India VS Newzealand: ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ, ଫଟୋରେ ଦେଖନ୍ତୁ କେମିତି ପ୍ରସ୍ତୁତି କରିଛି ମେନ ଇନ ବ୍ଲୁ

India VS Newzealand 2nd ODI: ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ । ଦିନ ସାଢ଼େ ଗୋଟାଏରେ ରାୟପୁରରେ ଖେଳାଯିବ ଏହି ମ୍ୟାଚ୍ । ୩ ଟିକିଆ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚକୁ ଜିତି ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ୍ ଜିତି ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି ମେନ ଇନ ବ୍ଲୁ । ପ୍ରଥମ ଦିନିକିଆରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲା ରୋହିତ ବାହିନୀ । ଭାରତ ୩୪୯ ରନର ବଡ଼ ସ୍କୋର କରିବା ସତ୍ୱେ ମାତ୍ର ୧୨ ରନରେ ମୁକାବିଲାକୁ ଜିତିଥିଲା । ଦ୍ୱିତୀୟ ମ୍ୟାଚ୍ ଜିତି ଭାରତ ଆଉଏକ ଦିନିକିଆ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି ।

Jan 21, 2023, 11:57 AM IST
1/6

ଭାରତ ପାଇଁ ମୁଖ୍ୟ ଚିନ୍ତାର କାରଣ ହେଉଛି ମିଡଲ୍ ଅର୍ଡର ବ୍ୟାଟିଂ ଓ ଡେଥ୍ ଓଭର ବୋଲିଂ । ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା ଏବଂ ଏକ ସମୟରେ ଦଳର ସ୍କୋର ୬ ୱିକେଟରେ ୧୩୯ ରନରେ ଥିଲା ।

2/6

ଶୁଭମନ ଗିଲଙ୍କ ଦ୍ବିଶତକ ବଳରେ ଦଳର ସ୍କୋର ୩୦୦ ପାର ହୋଇଥିଲା । ମାତ୍ର ବୋଲିଂରେ ଦଳ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲା । ଶେଷ ମୁହୂର୍ତ୍ତରେ ଭାରତ ବିଜୟ ହାସଲ କରିଥିଲା । 

3/6

ଏଣୁ ଏଥର ବୋଲିଂ ଲାଇନକୁ ଫୋକସ କରିବ ଭାରତ । ଅନ୍ୟପକ୍ଷରେ ପ୍ରଥମ ଦିନିକିଆ ପରାଜୟ ପରେ ବ୍ୟାକଫୁଟରେ ରହିଛି ନ୍ୟୁଜିଲାଣ୍ଡ ।

4/6

ତେବେ ରାୟପୁରରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆରେ ବିଜୟ ଲାଭ କରି ସିରିଜକୁ ଫେରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ଦଳ । 

5/6

ଦଳର ବ୍ୟାଟିଂ ଲାଇନ ମଧ୍ୟ ଭଲ ରହିଛି । ଟିମ୍ ଇଣ୍ଡିଆକୁ ଟକ୍କର ଦେବାକୁ ସ୍ୱତନ୍ତ୍ର ରଣନୀତି କରିଛି ନ୍ୟୁଜିଲାଣ୍ଡ ।

6/6

ସେପଟେ ମ୍ୟାଚ୍ ଜିତି ଭାରତ ନୂଆ ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ୨୦୧୯ ପରଠାରୁ ଭାରତ ଘରୋଇ ମାଟିରେ ଲଗାତର ୬ଟି ଦିନିକିଆ ସିରିଜ୍ ଜିତିସାରିଛି । ତେଣୁ ଆଜିର ବିଜୟ ସହ ସପ୍ତମ ସିରିଜ୍ ହାତେଇବାକୁ ଭାରତ ଲକ୍ଷ୍ୟ ରଖିଛି 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link