ବର୍ତ୍ତମାନ ସମୟରେ କୋଭିଡ କଟକଣା ପାଇଁ ସମସ୍ତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇନାହିଁ।କୋଭିଡ ପୂର୍ବରୁ ବଡ଼ ବଡ଼ ଏକ୍ସପ୍ରେସ ଟ୍ରେନ ଏହି ଷ୍ଟେସନ ରେ ରହୁଥିଲା।ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ପାଉଛି।
Trending Photos
ସମ୍ବଲପୁର: ୧୨୫ ବର୍ଷର ଐତିହାସିକ ରେଳ ଷ୍ଟେସନ "ସମ୍ବଲପୁର ରୋଡ଼"। ଏହି ରେଳଷ୍ଟେସନ ଅନେକ ପୁରୁଣା ସ୍ମୃତିର ମୂକସାକ୍ଷୀ। ଜାତିର ଜନକ ମହାତ୍ମା ଗାନ୍ଧୀ ଏହି ରେଳ ଷ୍ଟେସନରେ ଅବତରଣ କରିଥିଲେ। ସହର ପାଖାପାଖି ହୋଇଥିବାରୁ ସମସ୍ତେ ଏହି ଷ୍ଟେସନ ଉପରେ ନିର୍ଭରଶୀଳ। ବର୍ତ୍ତମାନ ସରକାରଙ୍କର ତରଫରୁ ଦୋହରିକରଣ ପାଇଁ ନିର୍ଦେଶ ଆସିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ସମ୍ବଲପୁର ସହରର ମଧ୍ୟ ସ୍ଥଳରେ ଅବସ୍ଥିତ ସମ୍ବଲପୁର ରୋଡ ରେଳ ଷ୍ଟେସନ।୧୨୫ ବର୍ଷ ର ପୁରୁଣା ରେଳ ଷ୍ଟେସନ।ଏହି ଷ୍ଟେସନ ରେ ଦିନେ ଜାତିର ଜନକ ମହାତ୍ମା ଗାନ୍ଧୀ ଓଲ୍ହାଇ ଥିଲେ।ସେହି ଦୃଷ୍ଟି କୋଣରୁ ଏହି ଷ୍ଟେସନ ଟି ଐତିହାସିକ ମଧ୍ୟ।ଏହି ଷ୍ଟେସନ ପାଖରେ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ରହିଛି,ବ୍ୟବସାୟୀ ମାନେ ମଧ୍ୟ ଏହି ଷ୍ଟେସନ ଉପରେ ନିର୍ଭରଶୀଳ ସେଥିପାଇଁ ଏହି ଷ୍ଟେସନକୁ ଯୋଜନାବଦ୍ଧ ଭାବରେ ନିର୍ମାଣ କରାଗଲେ ସମସ୍ତ ଅସୁବିଧା ର ସମାଧାନ ବାହାରନ୍ତା ବୋଲି ସାଧାରଣ ରେ ମତପ୍ରକାଶ ପାଇଛି।ଯେଭଳି ଭାବରେ ଏହି ଷ୍ଟେସନ ରେ ଦୋହରିକରଣ ସହ ଯାତ୍ରୀ ଆଗମନ ପ୍ରସ୍ଥାନ, ଟିକେଟ ଗୃହ ରହିବା ସହ ସାଧାରଣ ଲୋକଙ୍କ ଭାବନା କୁ ବୁଝି ନିଷ୍ପତ୍ତି ନିଆଯାଇ କାର୍ଯ୍ୟ କରାଯାଅନ୍ତା ତା ହେଲେ ସମସ୍ତ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।
ବର୍ତ୍ତମାନ ସମୟରେ କୋଭିଡ କଟକଣା ପାଇଁ ସମସ୍ତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇନାହିଁ।କୋଭିଡ ପୂର୍ବରୁ ବଡ଼ ବଡ଼ ଏକ୍ସପ୍ରେସ ଟ୍ରେନ ଏହି ଷ୍ଟେସନ ରେ ରହୁଥିଲା।ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ପାଉଛି।ଲୋକଙ୍କର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି।ସେଥିପାଇଁ ସାଧାରଣ ଲୋକଙ୍କର ଯାତ୍ରା ମଧ୍ୟ ବୃଦ୍ଧି ପାଉଛି।ତାହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଅନଗୁଳ ସମ୍ବଲପୁର ରେଳ ଲାଇନ ଦୋହରିକରଣ ପାଇଁ ନିଶ୍ଚିତ କରିଛନ୍ତି। ସମ୍ବଲପୁର ରୋଡ ରେଳ ଷ୍ଟେସନ ରେ ଖୁବ ଶିଘ୍ର କାର୍ଯ୍ୟ ଆରମ୍ଭ ହେବ।
କିନ୍ତୁ କିଭଳି ଭାବରେ ବିକାଶ ଧାରା କୁ ଆଖି ଆଗରେ ରଖି ଆହୁରି ଦୁଇଟି ଟ୍ରେକ ସେହି ସ୍ଥାନ ଦେଇ ଯାଇପାରିବ ସେ ଦିଗରେ ଚିନ୍ତା କରିଚି ରେଳ ବିଭାଗ।ଆଉ ବର୍ତ୍ତମାନ ସ୍ଥିତିରେ ସମ୍ବଲପୁର ରୋଡ ରେଳ ଷ୍ଟେସନ ଉଛେଦ ନେଇ କୌଣସି ପ୍ରକାର ଚିନ୍ତା କରାଯାଇ ନାହିଁ।ଖାଲି ରେଳ ଲାଇନ ଦୋହରିକରଣ କାର୍ଯ୍ୟ ହେବ ବୋଲି କହିଛନ୍ତି ରେଳ ଉପଭୋକ୍ତା ଜୋନାଲ କମିଟି ର ସଭ୍ୟ ଏବଂ ରେଳ ବିଭାଗର ଜନସମ୍ପର୍କ ଅଧିକାରୀ।
୧୨୫ ବର୍ଷର ଐତିହାସିକ ସମ୍ବଲପୁର ରୋଡ ରେଳଷ୍ଟେସନ ବିକାଶ ଧାରା ରେ ରହୁଛି ନା ହଟୁଛି ତାହା ଦେଖିବାକୁ ଅପେକ୍ଷା।