Ayodhya Ram Mandir: ରାମ ଜନ୍ମଭୂମି ମାମଲାକୁ ନେଇ ତିଆରି ହେବ ଫିଲ୍ମ, ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଦୁଇ ସୁପରଷ୍ଟାର

Ayodhya Ram Mandir: ୨୦୧୯ ମସିହାର ରାମ ମନ୍ଦିରରେ ମାମଲାର ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏହି ପୁରା ମାମଲା ଆଜି ବି ଲୋକଙ୍କ ମନରେ ସତେଜ ହୋଇ ରହିଛି। ଦୀର୍ଘ ୭ ଦଶନ୍ଧି ଧରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ମାମଲା ଚାଲିଥିଲା। ପ୍ରଥମେ ୨୦୧୦ ମସିହା ସେପ୍ଟେମ୍ବର ୩୦ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପରେ ୨୦୧୯ ମସିହାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ନିଷ୍ପତ୍ତି ଦେଇଥିଲେ ।

Sat, 08 Jul 2023-1:23 pm,
1/5

ଦେଶରେ ଦୀର୍ଘ ଦିନ ଧରି ଚାଲିଥିବା ରାମ ଜନ୍ମଭୂମି ମାମଲାକୁ ନେଇ ବର୍ତ୍ତମାନ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଯେଉଁଥିରେ ୯୦ ଦଶକର ଦୁଇ ସୁପରଷ୍ଟାର ମୁଖ୍ୟ ଭୂମିକାରେ ନଜର ଆସିବେ ।

2/5

ନିକଟରେ ଏହି ସିନେମାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏଥିରେ ବଲିଉଡ଼ ଅଭିନେତା ସନି ଦେଓଲ ଓ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ ।

3/5

ସନି ଦେଓଲ ଓ ସଞ୍ଜୟ ଦତ୍ତ ବିରୋଧୀ ଓକଲି ଭୂମିକାରେ କୋର୍ଟରେ ପରସ୍ପର ବିରୋଧରେ ଓକିଲାତି କରୁଥିବା ଦେଖିବାକୁ ମିଳିବ। ଉଭୟଙ୍କୁ ଏହି ଭୂମିକାରେ ଦେଖିବା ଫ୍ୟାନ୍ସଙ୍କ ଲାଗି ଏକ ଭିନ୍ନ ଅନୁଭୂତ ରହିବ ।

4/5

ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ଅଗଷ୍ଟ ମାସରେ ଆରମ୍ଭ ହେବ । ମୁମ୍ବାଇରେ ଅଯୋଧ୍ୟାର ଏକ ସେଟ୍ ତିଆରି କରାଯାଇ ଏହାର ପୁରା ସୁଟିଂ କରାଯିବ ।

5/5

ପ୍ରକାଶଥାଉ କି, ସନି ଦେଓଲ ଏହା ପୂର୍ବରୁ ନିଜର ସୁପରହିଟ୍ ଫିଲ୍ମ 'ଦାମିନୀ'ରେ ଓକିଲ ଭୂମିକାରେ ମଧ୍ୟ ଅଭିନୟ ନଜର ଆସିଥିଲେ। ଯାହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link