Delhi Airport: ଦିଲ୍ଲୀ ବିମାନ ବନ୍ଦରରେ ନିର୍ମିତ ହେଲା Elevated Cross Way, ଜାଣନ୍ତୁ ଏହାର ବିଶେଷତ୍ୱ

Delhi Airport Elevated Cross Way: କ୍ରସ ଟ୍ୟାକ୍ସି ରାସ୍ତା ନିର୍ମିତ ହେବା ଦ୍ୱାରା ବିମାନ ବନ୍ଦରର ପ୍ରଥମ ଟର୍ମିନାଲ୍ ଠାରୁ ତୃତୀୟ ଟର୍ମିନାଲ୍ ମଧ୍ୟରେ ରହିଥିବା ଦୂରତା ହ୍ରାସ ପାଇବ।

Mon, 29 Jan 2024-3:41 pm,
1/5

ଦିଲ୍ଲୀ ବିମାନ ବନ୍ଦରରେ ନିର୍ମିତ ହୋଇଥିବା ଉନ୍ନତ କ୍ରସ ଟ୍ୟାକ୍ସି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୨ ବର୍ଷ ସମୟ ଲାଗିଛି। ଏହା ହେଉଛି ଦେଶର ପ୍ରଥମ ଉଚ୍ଚତର କ୍ରସ-ୱେ ଯେଉଁଥିରେ ଦୁଇଟି ବଡ ବିମାନ ସମାନ ସମୟରେ ଯାତ୍ରା କରିପାରିବ। ଏହାପୂର୍ବରୁ ଯେତେବେଳେ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରୁଥିଲା, ସେତେବେଳେ ଟର୍ମିନାଲ୍ ୩ ଠାରୁ ଟର୍ମିନାଲ୍ ୧ ପର୍ଯ୍ୟନ୍ତ ଟ୍ୟାକ୍ସି କରିବାକୁ ପ୍ରାୟ ୩୦-୪୦ ମିନିଟ୍ ସମୟ ଲାଗୁଥିଲା।

 

2/5

ଯଦି ରନ୍ ୱେ ଠାରେ କୌଣସି ବିମାନ ଉଡ଼ାଣ କିମ୍ବା ଅବତରଣ କରିବାକୁ ଅପେକ୍ଷା କରିଥାଏ, ତାହେଲେ ଏଥିପାଇଁ ଅଧିକ ସମୟ ଲାଗୁଥଲା। ହେଲେ ଟ୍ୟାକ୍ସି ରାସ୍ତା ନିର୍ମାଣ ପରେ ଏହି ସମୟ ଯଥେଷ୍ଟ ହ୍ରାସ ପାଇବ। କାରଣ ପୂର୍ବରୁ କୌଣସି ବିମାନକୁ ପ୍ରାୟ ୯ କିଲୋମିଟର ରାଉଣ୍ଡ ନେବାକୁ ପଡୁଥିଲା। ହେଲେ ଏଥର ଟ୍ୟାକ୍ସି-ୱେ ନିର୍ମାଣ ପରେ ଦୂରତା ୭ କିଲୋମିଟର ହ୍ରାସ ପାଇବ। ଅର୍ଥାତ୍ ବର୍ତ୍ତମାନ କୌଣସି ବିମାନକୁ ଟ୍ୟାକ୍ସି ରାସ୍ତାରେ ମାତ୍ର ୨ କିଲୋମିଟର ଯାତ୍ରା କରିବାକୁ ହେବ।

3/5

ଏହି କ୍ରସ-ୱେ ନିର୍ମାଣ ଆସନ୍ତା ୨୦୨୩୦ ପର୍ଯ୍ୟନ୍ତ ଦିଲ୍ଲୀ ବିମାନ ବନ୍ଦରକୁ ସମ୍ପୂର୍ଣ୍ଣ କାର୍ବନ ମୁକ୍ତ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ଏହି କ୍ରସ୍-ୱେ, ଇଷ୍ଟର୍ଣ୍ଣ କ୍ରସ୍ ଟ୍ୟାକ୍ସି ୱେ ନାମରେ ନାମିତ କରାଯାଇଛି। କାରଣ ଏହା ବିମାନ ବନ୍ଦର ରନୱେ ପୂର୍ବ ପାର୍ଶ୍ୱକୁ ନିର୍ମିତ ହୋଇଛି। ଯାହା ଉଭୟ ଉତ୍ତର-ଦକ୍ଷିଣ ପରସ୍ପର ସହ ଯୋଡ଼ିଥାଏ।

4/5

ଏହି ଟ୍ୟାକ୍ସି ରାସ୍ତାରେ ଦୁଇଟି ଲେନ ରହିଛି। ଯାହାର ଚଉଡ଼ା ହେଉଛି ୪୪ ମିଟର ଚଉଡା। ଏହା ମଧ୍ୟରେ ୪୭ ମିଟର ବ୍ୟବଧାନ ରହିଛି। ଯାହା ଦ୍ୱାରା ଦୁଇଟି ବଡ଼ ବିମାନ ଏକତ୍ର ଉଡ଼ାଣ ଭରିପାରିବ। ଏହି ଟ୍ୟାକ୍ସି ରାସ୍ତାରେ ୫୯୦ ସ୍ତମ୍ଭ ବ୍ୟବହୃତ ହୋଇଛି। ଯାହାର ଗୋଟିଏ ସ୍ତମ୍ଭର ଓଜନ ହେଉଛି ୯୦ ମେଟ୍ରିକ୍ ଟନ୍। ଯାହା ଦ୍ୱାରା ଏହି ରାସ୍ତା ଏକ ବଡ଼ ବିମାନର ଓଜନ ଉଠାଇ ପାରିବ। ଏପରିକି RDX କିମ୍ବା TNT ପରି ବଡ଼ ବିସ୍ଫୋରଣ ହେଲେ ମଧ୍ୟ ଏହାର କୌଣସି କ୍ଷତି ହେବ ନାହିଁ।

5/5

ଦିଲ୍ଲୀ ବିମାନବନ୍ଦରରେ ଚତୁର୍ଥ ରନୱେ ପ୍ରସ୍ତୁତ ହୋଇସାରିଛି। ବିମାନ ବନ୍ଦରରେ ନିର୍ମିତ ଟ୍ୟାକ୍ସି-ୱେ ଏବଂ ରନୱେ ଜୁଲାଇ ୧୩ ତାରିଖରେ ଉଦଘାଟିତ ହେବ। ଯାହା ପରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link