ନୂଆଦିଲ୍ଲୀ: ଆସିଛି ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଚୁଡ଼ାନ୍ତ ରାୟ। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି ପଟିଆଲା ହାଉସ କୋର୍ଟ। ଏହି ରାୟକୁ ସମଗ୍ର ଦେଶରେ ସ୍ୱାଗତ କରାଯାଇଛି। ଡେଥ ଓ୍ୱାରେଣ୍ଟ ଜାରି ହେବା ପରେ ନିର୍ଭୟାଙ୍କ ମା ମଧ୍ୟ କାନ୍ଦି ପକାଇଥିଲେ। ଏହା ସହିତ ସେ କହିଥିଲେ କି ଏହି ରାୟକୁ ସେ ସ୍ୱାଗତ କରୁଛନ୍ତି। ତାଙ୍କର ବିଚାରପତି ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ୱାସ ରହିଥିଲା। 


COMMERCIAL BREAK
SCROLL TO CONTINUE READING

ଆହୁରି ପଢନ୍ତୁ: ଏହି ସବୁ ରାଜ୍ୟରେ ଲାଗୁ ହୋଇପାରେ ରାଷ୍ଟ୍ରପତି ଶାସନ


ଅନୁରୂପ ଭାବେ ଦେଶର ସବୁବର୍ଗ, ସବୁ ସ୍ତରରେ ରାୟକୁ ସ୍ୱାଗତ କରାଯାଇଛି। ମାତ୍ର ରାୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ ଏପି ସିଂ। ସେ କହିଛନ୍ତି ଆମେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ କ୍ୟୁରେଟିଭ ପିଟିସନ ଦାଖଲ କରିବୁ। ପିଟିସନ ଦାଖଲ ପରେ ସୁପ୍ରିମକୋର୍ଟ ୫ ଜଣ ବରିଷ୍ଠ ଓକିଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରିବେ ବୋଲି ସେ କହିଥିଲେ।


ସେ ଆହୁରି ମଧ୍ୟ କହିଛନ୍ତି କି, ଦେଶର ଗଣମାଧ୍ୟମ, ସାଧାରଣ ଲୋକଙ୍କ ଆକ୍ରୋଶ ଏବଂ ରାଜନୀତିର ଚାପରେ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାରେ ନିରପେକ୍ଷ ଯାଞ୍ଚ କରାଯାଇ ନାହିଁ। ଶୁଣାଣି ମଧ୍ୟ ଏକତରଫା ହୋଇଥିବା ସେ କହିଛନ୍ତି। ଅଭିଯୁକ୍ତ ମାନଙ୍କ ସପକ୍ଷରେ ସଠିକ ଯାଞ୍ଚ କରାଯାଇ ନାହିଁ। ଏଭଳି ଘଟଣା ଦେଶରେ ଅନେକ ଘଟୁଛି। ମାତ୍ର ଏହି ଘଟଣାରେ ଅଧିକ ଚାପ ପକାଯିବାରୁ ବିଚାରପତି ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଆଇନଜୀବୀ କହିଛନ୍ତି।