Gold Price Today: ଆଜି ହିଁ କିଣନ୍ତୁ ସୁନା, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଭରି ପିଛା ମୂଲ୍ୟ?

Gold Price Today: ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ର ମୂଲ୍ୟ ୬,୬୭୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନା (ଯାହାକୁ ୯୯୯ ସୁନା ମଧ୍ୟ କୁହାଯାଏ) ଗ୍ରାମ ପିଛା ୭,୨୭୭ ଟଙ୍କା ରହିଛି । ତେବେ ରାଜଧାନୀରେ ଆଜି ୨୨ କ୍ୟାରେଟ୍ ସୁନା ଗ୍ରାମ ପିଛା ୬ହଜାର ୬୭୦ ଥିବା ବେଳେ ୧୦ ଗ୍ରାମ ବା ଭରିକୁ ରହିଛି ୬୬ ହଜାର ୭୦୦ ଟଙ୍କା । ସେହିପରି ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ବା ଭରି ପିଛା ସୁନା ଦର ୬୬ ହଜାର ୮୫୦ ଟଙ୍କା ରହିଛି।

Rashmita Sahoo Sun, 18 Aug 2024-9:56 am,
1/4

ସେହିପରି ୨୪ କ୍ୟାରେଟ୍ ସୁନା ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଛି। ଏଠାରେ ୨୪ କ୍ୟାରେଟ୍ ସୁନା ୧ ଗ୍ରାମକୁ ୭ ହଜାର ୨୭୭ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ତଥା ଭରି ପିଛା ୭୨ ହଜାର ୭୭୦ ଟଙ୍କା ରହିଛି। ଅନ୍ୟପଟେ ୧୮ କ୍ୟାରେଟ୍ ସୁନା ୧ ଗ୍ରାମକୁ ୫ ହଜାର ୪୫୭ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ପିଛା ବା ଭରିକୁ ୫୪ ହଜାର ୫୭୦ ଟଙ୍କା ଦର ରହିଛି। 

2/4

ଅନ୍ୟପଟେ ଦେଶରେ ରୂପା ଦର ବି ସ୍ଥିର ରହିଛି। ଏକ ଗ୍ରାମକୁ ୮୬ ଟଙ୍କା ରହିଥିବା ବେଳେ ୮ ଗ୍ରାମକୁ ୬୮୮ ଟଙ୍କା ଓ ୧୦ ଗ୍ରାମକୁ ୮୬୦ ଟଙ୍କା ଓ ୧୦୦ ଗ୍ରାମକୁ ୮ ହଜାର ୬୦୦ ଟଙ୍କା ରହିଛି। ସେହିପରି ୧୦୦୦ ଗ୍ରାମ କିଲୋ ଦାମ୍ ୮୬ ହଜାର ଟଙ୍କା ରୂପା ରେଟ୍ ରହିଛି। 

3/4

ଦେଶରେ  ୧୦୦୦ ଗ୍ରାମ କିଲୋ ଦାମ୍ ୮୬ ହଜାର ଟଙ୍କା ରୂପା ରେଟ୍ ରହିଥିବା ବେଳେ ଭୁବନେଶ୍ୱରରେ କିଲୋ ରୂପା ଦର ୯୧ ହଜାର ଟଙ୍କା ରହିଛି। ଅର୍ଥାତ୍ ରୂପା ରେଟ୍ ଭୁବନେଶ୍ୱରରେ ବଢିଛି। 

 

4/4

ଭାରତରେ ରୁପା ମୂଲ୍ୟ ଅନ୍ତର୍ଜାତୀୟ ଦର ଦ୍ୱାରା ନିର୍ଦ୍ଧାରଣ କରାଯାଏ, ଯାହା କି କୌଣସି ଦିଗରେ ଗତି କରେ । ଏହା ବ୍ୟତୀତ ଏହା ଡଲାର ତୁଳନାରେ ଟଙ୍କାର ମୁଦ୍ରା ଗତିବିଧି ଉପରେ ମଧ୍ୟ ନିର୍ଭର କରେ । ଡଲାର ତୂଳନାରେ ଟଙ୍କା ହ୍ରାସ ପାଇଲେ ଏବଂ ଅନ୍ତର୍ଜାତୀୟ ଦର ସ୍ଥିର ରହିଲେ ରୁପା ଆହୁରି ମହଙ୍ଗା ହୋଇଥାଏ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link