ପାକିସ୍ତାନରେ ଗହମର ଗହନ କାହାଣୀ...
ପାକିସ୍ତାନରେ ଗହମ ସଂକଟ ଏବେ ଗୁରୁତର ରୁପ ନେଇଛି।
ଇସଲାମାବାଦ: ପାକିସ୍ତାନ ସରକାର ଦେଶର ଦରଦାମ ବୃଦ୍ଧି ଉପରେ ଲଗାମ ଲଗାଇବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। କେବଳ ଅର୍ଥ ବ୍ୟବସ୍ଥା ନୁହେଁ, କୃଷି ବ୍ୟବସ୍ଥା ଠାରୁ ଆରମ୍ଭ କରି ପରିବହନ, ଆଟୋମୋବାଇ ଏବଂ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ମଧ୍ୟ ବ୍ୟାପକ ଭାବେ ଅବନତି ଘଟିଛି। ତେବେ ନିକଟରେ ଦେଶରେ ବ୍ୟାପକ ଭାବେ ଗହମର ନିଅଣ୍ଟିଆ ପରିସ୍ଥିତି ପାଇଁ ସରକାର ଚିନ୍ତା ପ୍ରକଟ କରିଛନ୍ତି।
ନିକଟରେ ଦେଶର ଆର୍ଥିକ ସମନ୍ୱୟ ସମିତି(ଇସିସି) ସୋମବାର ଏକ ବୈଠକ କରିଥିଲା। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଡ। ଅବ୍ଦୁଲ ହାଫିଜ ସେଖଙ୍କ ନେତୃତ୍ୱରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠରେ ସମିତି ନେଇଥିବା ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ଦେଶରେ ଗହମ ଉପରେ ଦର ନିୟନ୍ତ୍ରଣ କରିବା ଏକ ପ୍ରକାର ଅସମ୍ଭବ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବିଦେଶରୁ ପ୍ରାୟ ୩ ଲକ୍ଷ ଟନ ଗହମ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି ସମିତି।
ଅଧିକ ପଢନ୍ତୁ: ଚାକିରି ଚାଲିଗଲା ବୋଲି...
ସେପଟେ କୃଷି ବିଭାଗକୁ ୧୭୨୦ ଅରବ ଋଣର ଏକ ଭାଗକୁ ସୁଝିବା ପାଇଁ କୁହାଯାଇଛି। ଏହାର ଅନୁମାନ ପ୍ରାୟ ୨୦୦ ଅରବ ହେବ। ରିପୋର୍ଟରେ ଦର୍ଶାଯାଇଛି ଯେ, ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଏବଂ ଅନୁସନ୍ଧାନ ମନ୍ତ୍ରଣାଳୟ ଉକ୍ତ ବୈଠକରେ କହିଛି ଯେ, ସରକାରଙ୍କ ନିକଟରେ ୪୨ ଲକ୍ଷ ଟନର ଗହମ ସଂରକ୍ଷିତ ରହିଛି। ଏହି ଗହମ ଆଗାମୀ ଦୁଇମାସ ପର୍ଯ୍ୟନ୍ତ ଭରଣା କରିପାରିବ। ସେହିଭଳି ନୂଆ ଫସଲ ଆସିବାକୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଲାଗିଯିବ। ବର୍ତ୍ତମାନ ପାକିସ୍ତାନରେ ଅଟା କ୍ୱିଣ୍ଟାଲ ପିଛା ପ୍ରାୟ ୮୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଛି। କିଲୋ ପ୍ରତି ପ୍ରାୟ ୨୦ ଟଙ୍କାର ଅଧିକ ଦରରେ ବୃଦ୍ଧି ହୋଇଥିବା ଜଣାପଡ଼ିଛି।
ସେହିପରି ଏହି ସଂକଟ ପଛରେ ଗତବର୍ଷ ଏହି ସମୟରେ ୭୦ ଲକ୍ଷ ଟନରୁ ଊର୍ଦ୍ଧ୍ୱ ଗହମ ସଂରକ୍ଷିତ ଥିବା ବେଳେ ଚଳିତ ବର୍ଷ ମାତ୍ର ୪୨ ଲକ୍ଷ ଟନ ରହିଛି। ମାତ୍ର ଦେଶରେ କଳାବଜାରୀ, ଜମାଖୋର ପ୍ରକୃତିର ବ୍ୟବସାୟୀମାନଙ୍କ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ଏହା ବ୍ୟତୀତ ପାକିସ୍ତାନରେ ଗହମ ସଂକଟ ଦେଖାଦେବାର ଦୁଇଟି କାରଣ ରହିଛି। ପ୍ରଥମତଃ ସିନ୍ଧ ସରକାର ୩୫ ପ୍ରତିଶତ କମ ଗହମ କିଣିବା ଦ୍ୱାରା ଏଭଳି ସ୍ଥିତି ଉପୁଜିଛି। ସେହିପରି ଅନ୍ୟ କାରଣ ହେଉଛି ଲୋକସମ୍ପର୍କ ବିଭାଗ ଅନ୍ତର୍ଗତ ଥିବା ଏଜେନ୍ସି ଗୁଡିକ ବେଆଇନ ଭାବେ ଗହମ ଦରକୁ ଆକାଶଛୁଆଁ କରିଦେବା। ଏଭଳି କାରଣ ଯୋଗୁଁ ଗହମର ଦର ପାକିସ୍ତାନରେ ବର୍ତ୍ତମାନ ଆକାଶଛୁଆଁ ହୋଇ ରହିଛି।
ଅଧିକ ପଢନ୍ତୁ: ଶିବସେନାର 'ଚଲୋ ଅଯୋଧ୍ୟା' ନାରା
ମିଳିଥିବା ସୂଚନା ମୁତାବକ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ମନ୍ତ୍ରୀ ଖୁସରୋ ବଖତିଆର କହିଛନ୍ତି କି, ୪ ଲକ୍ଷ ଟନ ଗହମ ଆମଦାନୀ କରିବାକୁ ସରକାର ଜୋରଦେଉଛନ୍ତି। ପାକିସ୍ତାନ ତେହରିକ ଏ ଇନସାଫ ଦଳର ନେତା ଜାହାଙ୍ଗିର ତରୀନ ଆରମ୍ଭରୁ ହିଁ ଗହମ ଆମଦାନୀ ନେଇ ପ୍ରସ୍ତାବ ଦେଇଥିଲେ। ମାତ୍ର ଡା। ହାଫିଜ ତିନି ଲକ୍ଷ ଟନ ଆମଦାନୀ କରିବାକୁ ଯୁକ୍ତି ବାଢିଥିଲେ।