ଶିବସେନାର 'ଚଲୋ ଅଯୋଧ୍ୟା' ନାରା
Advertisement
Article Detail0/zeeodisha/odisha628706

ଶିବସେନାର 'ଚଲୋ ଅଯୋଧ୍ୟା' ନାରା

ଚଲୋ ଅଯୋଧ୍ୟା।।।ଏଭଳି କିଛି ନାରା ଦେବା ଆରମ୍ଭ କରିଛି ଶିବସେନା। 'ମହା' ମେଣ୍ଟ ସରକାରକୁ ଶହେ ଦିନ ପୁରିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଯୋଧ୍ୟା ଯିବେ। ଏହାକୁ ନେଇ ଶିବସେନା କହିଛି କି, ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେ ଅଯୋଧ୍ୟା ଯିବାପାଇଁ ନାରା ଦେଇଥିଲେ। ସେତେବେଳେ ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବରେ ଅଯୋଧ୍ୟା ଗସ୍ତ କରିବେ ଏହା ଜଣାନଥିଲା। 

ଶିବସେନାର 'ଚଲୋ ଅଯୋଧ୍ୟା' ନାରା

ମୁମ୍ବାଇ: ଚଲୋ ଅଯୋଧ୍ୟା।।।ଏଭଳି କିଛି ନାରା ଦେବା ଆରମ୍ଭ କରିଛି ଶିବସେନା। 'ମହା' ମେଣ୍ଟ ସରକାରକୁ ଶହେ ଦିନ ପୁରିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଯୋଧ୍ୟା ଯିବେ। ଏହାକୁ ନେଇ ଶିବସେନା କହିଛି କି, ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେ ଅଯୋଧ୍ୟା ଯିବାପାଇଁ ନାରା ଦେଇଥିଲେ। ସେତେବେଳେ ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବରେ ଅଯୋଧ୍ୟା ଗସ୍ତ କରିବେ ଏହା ଜଣାନଥିଲା। 

ଶିବସେନା ଆହୁରି ମଧ୍ୟ କହିଛି ଯେ, ନିର୍ବାଚନ ପୂର୍ବରୁ ଅଯୋଧ୍ୟା ଯିବା ପାଇଁ ଗତ ଜୁଲାଇ ମାସରେ ନାରା ଦିଆଯାଇଥିଲା। ସେ ତାଙ୍କର ଦେଇଥିବା କଥାକୁ ରଖିବାପାଇଁ ଅଯୋଧ୍ୟା ଗସ୍ତ କରିବେ ବୋଲି ଶିବସେନା ପକ୍ଷରୁ କୁହାଯାଇଛି। ସେପଟେ ଉଦ୍ଧବଙ୍କ ଗସ୍ତ ପାଇଁ ଆସନ୍ତା ମାସ ଶେଷ ଆଡକୁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛି ଶିବସେନା। 

ଅଧିକ ପଢନ୍ତୁ: କହ୍ନେୟା କୁମାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାୟର

ଏଠାରେ କହି ରଖୁଛୁ ଯେ, ଶିବସେନା ମହାରାଷ୍ଟ୍ରରେ ରାଜନୈତିକ ସମସ୍ୟା ପରେ ଏନସିପି ଓ କଂଗ୍ରେସ ସହିତ ମେଣ୍ଟ କରିବା ପରେ ସରକାର ଗଢିଛି। ଆରମ୍ଭରୁ ବିଜେପି ଓ ଶିବସେନା ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ମାତ୍ର ୫୦-୫୦  ଫର୍ମୁଲା ଅଟଳ ରହିଥିଲା ଶିବସେନା। ଏପରିକି ମୁଖ୍ୟମନ୍ତ୍ରୀ ପଦକୁ ନେଇ ମଧ୍ୟ ଶିବସେନା ବେଶ ଅଟଳ ରହିଥିଲା। ଫଳରେ ବିଜେପି ସହିତ ମେଣ୍ଟ କରିପାରିନଥିଲା ଶିବସେନା। ପରେ ସରକାର ଗଠନକୁ ନେଇ ଅନେକ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। 

ପରେ ଶିବସେନା କଂଗ୍ରେସ ଓ ଏନସିପିକୁ ମେଣ୍ଟ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲା। ପରେ ୩ ଦଳର ସହମତିରେ ଶାସନଗାଦିରେ ବସିଥିଲା ଶିବସେନା। ବିଜେପି ସହିତ ରାତି ଅଧିଆ ହାତ ମିଶାଇଥିବା ଅଜିତ ପାଓ୍ୱାର ମଧ୍ୟ ଶିବସେନାକୁ ସମର୍ଥନ ଜଣାଇଥିଲେ। ଫଳରେ ମେଣ୍ଟ ସରକାର ଗଢିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା। ଏହା ସହିତ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।