King Charles III: ଏହି ଦେଶରେ ବଦଳିଯିବ ଟଙ୍କା, ଦେଖନ୍ତୁ ନୂଆ କରେନ୍ସିର କାହାର ଲାଗିବ ଫଟୋ

King Charles III: ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ତାଙ୍କ ପୁଅ ମହାରାଜା ଚାର୍ଲ୍ସ ତୃତୀୟ ବ୍ରିଟେନର ସମ୍ରାଟ ହୋଇଛନ୍ତି। ବ୍ୟାଙ୍କ ନୋଟଗୁଡିକର ବର୍ତ୍ତମାନର ଡିଜାଇନରେ ଅନ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ ଯେଉଁଥିରେ ତାଙ୍କ ସ୍ୱର୍ଗତ ମାତା ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଫଟୋ ଚିତ୍ର ରହିଛି ।

Wed, 21 Dec 2022-6:48 pm,
1/5

ମହାରାଜା ଚାର୍ଲ୍ସ ତୃତୀୟଙ୍କ ଚିତ୍ର ସହିତ ଏହିପରି ନୂତନ ମୁଦ୍ରା ନୋଟ ଆସନ୍ତା ଦେଢ ବର୍ଷ ଅର୍ଥାତ୍ ଜୁନ୍ ୨୦୨୪ ମସିହା ସୁଦ୍ଧା ସମୟରେ ଆସିବ ବୋଲି ଆଶା କରାଯାଉଛି। ଦେଶର ଅର୍ଥ ମନ୍ତ୍ରଣାଳୟ ଏବଂ ଅନ୍ୟ ସମସ୍ତ ଦାୟିତ୍ୱ ପ୍ରାପ୍ତ ଏଜେନ୍ସି ଏହି ବିଷୟରେ ଶୀଘ୍ର କାର୍ଯ୍ୟ କରୁଛନ୍ତି।

2/5

ବ୍ୟାଙ୍କ ଅଫ୍ ଇଂଲଣ୍ଡର ଗଭର୍ଣ୍ଣର ଆଣ୍ଡ୍ରିୟୁ ବେଲି କହିଛନ୍ତି ଯେ ମୁଁ ବହୁତ ଗର୍ବିତ ଯେ ବ୍ୟାଙ୍କ ଆମର ନୂତନ ନୋଟ୍ ର ଡିଜାଇନ୍ ଉନ୍ମଚୋନ କରୁଛି ଯେଉଁଥିରେ କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଫଟୋ ଚିତ୍ର ରହିବ।

3/5

ଅନ୍ୟପକ୍ଷରେ, ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଛବି ସହିତ ଥିବା ନୋଟଗୁଡିକ ସମାନ୍ତରାଳ ଭାବରେ ବ୍ୟବହୃତ ହେବ।

4/5

ଏହିପରି ମୁଦ୍ରା ବ୍ରିଟେନର ବଜାରରେ ମଧ୍ୟ ଦେଖାଯିବ । ଯେଉଁଥିରେ କିଙ୍ଗ ଚାର୍ଲସ ତୃତୀୟଙ୍କ ଫୋଟଚିତ୍ର ରହିବ ।

5/5

ବ୍ୟାଙ୍କ ଅଫ୍ ଇଂଲଣ୍ଡର (Bank Of England)  ଅଧିକାରୀମାନେ ମଧ୍ୟ କହିଛନ୍ତି,'ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ କାରଣ ମହାରାଜା ଆମର ବ୍ୟାଙ୍କ ନୋଟରେ ଦେଖାଯାଉଥିବା ଦ୍ୱିତୀୟ ରାଜା । ଲୋକମାନେ ୨୦୨୪ ମସିହାରେ ପ୍ରଚଳନ ହେବା ମାତ୍ରେ ଏହି ନୂତନ ନୋଟଗୁଡିକ ବ୍ୟବହାର କରିବାକୁ ସମର୍ଥ ହେବେ । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link