ଠ ପଦାଧିକାରୀଙ୍କ ସହ ରେଳ ଷ୍ଟେସନ ବୁଲିବା ସହ ଭିତ୍ତିଭୂମି ନିରୀକ୍ଷଣ କରିଛନ୍ତି ସମ୍ବଲପୁର (Sambalpur) ରେଳ ମଣ୍ଡଳ ପ୍ରବନ୍ଧକ (Divisional Railway Manager)। ଏହା ସହ ଆଗାମୀ ଦିନରେ ସମ୍ବଲପୁର ରେଳ ଷ୍ଟେସନରେ (Sambalpur Railway Station) ବିଭିନ୍ନ ଉନ୍ନତିକରଣ ପାଇଁ ଶୀଘ୍ର ଯୋଜନା ପ୍ରସ୍ତୁତ ହେବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ଜଣାଇଥିଲେ।


Also Read: ଉନ୍ନତିକରଣ ପାଇଁ ହଟିବ ୧୨୫ ବର୍ଷର ଷ୍ଟେସନ


କୋଭିଡ କଟକଣା ସମୟରେ ମଧ୍ୟ ଚଳିତବର୍ଷ ମାଲ ପରିବହନ କ୍ଷେତ୍ରରେ ଅଭିବୃଦ୍ଧି ହୋଇଥିବା ସମ୍ବଲପୁର ଡିଆରଏମ (Sambalpur DRM) କହିଛନ୍ତି। ଏହା ସହ ୨୦୨୧-୨୨ ବର୍ଷରେ ମଧ୍ୟ ମାଲ ପରିବହନରେ ସମ୍ବଲପୁର ରେଳ ମଣ୍ଡଳ ନିଜର ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ସଫଳତା ପାଇବ ବୋଲି କହିଛନ୍ତି ଡିଆରଏମ ପ୍ରଦୀପ କୁମାର।


ଆଗାମୀ ଦିନରେ ସମ୍ବଲପୁର ରେଳ ଷ୍ଟେସନରେ ଆହୁରି ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ। ଉଭୟ ସ୍ବଳ୍ପ-ଦୀର୍ଘ ମିଆଦୀ ଯୋଜନା ମାଧ୍ୟମରେ ଉନ୍ନତିକରଣ ପ୍ରକଳ୍ପ ହାତକୁ ନିଆଯିବ। ଯାତ୍ରୀଙ୍କ ସୁବିଧା ପାଇଁ ଆହୁରି ଭିତ୍ତିଭୂମିର ବିକାଶ କରାଯିବ। ଏଥିପାଇଁ ଯଥାଶୀଘ୍ର ଯୋଜନା ପ୍ରସ୍ତୁତ ହେବ ଏବଂ ଏହାର ସଫଳ ରୂପାୟନ ହେବ। 


Also Read: ସମ୍ବଲପୁର ରେଳଷ୍ଟେସନ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନ


ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ବିଦ୍ୟା ଭୂଷଣଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ଦିନରେ ସମ୍ବଲପୁର ରେଳଷ୍ଟେସନ ତଥା ସମ୍ବଲପୁର ରେଳ ଡିଭିଜନରେ ବହୁ ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯିବ ବୋଲି କହିଛନ୍ତି ସମ୍ବଲପୁର ଡିଆରଏମ। ଅନ୍ୟପଟେ ଚଳିତ ବର୍ଷ ମିଳିଥିବା ପାଣ୍ଠି ଅନୁସାରେ ବଲାଙ୍ଗୀର-ଖୋର୍ଦ୍ଧା ରେଳ ଲାଇନ ପ୍ରକଳ୍ପ ଆହୁରି ଶୀଘ୍ର ଆଗେଇବ ବୋଲି ସେ ଜଣାଇଛନ୍ତି। ସୋମବାର ରେଳ ଷ୍ଟେସନ ନିରୀକ୍ଷଣ କରୁଥିବା ସମୟରେ ସମ୍ବଲପୁର ଅତିରିକ୍ତ ଡିଆରଏମଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ।