ନିର୍ଭୟା ମାମଲା: ୨୨ ତାରିଖରେ ଫାଶିରେ ଝୁଲିବେ ନିର୍ଭୟା ଦୋଷୀ
Advertisement

ନିର୍ଭୟା ମାମଲା: ୨୨ ତାରିଖରେ ଫାଶିରେ ଝୁଲିବେ ନିର୍ଭୟା ଦୋଷୀ

ଦେଶର ବହୁ ଚର୍ଚ୍ଚିତ ୨୦୧୨ ମସିହାରେ ଘଟିଥିବା ନିର୍ଭୟା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଦୋଷୀମାନଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି। ଏଥିପାଇଁ ପଟିଆଲା ହାଇକୋର୍ଟ ଆଜି ଡେଥ ଓ୍ୱାରେଣ୍ଟ ଜାରି କରିଛନ୍ତି। ଡେଥ ଓ୍ୱାରେଣ୍ଟ ଅନୁଯାୟୀ ଆସନ୍ତା 22 ତାରିଖରେ ସକାଳ ୭ଟାରେ ଅଭିଯୁକ୍ତ ମାନଙ୍କୁ ଫାଶି ଦିଆଯିବ। ଏହି ଦଣ୍ଡାଶୁଣାଣୀ ପରେ ନିର୍ଭୟାଙ୍କ ମା କୋର୍ଟ ପରିସରରେ କାନ୍ଦି ପକାଇଥିଲେ। ସେ ବିଚାରପତି ଓ ଭାରତୀୟ ନ୍ୟାୟିକ ବ୍ୟବସ୍ଥାକୁ ଧନ୍ୟବାଦ ମଧ୍ୟ ଦେଇଥିଲେ। 

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶର ବହୁ ଚର୍ଚ୍ଚିତ ୨୦୧୨ ମସିହାରେ ଘଟିଥିବା ନିର୍ଭୟା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଦୋଷୀମାନଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି। ଏଥିପାଇଁ ପଟିଆଲା ହାଇକୋର୍ଟ ଆଜି ଡେଥ ଓ୍ୱାରେଣ୍ଟ ଜାରି କରିଛନ୍ତି। ଡେଥ ଓ୍ୱାରେଣ୍ଟ ଅନୁଯାୟୀ ଆସନ୍ତା 22 ତାରିଖରେ ସକାଳ ୭ଟାରେ ଅଭିଯୁକ୍ତ ମାନଙ୍କୁ ଫାଶି ଦିଆଯିବ। ଏହି ଦଣ୍ଡାଶୁଣାଣୀ ପରେ ନିର୍ଭୟାଙ୍କ ମା କୋର୍ଟ ପରିସରରେ କାନ୍ଦି ପକାଇଥିଲେ। ସେ ବିଚାରପତି ଓ ଭାରତୀୟ ନ୍ୟାୟିକ ବ୍ୟବସ୍ଥାକୁ ଧନ୍ୟବାଦ ମଧ୍ୟ ଦେଇଥିଲେ। 

ତେବେ ଶୁଣାଣୀ ପୂର୍ବରୁ ବିଚାରପତି ଅଭିଯୋଜନା, ନିର୍ଭୟାର ମାତା ପିତା ଏବଂ ତାଙ୍କ ଓକିଲଙ୍କ ଯୁକ୍ତି ଶୁଣିଥିଲେ। ଏହାପରେ ଅପରାହ୍ଣ ସାଢେ ୩ଟା ପର୍ଯ୍ୟନ୍ତ ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ। ଏହା ଉପରେ ଆଜି ବିଚାରପତିଙ୍କୁ ଆଜି ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଥିଲା। ଏହା ସହିତ ଭିଡ଼ିଓ କନଫରେନସିଂ ଜରିଆରେ ବିଚାରପତି ଅଭିଯୁକ୍ତମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ବିଚାରପତି କହିଥିଲେ ତୁମମାନଙ୍କର ଯାହା କହିବାର ଅଛି କହିପାର। ତିହାର ଜେଲର 4 ନମ୍ବର କୋଠରୀରେ ବିନୟ ଏବଂ ୨ ନମ୍ବର କୋଠରୀରେ ଅକ୍ଷୟ, ମୁକେଶ ଏବଂ ପବନ ଉପସ୍ଥିତ ଥିଲେ। ଶୁଣାଣୀ ପୂର୍ବରୁ କୋର୍ଟ ମଧ୍ୟରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାହାରକୁ ବାହାର କରିଦେଇଥିଲେ ବିଚାରପତି। 

ଏହା ପୂର୍ବରୁ ତିହାର ଜେଲ ପ୍ରଶାସନ ଅଦାଲତରେ ଷ୍ଟାଟସ ରିପୋର୍ଟ ମଧ୍ୟ ଉପସ୍ଥାପିତ କରିସାରିଥିଲେ। ସରକାରୀ ଓକିଲଙ୍କ ପକ୍ଷରୁ ଅଦାଲତରେ କୁହାଯାଇଥିଲା କି, ଦୋଷୀମାନଙ୍କର କୌଣସି ଦୟା ଯାଚିକା ଉପରେ ଶୁଣାଣୀ କରିବାର ନାହିଁ। ଦୋଷୀମାନଙ୍କର ପୁନଃବିଚାର ଯାଚିକା ଖାରଜ ହୋଇ ସାରିଛି। ତେବେ ବିଚାରପତି ଯଦି ଡେଥ ଓ୍ୱାରେଣ୍ଟ ଜାରି କରୁଛନ୍ତି, ତେବେ ତାହା ମାମଲାର ଅନ୍ତ ହେବ ନାହିଁ। ଡେଥ ଓ୍ୱାରେଣ୍ଟ ଜାରି କରିବା ପରେ ମଧ୍ୟ ଅନେକ ନ୍ୟାୟିକ ବ୍ୟବସ୍ଥା ରହିଛି। ତାହା ଉପରେ ଚିନ୍ତା କରିବା ପାଇଁ ଆମ ନିକଟରେ ପ୍ରାୟ ୧୪ ଦିନର ସମୟ ମିଳିବ ବୋଲି ସରକାରୀ ଓକିଲଙ୍କ ପକ୍ଷରୁ କୁହାଯାଇଥିଲା। 

ସେହିପରି ନିର୍ଭୟାଙ୍କ ସମ୍ପର୍କୀୟଙ୍କ ଓକିଲ କହିବା ମୁତାବକ ଡେଥ ଓ୍ୱାରେଣ୍ଟ ଜାରି କରିବାରେ କୌଣସି ପ୍ରକାର ବାଧା ନାହିଁ। ତେଣୁ ଏହି ଓ୍ୱାରେଣ୍ଟ ଜାରି କରାଯିବାର ଆବଶ୍ୟକତା ରହିଛି ଏବଂ ବିକଳ୍ପ ପାଇଁ ୧୪ ଦିନର ସମୟସୀମାକୁ ମଧ୍ୟ ପାଳନ କରାଯିବାର ଆବଶ୍ୟକତା ମଧ୍ୟ ରହିଛି ବୋଲି ଓକିଲ କହିଥିଲେ।