Dibya Shankar 2nd Marriage: ଉଡ଼ାଣ ଭରିଲେ କ୍ୟାପଟେନ! ଦେଖନ୍ତୁ ଖୁସି ମୁହୂର୍ତ୍ତର କିଛି ଝଲକ୍

Dibya Shankar 2nd Marriage: ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ପିପିଲି ସ୍ଥିତ ଗୁଡ଼ିଆପୋଖରୀ ନିକଟବର୍ତ୍ତୀ ଶିଉଳାଠାରେ ଥିବା ‘ଦି ଆଡଭେଞ୍ଚର କନଭେନସନ ଆଣ୍ଡ୍‌ ରିସୋର୍ଟ’ରେ ସେ ପ୍ରିୟଙ୍କା ଅଗସ୍ତୀଙ୍କ ହାତ ଧରିଛନ୍ତି।

Sun, 26 Feb 2023-5:03 pm,
1/5

ରବିବାର ପୂର୍ବାହ୍ନରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଥିବା ବେଳେ ଏବେ ବିବାହ ସମ୍ପନ୍ନ ହୋଇଛି। ଏଥିସହ ସଂନ୍ଧ୍ୟାରେ ବିବାହ ଭୋଜିରେ ଆୟୋଜନ କରାଯାଇଥିବା ସୂଚନା ମିଳିଛି। 

2/5

ବିବାହ ଉତ୍ସବରେ ପରିବାର ଓ ନିକଟ ସମ୍ପର୍କୀୟଙ୍କୁ ମିଶାଇ କେତେକ ହାତ ଗଣତି ଲୋକ ସାମିଲ ହୋଇଛନ୍ତି।

 

3/5

ମିଳିଥିବା ସୂଚନା ଅନୁଯାୟୀ,କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିଛନ୍ତି। ଏହା ହେଉଛି ବିଧାୟକଙ୍କ ଦ୍ୱିତୀୟ ବିବାହ। ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ। 

 

4/5

କୌଣସି କାରଣ ବଶତଃ ସେ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଦିବ୍ୟଶଙ୍କରଙ୍କର ଜଣେ ପୁଅ ମଧ୍ୟ ଅଛନ୍ତି। 

 

5/5

ଅପରପକ୍ଷେ, ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। ପ୍ରଥମ ସ୍ବାମୀଙ୍କ ସହ ଛାଡ଼ପତ୍ର ପରେ ଏବେ ସେ ବିଧାୟକ ଦିବ୍ୟଶଙ୍କରଙ୍କ ହାତ ଧରିଛନ୍ତି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link