Health Tips: ଏହିସବୁ ଖାଦ୍ୟ ଖାଇବା ପରେ ଆଦୌ ପିଅନ୍ତୁନି ପାଣି, ନଚେତ୍
Health Tips: ପାଣି ଶରୀର ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପ୍ରତିଦିନ ୮ରୁ ୯ ଗ୍ଲାସ ପାଣି ପିଇବା ନିହାତି ଜରୁରୀ । ମାତ୍ର ଏପରି କିଛି ଖାଦ୍ୟ ରହିଛି, ଯାହାକୁ ଖାଇବା ସମୟରେ କିମ୍ବା ପରେ ପାଣି ପିଇବା ଆଦୌ ଉଚିତ୍ ନୁହେଁ।
ଆୟୁର୍ବେଦରେ ମଧ୍ଯ ପାଣି ପିଇବା ନେଇ କିଛି ନିୟମ ବର୍ଣ୍ଣନା କରାଯାଇଛି । ତେବେ ଏଭଳି କେତେକ ଖାଦ୍ୟ ରହିଛି ଯେଉଁ ଖାଦ୍ୟ ଖାଇବା ପରେ କିମ୍ବା ଖାଇବା ବେଳେ ପାଣି ପିଇବାକୁ ବାରଣ କରାଯାଇଛି । କାରଣ ଏପରି କରିବା ଦ୍ବାରା ପେଟ ସହ ଜଡିତ ସମସ୍ୟା ଯଥା ଗ୍ୟାଷ୍ଟ୍ରିକ୍,ଏସିଡିଟି, ବଦହଜମି ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
ଦହି ପାଚନ ତନ୍ତ୍ର ବା ହଜମ ପାଇଁ ବେଶ ଉପକାରୀ ଅଟେ । ଏହା ଶରୀର ପାଇଁ ମଧ୍ୟ ବେଶ ହିତକର । ମାତ୍ର ଦହି ଖାଇବା ପରେ ଆଦୌ ପାଣି ପିଅନ୍ତୁ ନାହିଁ। ଏପରି କରିବା ଦ୍ବାରା ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
ସେହିପରି କଦଳୀରେ ପ୍ରଚୁର ପରିମାଣର ଫାଇବର ରହିଥାଏ । କଦଳୀ ଖାଇବା ପରେ ବି ପାଣି ପିଇବା ଉଚିତ୍ ନୁହେଁ । ଏପରି କଲେ ପେଟରେ ଗ୍ୟାଷ୍ଟ୍ରିକ୍ ସମସ୍ୟା ସୃଷ୍ଟି ହେବା ସହ ଖାଦ୍ୟ ହଜମରେ ମଧ୍ଯ ସମସ୍ୟା ହୋଇଥାଏ ।
ରାଗ, ମସଲା କିମ୍ବା ଚଟ୍ପଟା ଖାଦ୍ୟ ଖାଇବା ପରେ କିମ୍ବା ଖାଇବା ସମୟରେ ପାଣି ପିଅନ୍ତୁ ନାହିଁ। ରାଗ ଲାଗିବା ସମୟରେ ସର୍ବଦା କ୍ଷୀର କିମ୍ବା ଦହି ଖାଆନ୍ତୁ। ଏହି ସମୟରେ ପାଣି ପିଇବା ଦ୍ୱାରା ପେଟରେ ଜଳାପୋଡା ସମସ୍ୟା ବୃଦ୍ଧି ପାଇଥାଏ।
କମଳା, ଅଙ୍ଗୁର ଓ ଲେମ୍ବୁରେ ପ୍ରଚୁର ମାତ୍ରାରେ ପାଣି ରହିଥାଏ। ଏହିସବୁ ଫଳ ଖାଇବା ପରେ ପାଣି ପିଇବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ।