ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋମବାର ଅହମଦାବାଦର ମୋଟେରା ଷ୍ଟାଡିୟମରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଜନତାଙ୍କୁ ସମ୍ୱୋଧନ କରିଛନ୍ତି ସେ । କିନ୍ତୁ ଏହି ସମ୍ୱୋଧନ ବେଳେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କିଛି ଭାରତୀୟ ଶବ୍ଦର ଉଚ୍ଚାରଣ ସଠିକ ଭାବରେ କରି ପାରି ନ ଥିଲେ । ସେ ସବୁଠାରୁ ଅଜବ ଭାବରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁ ଉଚ୍ଚାରଣ କରିଛନ୍ତି । ଯାହା ଫଳରେ ତାଙ୍କୁ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି ।


COMMERCIAL BREAK
SCROLL TO CONTINUE READING

ଟ୍ରମ୍ପ ନିଜ ଭାଷଣ ବେଳେ ଭାରତୀୟ ଶବ୍ଦର ଉଚ୍ଚାରଣ ଭୁଲ ଭାବରେ କରିଛନ୍ତି । ଏହାକୁ ଲୋକମାନେ ନୋଟିସ ମଧ୍ୟ କରିଛନ୍ତି । ପରେ ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ଭୁଲ ଉଚ୍ଚାରଣ ଥିବା ଶବ୍ଦକୁ ସେୟାର ମଧ୍ୟ କରାଯାଇଛି । ଟ୍ରମ୍ପ ନିଜ ଭାଷଣ ସମୟରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁର ଭୁଲ ଉଚ୍ଚାରଣ କରିଥିଲେ । ସେ କହିଛନ୍ତି ଯେ, ଆମେ ଦୁନିଆର ସବୁଠାରୁ ମହାନ କ୍ରିକେଟ ଖେଳାଳିଙ୍କୁ ସମ୍ମାନ କରୁଛି । ଏମାନେ ହେଉଛନ୍ତି 'ସୁଚିନ ତେଣ୍ଡୁଲକର' ଓ 'ବିରାଟ ଖୋଲି' ।


ଏହାପରେ ଏହାକୁ ନେଇ ଫ୍ୟାନ୍ସମାନେ ଟ୍ରମ୍ପଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ଏହା ବ୍ୟତୀତ ଟ୍ରମ୍ପ ଚାୟବାଲାକୁ ଛିବାଲା, ଶୋଲେକୁ ଶୋଜେ, ବେଦକୁ ବେଷ୍ଟା ଓ ସ୍ୱାମୀ ବିବେକାନନ୍ଦଙ୍କୁ ସ୍ୱାମୀ ବିବେକାମନନ ବୋଲି ଉଚ୍ଚାରଣ କରିଥିଲେ । 


ଆହୁରି ପଢ଼ନ୍ତୁ; ଟ୍ରମ୍ପଙ୍କ ହିନ୍ଦୀ ପ୍ରିତୀ