ଟ୍ରମ୍ପଙ୍କ ହିନ୍ଦୀ ପ୍ରିତୀ
Advertisement
Article Detail0/zeeodisha/odisha645433

ଟ୍ରମ୍ପଙ୍କ ହିନ୍ଦୀ ପ୍ରିତୀ

ଚର୍ଚ୍ଚାରେ ଟ୍ରମ୍ପଙ୍କ ହିନ୍ଦୀ ଟ୍ୱିଟ

ଟ୍ରମ୍ପଙ୍କ ହିନ୍ଦୀ ପ୍ରିତୀ

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆମେରିକାର ଡୋନାଲ୍ଡ ଟ୍ରମ୍ପ ପତ୍ନୀ ମେଲାନିଆ ଟ୍ରମ୍ପ ଝିଅ ଇଭାଙ୍କା ଓ ଜ୍ୱାଇଁଙ୍କ ସହିତ ଆସିଛନ୍ତି. ସୋମବାର ସକାଳ ପ୍ରାୟ ୧୧.୪୫ ମିନିଟ ସମୟରେ ଅହମ୍ମଦାବାଦର ସର୍ଦ୍ଦର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି।

 

ତେବେ ଗସ୍ତ ଆରମ୍ଭରୁ ଟ୍ରମ୍ପଙ୍କ ହିନ୍ଦୀ ପ୍ରିତି ଦେଖିବାକୁ ମିଳିଛି. ଭାରତରେ ପଦାର୍ପଣ କରିବା ପୂର୍ବରୁ ହିଁ ୩ଟି ଟ୍ୱିଟ ହିନ୍ଦୀରେ କରିଥିବା ଆଜି ଦେଖିବାକୁ ମିଳିଛି. ଟ୍ରମ୍ପ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ଏହି ଟ୍ୱିଟ କରିଛନ୍ତି. ତେବେ ଆକାଶ ମାର୍ଗରେ ଥିବା ସମୟରେ ଟ୍ରମ୍ପ ପ୍ରଥମ ଟ୍ୱିଟ ହିନ୍ଦୀରେ କରିଥିଲେ।

ଏହି ଟ୍ୱିଟରେ ସେ ଲେଖିଥିଲେ କି, ଆମେ ଭାରତ ଆସିବା ପାଇଁ ତତ୍ପରତା ପ୍ରକାଶ କରୁଛୁ ଏବଂ ବହୁତ ଆଗ୍ରହୀ ରହିଛୁ. ଆଉ କିଛି ଘଣ୍ଟା ମଧ୍ୟରେ ଆମେ ସମସ୍ତଙ୍କ ସହିତ ଦେଖା କରିବୁ ବୋଲି ହିନ୍ଦୀରେ ଟ୍ୱିଟ କରିଥିଲେ।

 

ପରେ ସେ ଭାରତ ମାଟିରେ ପହଞ୍ଚିବା ପରେ ଆହୁରି ୩ଟି ଟ୍ୱିଟ କରିଥିଲେ ଟ୍ରମ୍ପ. ଦ୍ୱିତୀୟ ଟ୍ୱିଟରେ ସେ ଲେଖିଥିଲେ କି, ଭାରତର ନାଗରିକ ମାନଙ୍କୁ ବାର୍ତ୍ତା ଦେବା ପାଇଁ ଆମେ ପ୍ରାୟ ୮ ହଜାର ମାଇଲ ଅତିକ୍ରମ କରି ଆସିଛୁ. ଆମେରିକା ଭାରତକୁ ପ୍ରେମ ଓ ସମ୍ମାନ କରୁଛି ବୋଲି ସେ ଲେଖିଥିଲେ।

 

ସେହିପରି ଭାରତର ଆତିଥେୟତାରେ ନିଜର ଖୁସି ବ୍ୟକ୍ତ କରି ଟ୍ୱିଟ କରିଥିବା ବେଳେ ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆହୁରି ମଜବୁତ କରିବାକୁ ପରବର୍ତ୍ତି ଦୁଇଟି ଟ୍ୱିଟରେ ଉଲ୍ଲେଖ କରିଥିଲେ।

 

ସୂଚନାଯୋଗ୍ୟ ଅହମ୍ମଦାବାଦରେ ନିଜର ଅଭିଭାଷଣ ରଖିଥିଲେ ଟ୍ରମ୍ପ. ନିଜ ଅଭିଭାଷଣରେ ଭାରତର ବଲିଉଡ଼ ଠାରୁ ଆରମ୍ଭ କରି କ୍ରିକେଟର, ମୋଦିଙ୍କ ଠାରୁ ଆରମ୍ଭ କରି ବିବେକାନନ୍ଦଙ୍କ ସମ୍ପର୍କରେ ନିଜର ଭାଷଣରେ କହିଥିଲେ. ପରେ ଅହମ୍ମଦାବାଦ ଠାରୁ ଆଗ୍ରା ଅଭିମୁଖେ ଯାତ୍ରା କରିଥିଲେ ସେ. ଆଗ୍ରା ତାଜମହଲ ବୁଲି ଦେଖିବା ସହିତ ବେଶ ପ୍ରଶଂସା କରିଥିଲେ ଟ୍ରମ୍ପ।