ICC Cricket World Cup 2023: ବିଶ୍ୱକପ ପାଇଁ ବିସିସିଆଇର କଲା ବଡ଼ ପ୍ଲାନ, ୧୫ ଜଣିଆ ତାଲିକାରୁ ସୁର୍ଯ୍ୟ ବାଦ୍! ଇଶାନ ଶାମସନ୍ ମଧ୍ୟରୁ ଜଣେ ଖେଳିବେ

ICC world cup 2023: ଦିିିନିକିଆ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ କେବଳ ୧୦ ରୁ ୧୨ ଟି ମ୍ୟାଚ୍ ଖେଳିବାକୁ ପଡିବ । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜ୍ ୨୭ ଜୁଲାଇରୁ ଆରମ୍ଭ ହେବ । ଏହି ସମୟରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ୱେଷ୍ଟଇଣ୍ଡିଜରେ ମଧ୍ୟ ପହଞ୍ଚିଛନ୍ତି । ସେ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ବିଶ୍ୱକପକୁ ଓ ଏସିଆ କପ୍ ପାଇଁ ଚୟନ ହେବାକୁ ଥିବା ଖେଳାଳିଙ୍କ ବିଷୟରେ ଏକ ପ୍ଲାନ ପ୍ରସ୍ତୁତ କରିବେ ।

Jagdish Barik Mon, 24 Jul 2023-3:40 pm,
1/6

ICC world cup 2023: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ ସିରିଜ୍ ଆଜି ଶେଷ ହେବ । ଏହା ପରେ ୨୭ ଜୁଲାଇରୁ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଏକ ODI ସିରିଜ୍ ଆରମ୍ଭ ହେବ । ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ODI ବିଶ୍ୱକପକୁ ଦୃଷ୍ଟିରେ ରଖି ଏହି ସିରିଜ୍ ଅନେକ ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ।

2/6

ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ୱେଷ୍ଟଇଣ୍ଡିଜରେ ପହଞ୍ଚିଛନ୍ତି । ସେ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ଏସିଆ କପରୁ ବିଶ୍ୱକପ ପର୍ଯ୍ୟନ୍ତ ଖେଳାଳିଙ୍କ ଭବିଷ୍ୟତ ବିଷୟରେ ଆଲୋଚନା କରିବେ । ବିସିସିଆଇର ଜଣେ ଅଧିକାରୀ ଇନସାଇଡ୍ ସ୍ପୋର୍ଟସକୁ କହିଛନ୍ତି ଯେ ସୂର୍ଯ୍ୟକୁମାର ଯାଦବ ନିଶ୍ଚିତ ଭାବରେ ଏହି ପ୍ଲାନରେ ଅଛନ୍ତି, କିନ୍ତୁ କେବଳ ବ୍ୟାକଅପ୍ ଖେଳାଳି ଭାବରେ ।

 

3/6

ଏହି ଅଧିକାରୀ କହିଛନ୍ତି ଯେ ଦଳରେ ସ୍ଥାନ ପାଇବା ପାଇଁ କେ.ଏଲ୍ ରାହୁଲ ଓ ଶ୍ରେୟସ୍ ଆୟର ସୂର୍ଯ୍ୟକୁମାର ଯାଦବଙ୍କଠାରୁ ଆଗରେ ଅଛନ୍ତି । ଅର୍ଥାତ୍ ସୁର୍ଯ୍ୟକୁମାର ବିଶ୍ୱକପ୍ ପାଇଁ ୧୫ ଜଣିଆ ଦଳରେ ସ୍ଥାନ ପାଇ ପାରିବେ ନାହିଁ । ତାଙ୍କୁ ରିଜର୍ଭ ଖେଳାଳି ଭାବରେ ଦଳରେ ରଖାଯାଇପାରେ । ତାଙ୍କର ODI ରେକର୍ଡ ବିଶେଷ କିଛି ଭଲ ନାହିଁ ।

 

4/6

ଋଷଭ ପନ୍ତ ବିଶ୍ୱକପ ଖେଳିବେ ନାହିଁ । କେଏଲ ରାହୁଲ ୱିକେଟ୍ କିପର ଭାବରେ ଖେଳିବା ନିଶ୍ଚିତ । ଏଭଳି ପରିସ୍ଥିତିରେ ଇଶାନ କିଶନ କିମ୍ବା ସଞ୍ଜୁ ସାମସନ ଦ୍ୱିତୀୟ ୱିକେଟ୍ କିପର ଭାବରେ କେବଳ ଏକ ସୁଯୋଗ ପାଇବେ । ୱେଷ୍ଟଇଣ୍ଡିଜ୍ ସିରିଜରେ ଦୁଇ ଜଣଙ୍କ ମଧ୍ୟରୁ  ଟିମ୍ ମ୍ୟାନେଜମେଣ୍ଟ କାହାକୁ ସୁଯୋଗ ଦେବ, ତାହା ଦେଖିବାକୁ ପଡ଼ିବ ।

5/6

ଯଦି ଆମେ ୩୨ ବର୍ଷୀୟ ସୂର୍ଯ୍ୟକୁମାର ଯାଦବଙ୍କ ODI ରେକର୍ଡକୁ ଦେଖିବା, ତେବେ ସେ ୨୩ଟି ମ୍ୟାଚରେ ହାରାହାରି ୨୪ ସହ ୨୧ଟି ଇନିଂସରେ ୪୩୩ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ଏଥିରେ ୨ଟି ଅର୍ଦ୍ଧଶତକ ସାମିଲ ରହିଛି । ୬୪ ରନ୍ ହେଉଛି ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ । ଟି-୨୦ ଇଣ୍ଟରନ୍ୟାସନାଲରେ ସୂର୍ଯ୍ୟଙ୍କ ରେକର୍ଡ ଅତ୍ୟନ୍ତ ଭଲ । ସେ ୩ଟି ଶତକ ଓ ୧୩ଟି ଅର୍ଦ୍ଧଶତକ ସହ ୪୬ଟି ଇନିଂସରେ ୧୬୭୫ ରନ୍ ସଂଗ୍ରହ କରିଛନ୍ତି ।

6/6

୨୮ ବର୍ଷୀୟ ସଞ୍ଜୁ ସାମସନ୍ ୧୧ଟି OD ମ୍ୟାଚରେ ୧୦ଟି ଇନିଂସରେ ହାରାହାରି ୬୬ ରେ ୩୩୦ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କର ୨ଟି ଅର୍ଦ୍ଧଶତକ ରିହିଛି । ୮୬ ନଟ୍ ଆଉଟ୍ ତାଙ୍କର ସର୍ବୋତ୍ତମ ସ୍କୋର । ଏଥି ସହିତ ୨୫ ବର୍ଷୀୟ ଇଶାନ କିଶନ ହାରାହାରି ୪୩ ହାରାହାରିରେ ODI ର ୧୩ ଇନିଂସରେ ୫୧୦ ରନ ସ୍କୋର କରିଛନ୍ତି । ଏକ ଶତକ ଓ ୩ଟି ଅର୍ଦ୍ଧ ଶତକ ହାସଲ କରିଛି । ସେ ଏକ ଦ୍ୱିଶତକ ହାସଲ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link