New Rules From November 1: LPG ସିଲିଣ୍ଡର ଠୁ FD ପର୍ଯ୍ୟନ୍ତ ବଦଳିବ ଏସବୁ ନିୟମ, ପୁଣି କାନ୍ଦିବେ ଗ୍ରାହକ

New Rules From November 1: ୩ ଦିନ ପରେ ନଭେମ୍ବର ମାସ ଆରମ୍ଭ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ପ୍ରତିଥର ଭଳି ଏଥର ମଧ୍ୟ ଏହି ମାସ ଆରମ୍ଭରେ କିଛି ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କ ପକେଟକୁ ପ୍ରଭାବିତ କରିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ଏହି ପରିବର୍ତ୍ତନ ବିଷୟରେ କହିବୁ । ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ, କ୍ରେଡିଟ କାର୍ଡ ଏବଂ ମ୍ୟୁଚୁଆଲ ଫଣ୍ଡ ଭଳି ଅନେକ ପରିବର୍ତ୍ତନ ଏହି ନୂଆ ନିୟମରେ ଅନ୍ତର୍ଭୁକ୍ତ । ତେବେ ଆସନ୍ତୁ ଜାଣିବା ଏ ବିଷୟରେ ସବୁକିଛି।

Rashmita Sahoo Mon, 28 Oct 2024-8:41 pm,
1/5

ଏଲପିଜି ଗ୍ୟାସ ସିଲିଣ୍ଡର ଦର ପ୍ରତି ମାସରେ ଏଲପିଜି ଗ୍ୟାସ ସିଲିଣ୍ଡର ଦର ରେ ପରିବର୍ତ୍ତନ ହୋଇଥାଏ । ଗତ ୩ ମାସ ହେଲା କମର୍ସିଆଲ ସିଲିଣ୍ଡରର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅକ୍ଟୋବର ମାସରେ ଏଲପିଜି ଗ୍ୟାସ ସିଲିଣ୍ଡର ର ମୂଲ୍ୟ ୪୮.୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏଥର ୧୪ କେଜି ଏଲପିଜି ଗ୍ୟାସ ସିଲିଣ୍ଡର ର ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

 

 

Also Read: TRAI New Rule: ନଭେମ୍ବର ୧ରୁ Jio, Airtel ସହ VI ଓ BSNL ଗ୍ରାହକଙ୍କ ବଢିବ ଟେନସନ

2/5

ସିଏନ୍ ଜି-ପିଏନଜି ଦର ଏଲପିଜି ଗ୍ୟାସ ସିଲିଣ୍ଡର ଭଳି ସିଏନଜି-ପିଏନଜି ଦର ମଧ୍ୟ ପ୍ରତି ମାସରେ ବଦଳିଥାଏ । ତେବେ ଗତ କିଛି ମାସ ହେବ ବିମାନ ଇନ୍ଧନ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳୁଛି । ଏଥର ମଧ୍ୟ ପାର୍ବଣ ଋତୁ ଯୋଗୁଁ ସିଏନଜି-ପିଏନଜି ଦର ହ୍ରାସ ପାଇବ ବୋଲି ଆଶା କରାଯାଉଛି।

 

3/5

ଏସ୍ ବିଆଇ କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ନଭେମ୍ବର ପହିଲାରୁ ନିଜର କ୍ରେଡିଟ କାର୍ଡରେ ନୂଆ ପରିବର୍ତ୍ତନ କରିବାକୁ ଯାଉଛି । ନଭେମ୍ବର ପହିଲାରୁ ଅସୁରକ୍ଷିତ ଏସବିଆଇ କ୍ରେଡିଟ୍ କାର୍ଡ ଉପରେ ଫାଇନାନ୍ସ ଚାର୍ଜ ୩.୭୫ ପ୍ରତିଶତ ରହିବ । ସେହିପରି ୟୁଟିଲିଟି ସେବାରେ ୫୦ ହଜାର ଟଙ୍କାରୁ ଅଧିକ ଦେୟ କଲେ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ।

4/5

ମ୍ୟୁଚୁଆଲ ଫଣ୍ଡ ନିୟମରେ ପରିବର୍ତ୍ତନ ବଜାର ନିୟାମକ ସେବି ମ୍ୟୁଚୁଆଲ ଫଣ୍ଡରେ ଇନସାଇଡର ଟ୍ରେଡିଂ ପାଇଁ ନିୟମକୁ କଡ଼ାକଡ଼ି କରିବାକୁ ଯାଉଛି। ବାସ୍ତବରେ, ବର୍ତ୍ତମାନ ଅନୁପାଳନ ଅଧିକାରୀଙ୍କୁ ସମ୍ପତ୍ତି ପରିଚାଳନା କମ୍ପାନୀଗୁଡିକର ପାଣ୍ଠିରେ ୧୫ ଲକ୍ଷରୁ ଅଧିକ କାରବାର ବିଷୟରେ ନୋମିନି ଏବଂ ସେମାନଙ୍କ ନିକଟ ସମ୍ପର୍କୀୟଙ୍କ ଦ୍ୱାରା ସୂଚନା ଦେବାକୁ ପଡିବ ।

5/5

ଟ୍ରାଇ ନିୟମରେ ପରିବର୍ତ୍ତନ ମେସେଜ୍ ଟ୍ରେସିବିଲିଟି ଲାଗୁ କରିବାକୁ ସରକାର ସମସ୍ତ ଟେଲିକମ୍ କଂପାନିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅଧୀନରେ ସମସ୍ତ ଟେଲିକମ୍ କମ୍ପାନିଙ୍କୁ ସ୍ପାମ୍ ନମ୍ବର ବ୍ଲକ୍ କରିବାକୁ ପଡ଼ିବ। ଟେଲିକମ କଂପାନିମାନେ ମେସେଜ ୟୁଜର୍ସଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସ୍ପାମ ଲିଷ୍ଟରେ ମେସେଜ ରଖି ନମ୍ବରକୁ ବ୍ଲକ କରିପାରିବେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link