ଓଡ଼ିଶାର ତାରକସି ସହ ୧୦ ରାଜ୍ୟର ଉପହାରରେ ବୈଦେଶିକ ସମ୍ପର୍କରେ ଆତ୍ମୀୟତା

Gifts: ନିଜର ଉତ୍କୃଷ୍ଟ ସାଂସ୍କୃତିକ ଐତିହ୍ୟକୁ ଉପହାର ଭାବେ ପ୍ରଦାନ କରି ବୈଦେଶିକ ସମ୍ପର୍କରେ ଆତ୍ମୀୟତା ଆଣିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରୁ ଆରମ୍ଭ ହୋଇଛି କହିଲେ ଅତୃକ୍ତି ହେବ ନାହିଁ । ଯଦିଓ ଅନେକ ବର୍ଷ ହେଲା ଭାରତର କଳା, ସାଂସ୍କୃତିକ ଐତିହ୍ୟ ବିଦେଶରେ ଆକର୍ଷରର କେନ୍ଦ୍ରବିନ୍ଦୁ ହୋଇ ଆମା ସମୃଦ୍ଧିକୁ ପ୍ରତିପାଦିତ କରିଛି କିନ୍ତୁ ବୈଦେଶିକ ସମ୍ପର୍କରେ ନିବିଡ଼ତା ଆଣିବା ତଥା ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସମ୍ବେଦନଶୀଳତାକୁ ଆକର୍ଷିତ କରିବା ଦିଗରେ ଏହି ସରକାର ଆରମ୍ଭରୁ ପ୍ରୟାସ କରି ଆସିଛନ୍ତି। ଏହିକ୍ରମରେ ନିକଟରେ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ନାଇଜେରିଆ, ପ୍ରାଜିଲ ଓ ଗାଏନା ଦେଶ ଗସ୍ତରେ ଏମିତି କିଛି ଖାଣ୍ଟି ଭାରତୀୟ କଳାକୃତୀକୁ ସେହି ଦେଶର ରାଷ୍ଟ୍ରମୁଖ୍ୟଙ୍କ ହାତରେ ଶୋଭାପାଇବା ଦେଖିବାକୁ ମିଳିଥିଲା। ଏଥିଲାଗି ଭାରତର ବିଭିନ୍ନ ରାଜ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀ ବଛା ବଛା ଉତ୍କୃଷ୍ଟ କାରିଗରୀର ନିଦର୍ଶନସବୁ ସାଙ୍ଗରେ ନେଇଥିଲେ। ସେଥିରେ ୮ଟି ଉପହାର ମହାରାଷ୍ଟ୍ରରୁ ଥିବା ବେଳେ ୫ଟି ଜମ୍ମୁ ଓ କଶ୍ମୀରରୁ, ୩ଟି ଲେଖାଏ ଆନ୍ଧ୍ର ପ୍ରଦେଶ ଓ ରାଜସ୍ଥାନରୁ, ୨ଟି ଝାଡଖଣ୍ଡରୁ ଏବଂ ଉତ୍ତରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ବିହାର, ଲଦାଖ, ଏବଂ ଓଡ଼ିଶାରୁ ଗୋଟିଏ ଲେଖାଏଁ ଉପହାର ସାମିଲ୍‍ ଥିଲା। ଆସନ୍ତୁ ନଜର ପକାଇବା କେଉଁ ଉପହାର କାହାକୁ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଫଟୋ ଗ୍ୟାଲେରିରେ।...

Narmada Behera Nov 23, 2024, 10:59 AM IST
1/9

ମହାରାଷ୍ଟ୍ରର ସିଲୋଫର ପଞ୍ଚାମୃତ କଳସକୁ ନାଇଜେରିଆରା ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି। 

 

2/9

ପୁନେର ରୌପ୍ୟ ଘୋଡ଼ାକୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ଉପହାର ଭାବେ ପ୍ରଦାନ କରାଯାଇଛି। 

 

3/9

ମଧୁବନୀ ଚିତ୍ର ବା ମିଥିଲା ଚିତ୍ରକୁ ଗାଏନାର ରାଷ୍ଟ୍ରପତିଙ୍କୁ ଉପହାର ଭାବେ ପ୍ରଦାନ କରିଛି ରାଷ୍ଟ୍ର। ଏହି ରାଷ୍ଟ୍ରର ଉପରାଷ୍ଟପ୍ରତିଙ୍କୁ ଓଡ଼ିଶାର କଟକରୁ ନିଆଯାଇଥିବା ଏକ ତାରକସୀ ଡଙ୍ଗାକୁ ଉପହାର ଭାବେ ପ୍ରଦାନ କରାଯାଇଛି। 

4/9

ରୌପ୍ୟ କ୍ଲଚ୍‍ ପର୍ସ ଓ୍ୱର୍ଲି ଚିତ୍ର- ମହାରାଷ୍ଟ୍ରର ଆଦିବାସୀଙ୍କ କଳାକୃତି ଓ୍ୱର୍ଲି ଚିତ୍ରର ଏକ ପଟ୍ଟକୁ ବ୍ରାଜିଲ୍‍ ରାଷ୍ଟ୍ରପତିଙ୍କୁ ଉପହାର ଭାବେ ପ୍ରଦାନ କରିଛନ୍ତି ମୋଦୀ। ଏହାସହ CARICOM ରାଷ୍ଟ୍ରର ପ୍ରତିନିଧିଙ୍କୁ ମଧ୍ୟ ଏହି ଉପହାରକୁ ଏକ ସୁନ୍ଦର ବାକ୍ସରେ ସଜ୍ଜାଯାଇ ପ୍ରଦାନ କରାଯାଇଥିଲା। 

 

5/9

ଖୋବର ଚିତ୍ର- ଝାଡ଼ଖଣ୍ଡର ଐତିହ୍ୟକୁ ସୂଚୀତ କରୁଥିବା ଏହି ଚିତ୍ରକୁ ଇଣ୍ଡୋନେସିଆା ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। 

 

6/9

ହସ୍ତ ନିର୍ମିତ ରୌପ୍ୟ ଚେସ୍‍- ହସ୍ତ ନିର୍ମିତ ରୌପ୍ୟ ସତରଞ୍ଜି ( ଚେସ୍‍) କୁ ଉପହାର ଭାବେ ପର୍ତ୍ତୁଗଲ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ମୋଦୀ। 

 

7/9

ମାର୍ବଲ ଟେବଲ; ନରଓ୍ୱେର ରାଷ୍ଟ୍ରମୁଖ୍ୟଙ୍କୁ ସାକ୍ଷାତ ବେଳେ ଏହି ବହୁମୂଲ୍ୟ ଐତିହ୍ୟ ଟେବଲକୁ ପ୍ରଦାନ କରାଯାଇଛି। ଏହା ରାଜସ୍ଥାନର ମକ୍ରାନା ମାର୍ବଲରେ ନିର୍ମିତ। 

 

8/9

ରୌପ୍ୟ ମହମବତୀ ଷ୍ଟାଣ୍ତ- ରୌପ୍ୟ ମହମବତୀ ଷ୍ଟାଣ୍ଡକୁ ଇଟାଲୀର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। 

9/9

ତାଞ୍ଜାବୁର ଚିତ୍ର- ତାମିଲନାଡ଼ୁର ଏହି କଳାକୃତୀକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଉପହାର ଭାବେ ପ୍ରଦାନ କରିଛନ୍ତି ମୋଦୀ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link