ସଞ୍ଜୟ ମହାପାତ୍ର, ପୁରୀ: ଦୀର୍ଘ ୯ ମାସ ପରେ ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ (Lord Jagannath) ଦର୍ଶନ କରିବା ଆରମ୍ଭ କରିଛି। ହେଲେ ପ୍ରାଥମିକ ପର୍ଯ୍ୟାୟରେ ଗତକାଲି ଠୁ ଶ୍ରୀମନ୍ଦିର ସେବାୟତ ଲଗାତାର ଦୁଇ ଦିନ ଦର୍ଶନ କରିଥିବା ବେଳେ ଆସନ୍ତାକାଲି ଯାଏଁ ସେମାନଙ୍କର ଦର୍ଶନ ବ୍ୟବସ୍ଥା ରହିଛି  । ସେପଟେ ୨୬ ତାରିଖରୁ ଆରମ୍ଭ ହେବ ପୁରୀ ପୌରସଂସ୍ଥାବାସୀଙ୍କର ଦର୍ଶନ। ତେବେ ସେବାୟତ ପରିବାର ଲୋକେ ଦୁଇ ଦିନ ଧରି ଶୃଙ୍ଖଳିତ ଦର୍ଶନ କରିଥିବା ବେଳେ ପୁରୀ ପୌରସଂସ୍ଥା ଲୋକେ ଦର୍ଶନ କରିବା ସହ ଜାନୁଆରୀ ୩ରେ ସର୍ବସାଧାରଣ ଦର୍ଶନ ପାଇଁ  ଗତକାଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହୋଇଛି ଏସଓପି। ଏପଟେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଥିବାରୁ ଖୁସି ଅନୁଭବ କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: କାଳିଆ ଦର୍ଶନ ପାଇଁ ନୂଆ SOP, ଜାଣନ୍ତୁ ବଦଳିଛି କ'ଣ?


ଦୁଇ ଦିନ ହେଲା ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଆରମ୍ଭ ହୋଇଛି କାଳିଆ ଦର୍ଶନ। ସେବାୟତ ପରିବାର ଲୋକେ ଭୋର ୫ଟାରୁ ଆସି ଗତକାଲି ଠୁ ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି। ଚାରିଦ୍ୱାର ପଟେ ପ୍ରବେଶ କରି ପରିଚୟ ପତ୍ର ଦେଖାଇ ଦର୍ଶନ ପାଇଁ ଯାଉଥିବା ବେଳେ ସେମାନଙ୍କର ପ୍ରତିଟି ଦ୍ୱାରରେ ଥର୍ମାଲ ସ୍କାନିଂ କରି ଛଡାଯାଉଛି। ତେବେ ପ୍ରଶାସନ ପକ୍ଷରୁ ଦର୍ଶନରେ ଅଗ୍ରାଧିକାର ଦିଆଯାଉଥିବାରୁ ସେବାୟତଙ୍କ ପକ୍ଷରୁ ସାଧୁବାଦ ଦିଆଯାଇଛି। ସେପଟେ ଆଜି ବି ଶ୍ରୀମନ୍ଦିର ସମ୍ମୁଖରେ ଦିନକୁ ଦିନ ଭିଢ ଦେଖିବାକୁ ମିଳୁଛି। ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନେ ପତିତପାବନଙ୍କୁ ଦର୍ଶନ କରି ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି ପର୍ଯ୍ୟଟକ।


ଅଧିକ ପଢନ୍ତୁ: କୋରୋନା ଭୂତାଣୁର ନୂଆ ରୂପକୁ ନେଇ ବଡ଼ ବୟାନ ଦେଲା WHO
 
ଦର୍ଶନ ବ୍ୟବସ୍ଥାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହୋଇଛି ୩ଟି ସ୍ତରର ଏସଓପି। ମନ୍ଦିର ଖୋଲିବା ନେଇ କଣ ନିୟମାବଳି, ସେବାୟତ ପରିବାର ପାଇଁ କଣ ବ୍ୟବସ୍ଥା, ଜାନୁଆରୀ ୩ରୁ ଶ୍ରଦ୍ଧାଳୁଙ୍କ ପାଇଁ କଣ ବ୍ୟବସ୍ଥା। ତେବେ ଶ୍ରୀମନ୍ଦିରକୁ ଜାନୁଆରୀ ୩ଠାରୁ ଆସିବାକୁ ଥିବା ସମସ୍ତ ଶ୍ରଦ୍ଧାଳୁ ୯୬ ଘଣ୍ଟା ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବେ। ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ କରିବା ନିଷେଧ। 


ଆଉ ଦର୍ଶନ ବ୍ୟବସ୍ଥା ମାର୍କେଟ ଛକରୁ ବ୍ୟାରିକେଡରେ ସକାଳ ୭ଟାରୁ ପୁରୀ ସହରବାସୀ ଓ ଜାନୁଆରୀ ୩ରେ ସକାଳ ୮ଟାରୁ ମାର୍କେଟ ଛକରୁ ଧାଡି ଦର୍ଶନର ବ୍ୟବସ୍ଥା ହେବ  । ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରବେଶ ସହ ଉତ୍ତରଦ୍ୱାରରେ କେବଳ ପ୍ରସ୍ଥାନ କରାଯିବ  । ଶ୍ରୀନଅର ଠାରେ ଭକ୍ତଙ୍କ ଫଟୋ ଉଠିବା ପାଇଁ ୧୦ଟି କିଓସ୍କ କାଉଣ୍ଚର ଲଗାଯାଉଛି ବୋଲି କହିଛନ୍ତି ଉପଜିଲ୍ଲାପାଳ। ତେବେ ଯାହାବି ଗାଇଡଲାଇୱନ୍ସ ପ୍ରଶାସନ କରୁଛି ତାହା ଅନୁପାଳନ କରି ଦର୍ଶନ କରିବୁ ବୋଲି କହିଛନ୍ତି ପର୍ଯ୍ୟଟକ। ଏସବୁ ଭିତରେ କୋଭିଡ କଟକଣା ଭିତରେ ଦର୍ଶନ ବ୍ୟବସ୍ଥା କରିବା ସହ ସଂକ୍ରମଣକୁ ରୋକିବା ହେଉଛି ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ।